Health & Lifestyle

ଡାଇବେଟିସ୍ ହେଲେ ଦେଖା ଦେଇଥାଏ ଏହି ସବୁ ଲକ୍ଷଣ, ପଢ଼ନ୍ତୁ ପୂରା ଖବର.....

ପ୍ରତ୍ୟେକ ମଣିଷକୁ ଡାଇବେଟିସ ହେଲେ କିଛି ଅଲଗା ଅଲଗା ପ୍ରକାରର ଲକ୍ଷଣ ଦେଖା ଯାଇଥାଏ । ଯଦି ଏହି ଲକ୍ଷଣ ମଧ୍ୟରୁ ଆପଣଙ୍କ ଶରୀରରେ କିଛି ଦେଖାଯାଉଥାଏ ଆପଣଙ୍କୁ ପୁରା ସାବଧାନ ହେବାର ଆବଶ୍ୟକତା ଅଛି । ଡାଇବେଟିସର ରୋଗୀଙ୍କୁ ସାମାନ୍ୟ ଲକ୍ଷଣ ଦେଖା ଯାଇଥାଏ । ଆଜି ଆମେ ଆପଣଙ୍କୁ ସେହି ସବୁ ଲକ୍ଷଣ ବିଷୟରେ କହିବାକୁ ଯାଉଛୁ ଯାହା ଏକ ଡାଇବେଟିସ ଶିକାର ରୋଗୀଙ୍କ ମଧ୍ୟରେ ଦେଖା ଯାଇଥାଏ ।

23 March, 2023 1:35 PM IST By: Priyambada Rana

ଆପଣ ସମସ୍ତେ ଜାଣିଥିବେ ପୁରା ଦୁନିଆରେ ବହୁତ ପ୍ରକାରର ରୋଗ ଦେଖା ଯାଇଥାଏ, ଆଜିର ସମୟରେ ଏକ ଏମିତି ରୋଗ ଅଛି ଯିଏ ପୁରା ଦୁନିଆରେ ବହୁତ ଶୀଘ୍ର ତାର ସଂଖ୍ୟା ବଢାଇବାରେ ଲାଗିଛି ଓ ଦିନକୁ ଦିନ ଲୋକ ଏହାର ଶିକାର ହେଉଛନ୍ତି । ଆଜ୍ଞା ହଁ, ତାହା ହେଉଛି ଡାଇବେଟିସ(Diabetes) । ପ୍ରତ୍ୟେକ ମଣିଷକୁ ଡାଇବେଟିସ ହେଲେ କିଛି ଅଲଗା ଅଲଗା ପ୍ରକାରର ଲକ୍ଷଣ ଦେଖା ଯାଇଥାଏ । ଯଦି ଏହି ଲକ୍ଷଣ ମଧ୍ୟରୁ ଆପଣଙ୍କ ଶରୀରରେ କିଛି ଦେଖାଯାଉଥାଏ ଆପଣଙ୍କୁ ପୁରା ସାବଧାନ ହେବାର ଆବଶ୍ୟକତା ଅଛି । ଡାଇବେଟିସର ରୋଗୀଙ୍କୁ ସାମାନ୍ୟ ଲକ୍ଷଣ ଦେଖା ଯାଇଥାଏ । ଆଜି ଆମେ ଆପଣଙ୍କୁ ସେହି ସବୁ ଲକ୍ଷଣ ବିଷୟରେ କହିବାକୁ ଯାଉଛୁ ଯାହା ଏକ ଡାଇବେଟିସ ଶିକାର ରୋଗୀଙ୍କ ମଧ୍ୟରେ ଦେଖା ଯାଇଥାଏ ।

ଥକ୍କା ଅନୁଭବ ହେବା-

ଥକ୍କା ଲାଗୁଛି କି! ଶୋଇ ଉଠିବା ପରେ ବି ନିନ୍ଦ ଆସୁଛି । ଏପରି ହେଉଥଲେ, ରକ୍ତରେ ଶୁଗାର(Sugar) ସ୍ତର ବଢ଼ିଥାଇପାରେ । ଯାହା ଡାଇବେଟିସ୍ ହେବାର ପ୍ରାଥମିକ ଲକ୍ଷଣ ।

ବାରମ୍ବାର ପରିସ୍ରା ଲାଗିବା-

ଶରୀରରୁ ସୁଗାର ଅଂଶ ପରିସ୍ରା ଦେଇ ବାହାରିଲେ , ବାରମ୍ବାର ପରିସ୍ରା ଲାଗେ   ।  ପରିସ୍ରା ଦେଇ ସୁଗାର ବାହାରିବା , ଡାଇବେଟିସ ହେବାର ଏକ ପ୍ରାଥମିକ ଲକ୍ଷଣ   ।  ଏଣୁ ବାରମ୍ବାର ପରିସ୍ରା ଲାଗୁଥିଲେ ଡାଇବେଟିସ ଚେକଅପ କରନ୍ତୁ    ।

ବାରମ୍ବାର ଶୋଷ ଲାଗିବା-

ଡାଇବେଟିସ ଯୋଗୁଁ ବାରମ୍ବାର ପରିସ୍ରା ହୋଇଥାଏ   । ପରିସ୍ରାରେ ଶରୀରରୁ ପାଣି ଓ ସୁଗାର ବାହାରିଯାଇଥାଏ   । ଏଥିପାଇଁ ବାରମ୍ବାର ଶୋଷ ଲାଗିଥାଏ   ।  ଏଣୁ ଏପରି ଲକ୍ଷଣ ଦେଖାଯାଉଥିଲେ ଡାଇବେଟିସ ପରୀକ୍ଷା କରିବା ଜରୁରୀ   ।

ଆଖି ଦୁର୍ବଳ ହେବା-

ଡାଇବେଟିସ୍ ହୋଇଥିଲେ ଆଖିର ରେଟିନା ଉପରେ ପ୍ରଭାବ ପଡ଼ିଥାଏ । ଏହାଦ୍ଵାରା ଦିନକୁ ଦିନ ଆଖି ଦୁର୍ବଳ ହୋଇଯାଏ ଓ ଦୃଷ୍ଟିଶକ୍ତି ହ୍ରାସ ପାଏ । ଯଦି ଆଖିକୁ ଝାପ୍ସା ଦେଖାଯାଏ, ତାହାଲେ ଡାଇବେଟିସ୍ ପରୀକ୍ଷା କରିବା ଏକାନ୍ତ ଆବଶ୍ୟକ । ନଚେତ୍ ଡାଇବେଟିସ୍‌ର ମାତ୍ରା ବୃଦ୍ଧି ପାଇ ଦୃଷ୍ଟିଶକ୍ତି ସଂପୂର୍ଣ୍ଣ ନଷ୍ଟ ହୋଇଯିବାର ଆଶଙ୍କା ଥାଏ  ।

ଓଜନ କମିଯିବା-

ଡାଇଟ କିମ୍ବା ଏକ୍ସଅରସାଇଜରେ ଓଜନ କମିବା ଅଲଗା କଥା  । ହେଲେ ଅଚାନକ ଓଜନ କମୁଥିଲେ ଜାଣିବେ ଏହା ଡାଇବେଟିସର ପ୍ରାଥମିକ କାରଣ   । ଏଣୁ ଏପରି କିଛି କାରଣ ନଥାଇ ଓଜନ ତୀବ୍ର ବେଗରେ ହ୍ରାସ ପାଉଥିଲେ ଡାଇବେଟିସ ପରୀକ୍ଷା କରନ୍ତୁ   ।

ଭୋକ ଅଧିକ ଲାଗୁଥିଲେ-

ଅଚାନକ ଭୋକ ବଢ଼ିଗଲେ, ବାରମ୍ବାର ଖାଇବାକୁ ମନ ହେଲେ, ଖାଇବାର କିଛି ସମୟ ପରେ ଭୋକ ହେଉଥଲେ, ଜାଣିବେ ଏହା ଡାଇବେଟିସ୍‌ର ପ୍ରାଥମିକ ଲକ୍ଷଣ । ଏଣୁ ଏପରି ସମସ୍ୟା ଦେଖାଗଲେ ବିଳମ୍ବ ନ କରି ଡାଇବେଟିସ୍ ପରୀକ୍ଷା କରନ୍ତୁ ।

କ୍ଷତ, ଶୁଖୁବା-

ଶରୀରରେ କ୍ଷତ କିମ୍ବା ଘାଆ ସହଜରେ ଶୁଖେ  ନାହିଁ । ଏଥିପାଇଁ ଛୋଟମୋଟ କ୍ଷତ କିମ୍ବା ଘାଁ ଶୁଖିବା ପାଇଁ ବହୁତ ସମୟ ଲାଗିଥାଏ । ଏଣୁ ଶରୀରରେ ଏପରି ସମସ୍ୟା ଦେଖାଦେଉଥଲେ,ଡାଇବେଟିସ୍ ପରୀକ୍ଷା ନିଶ୍ଚୟ କରନ୍ତୁ । ରୋଗ ଲାଗି ରହିବା

ଡାଇବେଟିସ୍ ଯୋଗୁଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଏ । ଫଳରେ ଶରୀର ରୋଗକୁ ପ୍ରତିରୋଧ କରିପାରେ ନାହିଁ । ଏଥି ପାଇଁ ସର୍ବଦା ଅସୁସ୍ଥତା ଲାଗିରହେ   । ଯଦି ଏପରି ହେଉଥାଏ , ତେବେ ଡାଇବେଟିସ ପରୀକ୍ଷା କରାନ୍ତୁ ।

ହାତ ଗୋଡ଼ ପୋଡ଼ିବା-

ହାତ ପାପୁଲି ଅବା ଗୋଡ଼ର ପାଦରେ ଯଦି  ପୋଡ଼ାଜଳା ହୁଏ କିମ୍ବା ପିମ୍ପୁଡ଼ି କାମୁଡ଼ି ପକାଇଲା ଭଳି ଲାଗେ, ଜାଣିବେ ଯେ ଏହା ଡାଇବେଟିସ୍‌ର ପ୍ରାଥମିକ ଲକ୍ଷଣ । ଏପରି ହେଉଥଲେ । ଏହାକୁ ସାମାନ୍ୟ ମନେ ନକରି ଡାଇବେଟିସ୍ ପରୀକ୍ଷା କରନ୍ତୁ ।

କାନକୁ କମ୍ ଶୁଭିବା-

ଡାଇବେଟିସ୍ ହୋଇଥିଲେ କାନକୁ କମ୍ ଶୁଭେ । କାରଣ ଏହାର ପ୍ରଭାବରେ କାନ ଭିତର କୋଷ ଖରାପ ହୋଇଯାଏ । ଫଳରେ ଶୁଣିବା କ୍ଷମତା ହ୍ରାସ ପାଏ । ଏଣୁ ବ୍ୟକ୍ତି ଭଲ ଭାବରେ ଶୁଣିପାରେ ନାହିଁ । ଏପରି ସମସ୍ୟା ଦେଖାଦେଲେ ଡାଇବେଟିସ୍ ପରୀକ୍ଷା କରନ୍ତୁ ।

ତ୍ଵଚା ଅସୁସ୍ଥ ହେବା-

ବିଶେଷ କରି ବେକର ପଛ ଭାଗ, କହୁଣୀ ଓ ଆଶୁ କଳା ପଡ଼ିଯାଏ । ରକ୍ତରେ ଶୁଗାର ସ୍ତର ବଢ଼ିଲେ, ଏହି ସମସ୍ୟା ଦେଖାଯାଏ । ଏହା ମଧ୍ୟ ଡାଇବେଟିସ୍‌ର ଏକ ଲକ୍ଷଣ । ଏପରି ସମସ୍ୟା ଦେଖାଦେଲେ ଡାଇବେଟିସ୍ ପରୀକ୍ଷା କରନ୍ତୁ ।

ବ୍ରଣ ଦାଗ-

ରକ୍ତରେ ଶୁଗାର ସ୍ତର ବଢ଼ିଲେ ମୁହଁରେ ବ୍ରଣ ଓ ଦାଗ ହୋଇଥାଏ । ଏହା ଆଦୌ କମେ ନାହିଁ । ଏଣୁ ଏପରି ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ । କାରଣ ଡାଇବେଟିସ୍‌ର ଏହା ଏକ ଲକ୍ଷଣ । ଏଣୁ ଏହି ସମୟରେ ଡାଇବେଟିସ୍ ପରୀକ୍ଷା କରିବା ଦରକାର ।

ଏହି ୫ଟି ଅଙ୍ଗକୁ ପୁରା ଅଚଳ କରିଦିଏ ଡାଇବେଟିସ୍‌, ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)