Health & Lifestyle

ଓଜନ କମାଇବାରେ ସାହାଯ୍ୟ କରିବ ଆଳୁ

ଖରାପ ଲାଇଫ୍ ଷ୍ଟାଇଲ ଯୋଗୁଁ ଆଜିକାଲି ଅଧିକାଂଶ ଲୋକ ମୋଟା ହେବାରେ ଲାଗିଛନ୍ତି । ଯାହା ପାଇଁ ଏନେକ ରୋଗର ଶିକାର ହେଉଛନ୍ତି l ଓଜନ କମ୍ କରିବାକୁ ଲୋକମାନେ ସାଧାରଣତଃ ନିଜ ମନ ପସନ୍ଦର ଖାଇବା ଛାଡ଼ି ଦେଉଛନ୍ତି ।

04 December, 2022 3:52 PM IST By: Tanushree Mahapatra

ଖରାପ ଲାଇଫ୍ ଷ୍ଟାଇଲ ଯୋଗୁଁ ଆଜିକାଲି ଅଧିକାଂଶ ଲୋକ ମୋଟା ହେବାରେ ଲାଗିଛନ୍ତି । ଯାହା ପାଇଁ ଏନେକ ରୋଗର ଶିକାର ହେଉଛନ୍ତି l  ଓଜନ କମ୍ କରିବାକୁ ଲୋକମାନେ ସାଧାରଣତଃ ନିଜ ମନ ପସନ୍ଦର ଖାଇବା ଛାଡ଼ି ଦେଉଛନ୍ତି  । ତେବେ ଯଦି ପ୍ରତିଦିନ ଆଳୁ ( potato ) ଖାଇବେ ତାହେଲେ ମଧ୍ୟ ଆପଣ ନିଜର ଓଜନ କମାଇପାରିବେ ।

ତେବେ ଏ ନେଇ ବୈଜ୍ଞାନିକମାନେ ଏହାକୁ ନେଇ ଦାବି କରିଛନ୍ତି ଓ କହିଛନ୍ତି ଯେ ଆଳୁ ମଧ୍ୟ ଓଜନ କମାଇପାରେ ସାହାଯ୍ୟ କରିଥାଏ ।

ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଥିବା ଲୋକମାନେ ବେଳେବେଳେ ଏପରି ଜିନିଷ ଖାଆନ୍ତି, ଯେଉଁଥିରେ ଅଧିକ କ୍ୟାଲୋରୀ ଭରପୁର ରହିଥାଏ । ଏହି କାରଣରୁ ସେମାନଙ୍କର ଓଜନ ହ୍ରାସ ହେବା ପରିବର୍ତ୍ତେ ବୃଦ୍ଧି ପାଇବା ଆରମ୍ଭ କରିଥାଏ ।  ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଡାଏଟରେ ଏପରି ଖାଦ୍ୟ ସାମିଲ କରନ୍ତୁ, ଯେଉଁଥିରେ ପେଟ ପୂରିଥାଏ ଓ ସେଥିରୁ କମ୍ କ୍ୟାଲେରୀ ମଧ୍ୟ ମିଳିଥାଏ ଯାହା ଆପଣଙ୍କୁ ମୋଟା ହେବା କିମ୍ବା ଓଜନ ବୃଦ୍ଧି ରୁ ରକ୍ଷା କରିଥାଏ  । ଏଥିପାଇଁ ଆଳୁ ଏକ ଭଲ ଅପସନ୍ ( health benefits of potato  )

ଅନୁସନ୍ଧାନକାରୀ ମାନେ କହିଛନ୍ତି ଯେ, ଆଳୁରେ କାର୍ବସ୍ ଏବଂ ଷ୍ଟାର୍ଚର ପରିମାଣ ଅଧିକ, କିନ୍ତୁ ଏହାକୁ ଖାଇବା ଦ୍ୱାରା ପେଟ ଶୀଘ୍ର ଭରିଯାଏ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ । ଶୀଘ୍ର ପେଟ ପୂରିବା ଯୋଗୁଁ ଲୋକମାନେ ବାକି ତୁଳନାରେ ଏହାକୁ କମ୍ ଖାଦ୍ୟ ଖାଆନ୍ତି ଏବଂ ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ  ।

ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଓଜନ ହ୍ରାସ କରିବା ପାଇଁ ଆଳୁ ରାନ୍ଧିବା ଏବଂ ଖାଇବା ପାଇଁ ସଠିକ୍ ଉପାୟ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମେରିକାର ଲୁଇସିୟାନା ସ୍ଥିତ ପେନିଂଟନ୍ ବାୟୋମେଟିକାଲ୍ ରିସର୍ଚ୍ଚ ସେଣ୍ଟରର ଜଣେ ଡାଏଟିସିଆନ୍ ତଥା ଏହି ଅନୁସନ୍ଧାନର ସହ-ଲେଖକ ପ୍ରଫେସର କ୍ୟାଣ୍ଡିଡା ରେବେଲୋ କହିଛନ୍ତି ଯେ, ଓଜନ ହ୍ରାସ କରିବାକୁ ହେଲେ ତେଲ ଯୁକ୍ତ ବା ତେଲରେ ଭଜା ହୋଇଥିବା ଆଳୁ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । କାରଣ ତେଲ ଯୋଗୁଁ ଆଳୁର ପୋଷଣ କମିଯାଏ ଓ ଏହି କାରଣ ଯୋଗୁଁ ଓଜନ ବଢ଼ିଯାଇଥାଏ ।

ରିସର୍ଚ୍ଚରେ ସାମ୍ନାକୁ ଆସିଛି କି, ଓଜନ କମ୍ କରିବାକୁ ସିଜା ଆଳୁ ଖାଇବା ଲାଭଦାୟକ ହୋଇପାରେ । ପ୍ରଫେସର କ୍ୟାଣ୍ଡିଡା ରେବେଲୋ କହିଛନ୍ତି ଯେ, ସିଜା ଆଳୁ ଖାଇବା ଦ୍ୱାରା ଓଜନ କମ୍ କରିବାକୁ ଚାହୁଁଥିବା ଲୋକଙ୍କ ପେଟ ଅଧିକ ସମୟ ପଯ୍ୟନ୍ତ ପୂରି ରହିଥାଏ ଓ ସେମାନଙ୍କୁ ଭୋକ ଲାଗିନଥାଏ । ସେ କହିଛନ୍ତି ଯେ, ଓଜନ ହ୍ରାସ କରିବା ପାଇଁ କମ୍ କ୍ୟାଲୋରୀ ସହିତ ଭାରୀ ଖାଦ୍ୟ ଖାଇବା ଭଲ । ଏହା ସହଜରେ କ୍ୟାଲୋରୀ ହ୍ରାସ କରିପାରେ ।

ଆଳୁ ଖାଇବା କାରଣରୁ ଟାଇପ୍-୨ ମଧୁମେହ ହେବାର ଆଶଙ୍କା ରହିଛି । କିନ୍ତୁ ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ମଧୁମେହ ରୋଗୀମାନେ ମଧ୍ୟ ଆଳୁ ଖାଇ ଓଜନ ହ୍ରାସ କରିପାରିବେ । ଏଥିପାଇଁ ରିସର୍ଚ୍ଚ ସମୟରେ ଚୋପା ସହିତ ସିଜା ଆଳୁକୁ ୧୨ ରୁ ୨୪ ଘଣ୍ଟା ଫ୍ରିଜରେ ରଖାଯାଇଥିଲା ଏବଂ ପରେ ମଧୁମେହ ରୋଗୀଙ୍କୁ ଖାଇବାକୁ ଦିଆଯାଇଥିଲା । ଥଣ୍ଡା ହେତୁ ଆଳୁରେ ଫାଇବରର ପରିମାଣ ବଢ଼ିଥାଏ ଏବଂ ଏହି କାରଣରୁ ରକ୍ତରେ ଶର୍କରା ସ୍ତର ବୃଦ୍ଧି ହୁଏ ନାହିଁ । ଏହି ଉପାୟରେ ଆଳୁ ଖାଇବା ଦ୍ୱାରା ମଧୁମେହ ରୋଗୀଙ୍କର କ୍ଷତି ହେବ ନାହିଁ ।

Skin Care Tips:ସୌନ୍ଦର୍ଯ୍ୟତା ବଢାଇବ ଆଳୁ; ଏମିତି ଲଗାନ୍ତୁ...

ପ୍ରତିଦିନ ଏହି ଉପାୟରେ ଖାଆନ୍ତୁ ମେଥି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)