1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଲେମ୍ବୁରୁ ମିଳେ ଏମିତି ଲାଭ... ଜାଣନ୍ତି କି ??

ସାଧାରଣତଃ ଆମେ ଲେମ୍ବୁ ବ୍ୟବହାର କରି ଅନେକ ପ୍ରକାରର ସାମଗ୍ରୀ ପ୍ରସ୍ତୁତ କରିଥାଉ । ଲେମ୍ବୁ ଚଟଣି ସମସ୍ତେ ବହୁତ ପସନ୍ଦର ସହିତ ଖାଇଥା’ନ୍ତି। ଅନ୍ୟ ଫଳଗୁଡିକ ପାଚିବା ସମୟରେ ମିଠା ହୋଇଯାଏ, କିନ୍ତୁ ଲେମ୍ବୁର ସ୍ୱାଦ ସବୁବେଳେ ଖଟା ରହିଥାଏ, ଏହା ହିଁ ହେଉଛି ଲେମ୍ବୁର ସବୁଠାରୁ ବଡ ବୈଶିଷ୍ଟ୍ୟ । ଲେମ୍ବୁ ହେଉଛି ଭିଟାମିନ୍ ସି ର ମୁଖ୍ୟ ଉତ୍ସ ।

Sugyan Kumar Nayak
Sugyan Kumar Nayak

ସାଧାରଣତଃ ଆମେ ଲେମ୍ବୁ ବ୍ୟବହାର କରି ଅନେକ ପ୍ରକାରର ସାମଗ୍ରୀ ପ୍ରସ୍ତୁତ କରିଥାଉ । ଲେମ୍ବୁ ଚଟଣି ସମସ୍ତେ ବହୁତ ପସନ୍ଦର ସହିତ ଖାଇଥା’ନ୍ତି। ଅନ୍ୟ ଫଳଗୁଡିକ ପାଚିବା ସମୟରେ ମିଠା ହୋଇଯାଏ, କିନ୍ତୁ ଲେମ୍ବୁର ସ୍ୱାଦ ସବୁବେଳେ ଖଟା ରହିଥାଏ, ଏହା ହିଁ ହେଉଛି ଲେମ୍ବୁର ସବୁଠାରୁ ବଡ ବୈଶିଷ୍ଟ୍ୟ । ଲେମ୍ବୁ ହେଉଛି ଭିଟାମିନ୍ ସି ର ମୁଖ୍ୟ ଉତ୍ସ । ଲେମ୍ବୁ ଖାଇବା ଦ୍ୱାରା ସ୍କର୍ଭି ରୋଗ ମଧ୍ୟ ଭଲ ହୋଇଥାଏ । କେବଳ ଏତିକି ନୁହେଁ, ଲେମ୍ବୁ ବ୍ୟବହାର କରି ଅନ୍ୟାନ୍ୟ ଅନେକ ରୋଗ ଭଲ ହୋଇପାରିବ। ଆୟୁର୍ବେଦରେ ଲେମ୍ବୁ ବିଷୟରେ ଅନେକ ତଥ୍ୟ ଦିଆଯାଇଛି । ପେଟ ଯନ୍ତ୍ରଣାରୁ ମୁକ୍ତି ପାଇବା, ଚର୍ମ ତଥା କେଶ ସମ୍ବନ୍ଧୀୟ ରୋଗରୁ ମୁକ୍ତି ପାଇବା ପାଇଁ ଲେମ୍ବୁ ବ୍ୟବହାର କରାଯାଇପାରିବ। ଆସନ୍ତୁ ଲେମ୍ବୁର ଉପକାରିତା ବିଷୟରେ ଅଧିକ କିଛି ଜାଣିବା ।

ପାଟି ଘା’ର ଚିକିତ୍ସା ପାଇଁ ଉପକାରୀ ଲେମ୍ବୁ l ଜିଭରେ ଘାଆ ହୋଇଥିଲେ କିମ୍ବା ଦାନ୍ତମାଢିରେ ଘାଆ ହୋଇଥିଲେ ଏଥିରେ ଲେମ୍ବୁ ଚୋପା ଘଷନ୍ତୁ । ଆପଣଙ୍କୁ ଏଥିରୁ ଶୀଘ୍ର ଉପଶମ ମିଳିବ l ବ୍ରଣ ଏବଂ କୁଞ୍ଚନରୁ ରକ୍ଷା କରେ ଲେମ୍ବୁ l ମୁହଁରେ ଲେମ୍ବୁ ରସ ସହିତ ମହୁ ମିଶାଇ ଲଗାନ୍ତୁ । ଏପରି କଲେ ମୁହଁରେ ବ୍ରଣ କିମ୍ବା କୁଞ୍ଚନ ହୋଇଥିଲେ ଏବଂ କୁଣ୍ଡେଇହେବା ସମସ୍ୟା ଥିଲେ ଭଲ ହୋଇଯାଏ ।

ରୂପି ଏବଂ କେଶ ଝଡ଼ିବାରୁ ଉପଶମରେ ସାହାଯ୍ୟ କରିଥାଏ ଲେମ୍ବୁ l ରୂପି ଦୂର କରିବା ପାଇଁ ଲେମ୍ବୁ ବ୍ୟବହାର କରାଯାଇଥାଏ। ଲେମ୍ବୁ ରସ ସହିତ ଅଅଁଳାକୁ ମିଶାଇ ବାଟିଦିଅନ୍ତୁ। ଏହାକୁ କେଶରେ ଲଗାଇବା ଦ୍ୱାରା ରୂପି ତଥା କେଶ ଝଡିବା ସମସ୍ୟାରୁ ମୁକ୍ତି ମିଳିଥାଏ। ଲେମ୍ବୁ ଦ୍ୱାରା କରିହୁଏ ବିଭିନ୍ନ ଚର୍ମରୋଗର ଚିକିତ୍ସା l ଚର୍ମରେ କୌଣସି ପ୍ରକାରର କଳାଦାଗ ଥିଲେ, କିମ୍ବା ଚର୍ମ କୁଣ୍ଡାଇ ହେଉଥୁଲେ ଲେମ୍ବୁ କାଟି ଏଥିରେ ଘଷିବା ଦ୍ୱାରା ଉପଶମ ମିଳିଥାଏ ଓ କଳାଦାଗ ମଧ୍ୟ ଦୂର ହୋଇଥାଏ। ଲେମ୍ବୁ ରସ ପ୍ରତିଦିନ ବ୍ୟବହାର କରିବା ଫଳରେ ଚର୍ମ ସମ୍ବନ୍ଧୀୟ ବିଭିନ୍ନ ରୋଗରୁ ଉପଶମ ମିଳିଥାଏ। ମେଦବହୁଳତା ହ୍ରାସ ପାଇଁ ଲେମ୍ବୁର ଔଷଧୀୟ ଗୁଣ l ମେଦବହୁଳତା କମାଇବାରେ ଲାଭକାରୀ ହୋଇଥାଏ ଲେମ୍ବୁ । ସକାଳେ ଖାଲି ପେଟରେ ୨୦୦ ମିଲି ଉଷୁମ ପାଣିରେ ୨ ଚାମଚ ଲେମ୍ବୁ ଏବଂ ୧ ଚାମଚ ମହୁ ପକାଇ ପିଇଲେ ମେଦବହୁଳତାରୁ ମୁକ୍ତି ମିଳିଥାଏ । ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଲେମ୍ବୁର ଉପକାର l ଲେମ୍ବୁରେ ଭିଟାମିନ୍ ସି ଭରି ରହିଥାଏ । ଲେମ୍ବୁରସ ପାନ ଦ୍ୱାରା ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ସହାୟକ ହୋଇଥାଏ। ବାନ୍ତି ବନ୍ଦ କରିବା ପାଇଁ ଲେମ୍ବୁର ଔଷଧୀୟ ଗୁଣ ରହିଛି l ଭୋଜନ ପରେ ବାନ୍ତି ହେବାକୁ ରୋକିବା ପାଇଁ ୫-୧୦ ମିଲି ସତେଜ ଲେମ୍ବୁ ରସ ପିଅନ୍ତୁ । ଏହା ଆପଣଙ୍କର ବାନ୍ତି ହେବାକୁ ରୋକିଥାଏ। କିଡନୀ ଷ୍ଟୋନରୁ ମୁକ୍ତି ପାଇଁ ଉପକାରୀ ଲେମ୍ବୁ l ସାଇଟ୍ରିକ୍ ଏସିଡ୍ ପରିସ୍ରା ପରିମାଣ ବୃଦ୍ଧି ଏବଂ ପରିସ୍ରା pHରେ ବୃଦ୍ଧି କରି କିଡନୀ ଷ୍ଟୋନ୍ ତିଆରି ହେବା ନେଇ ପ୍ରତିକୂଳ ପରିବେଶ ସୃଷ୍ଟି କରିଥାଏ। ଲେମ୍ବୁରେ ସାଇଟ୍ରିକ୍ ଏସିଡ୍ ଭରପୁର ମାତ୍ରାରେ ରହିଥାଏ। ତେବେ ଏହାକୁ ପାନ କରିବା ବେଶ୍ ଉପକାରୀ ହୋଇଥାଏ। ଲୌହ ଅଭାବରେ ରକ୍ତହୀନତା ଏକ ସାଧାରଣ କଥା । ଯେତେବେଳେ ଆପଣ ଖାଉଥିବା ଖାଦ୍ୟରୁ ପର୍ଯ୍ୟାପ୍ତ ପରିମାଣର ଲୌହ ମିଳେ ନାହିଁ ସେତେବେଳେ ଏହି ରକ୍ତହୀନତା ଦେଖାଦେଇଥାଏ। ଲେମ୍ବୁରେ କିଛି ପରିମାଣରେ ଲୌହ ରହିଥାଏ, କିନ୍ତୁ ତାହା ମୁଖ୍ୟତଃ ଖାଦ୍ୟରୁ ଲୌହର ଅବଶୋଷଣରେ ଉନ୍ନତି କରି ରକ୍ତହୀନତାକୁ ରୋକିଥାଏ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ