1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ପ୍ରତିଦିନ ଏହି ଉପାୟରେ ଖାଆନ୍ତୁ ମେଥି

ସ୍ୱାସ୍ଥ୍ୟ ମଣିଷ ଶରୀରକୁ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାରର ଭିଟାମିନ୍‌ ଏବଂ ମିନେରାଲ୍ସ ( vitamin and minerals ) ଆବଶ୍ୟକ ହୋଇଥାଏ । ଯାହା ମଣିଷକୁ ଖାଦ୍ୟ ମାଧ୍ୟମରେ ଶରୀରକୁ ମିଳିଥାଏ । ତେବେ ପୋଷକର ମାଧ୍ୟମ ହେଉଛି ଫଳ, ପନିବରିବା, ଅଣ୍ଡା ଓ ମାଂସ ।

Tanushree Mahapatra
Tanushree Mahapatra
health benefits of methi

health benefits of methi

ସ୍ୱାସ୍ଥ୍ୟ ମଣିଷ ଶରୀରକୁ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାରର ଭିଟାମିନ୍‌ ଏବଂ ମିନେରାଲ୍ସ ( vitamin and minerals ) ଆବଶ୍ୟକ ହୋଇଥାଏ  । ଯାହା ମଣିଷକୁ ଖାଦ୍ୟ ମାଧ୍ୟମରେ ଶରୀରକୁ ମିଳିଥାଏ । ତେବେ ପୋଷକର ମାଧ୍ୟମ ହେଉଛି ଫଳ, ପନିବରିବା, ଅଣ୍ଡା ଓ ମାଂସ । ଏ ସବୁରୁ ପ୍ରଚୁର ପୋଷକ ତତ୍ତ୍ୱ ମିଳିଥାଏ ଜଣେ ମଣିଷକୁ ।  ଠିକ୍‌ ସେହିଭଳି ଉପକାରୀ ମେଥି Methi (Fenugreek)  । ଏହାକୁ ରୋଷଇରେ ବ୍ୟବହାର କରାଯାଏ ତାହତ କେଶ ର ଘନତ୍ଵ ବଢାଇବା ପାଇଁ ମଧ୍ୟ ବ୍ୟବହାର କରାଯାଏ । କିନ୍ତୁ ଏହା ଔଷଧ ( medicine ) ଭଳି ମଧ୍ୟ କାମ କରେ ।

ମେଥି ଦାନା ତଥା ମେଥି ମଞ୍ଜି ଯାହା ଦେଖିବାକୁ ହଳଦୀ ରଙ୍ଗର ଯେଉଁଥିରେ ଫାଇବର ( fiber ) , ଭିଟାମିନ୍-ଏ ଏବଂ ଭିଟାମିନ୍ ଡି ( vitamin – A and D ) ଭରପୂର ରହିଥାଏ । ମେଥିରେ ସାଧାରଣତଃ ଆଇରନ୍‌, କ୍ୟାଲ୍‌ସିୟମ୍‌, ମ୍ୟାଗ୍ନେସିୟମ୍‌, ପଟାସିୟମ୍‌, ସୋଡ଼ିୟମ୍‌, ଜିଂକ୍‌, ଫସ୍‌ଫରସ୍‌, ଫଲିକ୍‌ ଏସିଡ୍‍ ଏବଂ ମିନରାଲ୍‌ସ , ଭିଟାମିନ୍‌ ଏ,ବି,ସି ରହିଛି ।  ଏହାବ୍ୟତୀତ ଏଥିରେ ଭରପୂର ମାତ୍ରାରେ ଫାଇବର୍ସ, ପ୍ରୋଟିନ୍‌, ସ୍ଟାର୍ଚ, ସୁଗାର୍‌ ଫସ୍‌ଫୋରିକ୍‌ ଏସିଡ ଭଳି ନ୍ୟୁଟ୍ରିଏଣ୍ଟ ବି ଅଛି । ଏହା ହଜମକୁ ପ୍ରକ୍ରିୟା କୁ ଠିକ କରିଥାଏ ଏବଂ ଶରୀରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ । ଏହା ମଧୁମେହ କୁ ମଧ୍ୟ ନିୟନ୍ତ୍ରଣ କରିଥାଏ ।

ମେଥିରେ ଅନେକ ନ୍ୟୁଟ୍ରିଏଣ୍ଟସ ଭରି ରହିଥାଏ । ଏହାକୁ ପ୍ରତ୍ୟେକ ଦିନ ଖାଇବା ଯୋଗୁ ବ୍ୟକ୍ତିିର ପିତ୍ତ,ବାତ, କଫ ଏବଂ ଥଣ୍ଡାଜନିତ ସମସ୍ୟା ଆଦି ଦୂର ହୋଇଥାଏ । ପ୍ରତିଦିନ ରାତିରେ ଗୋଟାଏ ଚାମଚ ମେଥି ଭିିଜାଇ ସକାଳୁ ତାହାକୁ ଖାଇବା ଦ୍ବାରା ଅନେକ ଲାଭ ମିଳିଥାଏ । ତେବେ ଜାଣନ୍ତୁ କିପରି ଓ କେମିତି ଏହା ମଣିଷ ଶରୀର କୁ ସାହାଯ୍ୟ କରିଥଏ ଏବଂ କେଉଁ ଉପାୟରେ ମେଥି (Methi (Fenugreek) ଖାଇବା ଦ୍ୱାରା ଆପଣଙ୍କୁ ଅଧିକ ଲାଭ ମିଳିଥାଏ । ସବୁଜ ପନିପରିବା,ଫଳ,ଏବଂ ବିଭିନ୍ନ ପ୍ରକାରର ଶାଗ ସ୍ୱାସ୍ଥ୍ୟ ପାଇଁ ହିତକର ବୋଲି କୁହାଯାଏ । ତେବେ ଶାଗ ଭିତରୁ ଆସନ୍ତୁ ଜାଣିବା ମେଥି ଶାଗ ମଞ୍ଜିର ଉପକାରିତା ବିଷୟରେ ।

-ମେଥି ଏବଂ ମହୁ ଖାଇବା ଆପଣଙ୍କ ପାଇଁ ଲାଭଦାୟକ ହୋଇଥାଏ । ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

-ଗଜା ହୋଇଥିବା ମେଥିରେ ପୋଷକ ତତ୍ତ୍ୱ ଅଧିକ ରହିଥାଏ। ଏହା ସହଜରେ ହଜମ ହୋଇଯାଏ। ପ୍ରତିଦିନ ସକାଳେ ଖାଲି ଖାଆନ୍ତୁ ।

-ଓଜନ କମାଇବା ପାଇଁ ଏକ ଚାମଚ ମେଥିକୁ ରାତିରେ ପାଣିରେ ଭିଜାନ୍ତୁ । ସକାଳେ ଏହାକୁ ଛାଣି  ପାଣିକୁ ପିଅନ୍ତୁ । ଏସବୁ ଉପାୟ ଆପଣାଇବା ଦ୍ୱାରା ଅନେକ ଶାରୀରିକ ସମସ୍ୟାର ସମାଧାନ ହୋଇଯାଏ ।

-ମେଥି ମଞ୍ଜିକୁ ପେଷ୍ଟ କରି ତ୍ୱଚା ଓ କେଶରେ ମଧ୍ୟ ଲଗାଇପାରିବେ । ଏହାଫଳରେ କେଶ ଝଡା ସମସ୍ୟା କମ୍ ହେବା ସହିତ, ତ୍ୱଚାରେ ଚମକ ଆସିଥାଏ ।

-ପ୍ରତ୍ୟେକ ଦିନ ମେଥି ଖାଇବା ଦ୍ୱାରା ବ୍ୟକ୍ତିକୁ ସନ୍ତାନହୀନତା ଭଳି ସମସ୍ୟା ହୋଇ ନ ଥାଏ।

-ମେଥିଦାନା ଶରୀରରୁ ବିଷାକ୍ତ ଦ୍ରବ୍ୟ ବାହାର କରି କିଡନିକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ

-ମେଥି ଖାଇବା ଦ୍ୱାରା ବ୍ୟକ୍ତି ଗ୍ୟାସ୍‌ଷ୍ଟ୍ରିକ୍‌ ସମସ୍ୟାରୁ ମୁକୁଳିଥାଏ । ଯାହାକି ବ୍ୟକ୍ତିକୁ ଛାତି ପୋଡ଼ାଜଳା ଏବଂ ଏସିଡିଟି ଠାରୁ ମୁକ୍ତ କରିଥାଏ

-ମେଥିଦାନାରେ ଭରି ରହିଥିବା ସଲ୍ୟୁବଲ୍‌ ଫାଇବର୍ସ ବ୍ଲଡ୍‍ ସୁଗାରକୁ ନିୟନ୍ତ୍ରଣ ରଖି ଡାଇବେଟିସ୍‌ର ସମସ୍ୟାଠାରୁ ବ୍ୟକ୍ତିକୁ ରକ୍ଷା କରିଥାଏ ।

-ଏଥିସହିତ ମେଥିରେ ରହିଥିବା ଗେଲାକ୍ଟୋମେନନ୍‌ ଏବଂ ପୋଟାସିୟମ୍‌ ବ୍ୟକ୍ତିର ବ୍ଲଡ଼ପ୍ରେସର ଲେବୁଲ୍‌କୁ ନିୟନ୍ତ୍ରଣ ରଖିଥାଏ ଏବଂ ହୃତ୍‌ଘାତ ହେବାରୁ ବଞ୍ଚାଇବାରେ ସାହଯ୍ୟ କରେ ।

-ଏତଦ୍‌ବ୍ୟତୀତ ମେଥିଦାନା ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ ବାହର କରି ତ୍ୱଚାକୁ ସୁସ୍ଥ ରଖିଥାଏ। ଯାହାଦ୍ୱାରା ବ୍ରଣ ଓ ଦାଗ ଇତ୍ୟାଦି ସମସ୍ୟା ଆଦିରୁ ବ୍ୟକ୍ତିକୁ ମୁକ୍ତି ମିଳିଥାଏ।

-ଏଥିସହିତ ପ୍ରତ୍ୟେକ ଦିନ ଭିଜା ଯାଇଥିବା ମେଥିକୁ ଖାଇବା ଯୋଗୁଁ ବ୍ୟକ୍ତିର କେଶ ଶୀଘ୍ର ଧଳା ହୁଏନି ବରଂ ଘନ ଓ କଳା ହୋଇଥାଏ । ଏହାସହିତ କେଶ ଝଡ଼ିବା ମଧ୍ୟ ବନ୍ଦ ହୋଇଥାଏ।

-ମେଥି ବ୍ୟକ୍ତିର ହଜମ କ୍ରିୟାକୁ ସକ୍ରିୟ କରିବା ସଙ୍ଗେସଙ୍ଗେ ଏସିଡିଟି ସମସ୍ୟାକୁ ଦୂର କରିଥାଏ। ଏହା ପାଇଲ୍‌ସ ଜନିତ ସମସ୍ୟାଠାରୁ ଦୂରାଇଥାଏ।

-ପରିଶ୍ରା ଜନିତ ସମସ୍ୟାଠାରୁ ମଧ୍ୟ ମୁକ୍ତି ଦେଇଥାଏ , ମେଥିଦାନାର ସେବନ ଯୋଗୁ ବ୍ୟକ୍ତିକୁ ବହୁତ ଥର ପରିସ୍ରା ଲାଗିବା ବା ପରିସ୍ରା ସଂକ୍ରମଣ ଭଳି ସମସ୍ୟାଠାରୁ ମଧ୍ୟ ମୁକ୍ତି ମିଳିଥାଏ ।

ମେଥି ର ସତ୍ୟତା !!!

ହୃଦରୋଗରୁ ରକ୍ଷା କରେ ମେଥି ଶାଗ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments