1. ଉଦ୍ୟାନ କୃଷି

ମେଥି ର ସତ୍ୟତା !!!

ମେଥି ର ସତ୍ୟତା !!!

KJ Staff
KJ Staff

ମେଥି ଶବ୍ଦ ଶୁଣିଲା ମାତ୍ରେ ହିଁ ମନେ ପଡ଼େ ସ୍ଵାଦିଷ୍ଟ ଓଡ଼ିଆ ଘର ରୋଷେଇ...ମେଥି ର ସ୍ଵାଦ ତାର ବାସ୍ନା ସବୁବେଳେ ନିଆରା...ତେବେ କଣ ଏହାର ଉପଯୋଗିତା ??? କିପରି ସାହାଯ୍ୟ କରେ ଶୀତ ଦିନରେ ମେଥି ର ଦାନା ! ଜାଣିବା ଲାଗି ଆଗକୁ ନିଶ୍ଚିନ୍ତ ପଢନ୍ତୁ...

- ଶୀତରେ କେଶ ଶୁଷ୍କ ଅଧିକାଂଶ ଙ୍କ ମୁଖ୍ୟ ସମସ୍ୟା ଭାବେ ଦେଖାଯାଏ ।ଏଥିରୁ ରକ୍ଷା ପାଇବାକୁ ହେଲେ ମେଥି ଦାନାକୁ ବାଟି ସେଥିରେ ଅଳ୍ପ ମହୁ ମିଶାଇ ତ୍ୱଚା ରେ ପ୍ୟକ୍ ଭଳି ଲଗାନ୍ତୁ ।ରାତିରେ ଏହି ପ୍ୟାକ୍ ଲଗାଇ ସକାଳୁ ଉଷୁମ ପାଣିରେ ଧୋଇବେ ।ଏହା ଦ୍ବାରା ତ୍ୱଚା ର ଶୁଷ୍କତା ଦୂର ହେବ ସାଙ୍ଗରେ ଦାଗ ମଧ୍ୟ ଦୂର ହୋଇଥାଏ।


- ମେଥି ଭିଜା ପାଣିକୁ ମଧ୍ୟ ତ୍ୱଚା ରେ ଟୋନର ଭାବେ ବ୍ୟବହାର କରିପାରିବେ।ଦିନକୁ ଦୁଇ ଥର ଏହାର ପ୍ରୟୋଗ କଲେ ରଙ୍ଗ ସଫା ହୋଇଥାଏ।


- ଆଖି ତଳରୁ କଳା ଦାଗ ଦୂର କରିବା ଲାଗି ମେଥିକୁ ବାଟି ଆଖି ଚାରିପାଖେ ପ୍ୟାକ ଭଳି ଲଗାଇ ୩୦ ମିନିଟ୍ ପରେ ଧୋଇନେବେ ।ନିୟମିତ ଭାବେ ୧ ମାସ ଏହି ପରି କଲେ ଫରକ୍ ଜାଣିହୁଏ।

-ତ୍ଵଚା ରୁ ବୟସ ର ଛାପ କାମ କରିବାକୁ ସବୁଠୁ ସରଳ ଉପାୟ ହେଉଛି ମେଥି ଗୁଣ୍ଡ ପ୍ୟାକ ନିୟମିତ ଭାବେ ଲଗାଇହେବ।


- ମେଥି ଭିଜା ପାଣି ପିଇବା ମଧ୍ୟ ତ୍ବଚା ନିମନ୍ତେ ଖୁବ୍ ଉପକାରୀ।


- ମେଥି କୁ ଭଲ ଭାବେ ବାଟି କେଶ ରେ ଲଗାଇ ୧ ଘଣ୍ଟା ପରେ ଧୋଇ ଦିଅନ୍ତୁ।ଏହା ଦ୍ବାରା କେଶ ଦୀର୍ଘ ଦିନ ଯାଏ କଳା ରହେ ।

ଏହି ଉପାୟ ରେ ମେଥି ବ୍ୟବହାର କରନ୍ତୁ ଏବଂ ଆପଣଙ୍କର ମତାମତ ଏଠାରେ ଅବଶ୍ୟ ଦିଅନ୍ତୁ

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments