Health & Lifestyle

ନିଦ୍ରାରେ ବ୍ୟାଘାତ ଘଟିଲେ କ’ଣ ହୁଏ ?

ଆମେ ସମସ୍ତେ ଶୋଇବାକୁ ଭଲ ପାଆନ୍ତି ଓ ଅଧିକାଂଶ ସମୟ ଆମେ ଶୋଇବାର ଉପକାର ବିଷୟରେ ଚିନ୍ତା କରି ଅତିରିକ୍ତ ଶୋଇବାକୁ ପସନ୍ଦ କରୁ । ବେଳେବେଳେ ଏହା କରିବା ଭଲ ।

07 November, 2022 12:47 PM IST By: Tanushree Mahapatra

ଆମେ ସମସ୍ତେ ଶୋଇବାକୁ ଭଲ ପାଆନ୍ତି ( good sleep) ଓ ଅଧିକାଂଶ ସମୟ ଆମେ ଶୋଇବାର ଉପକାର ବିଷୟରେ ଚିନ୍ତା କରି ଅତିରିକ୍ତ ଶୋଇବାକୁ  ପସନ୍ଦ କରୁ । ବେଳେବେଳେ ଏହା କରିବା ଭଲ । କିନ୍ତୁ ଯେତେବେଳେ ଅତିରିକ୍ତ ଘଣ୍ଟା ଶୋଇବା ପରେ ମଧ୍ୟ ଆପଣଙ୍କ ନିଦ ପୂରା ହେଉନାହିଁ, ସେତେବେଳେ ଏହା ଏକ ସମସ୍ୟା ହୋଇପାରେ । କାରଣ କମ ଶୋଇବା ଯେପରି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, ସେହିପରି ଅଧିକ ଶୋଇବା ମଧ୍ୟ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । 

ଗୋଟିଏ ରାତି ଖୁବ କମ ନିଦ ହେଲେ କିମ୍ବା କୌଣସି କାମ ପାଇଁ ଅନିଦ୍ରା ରହିବାକୁ ପଡିଲେ ପରଦିନ ଆଖି ଜଳାପୋଡା, ମୁଣ୍ଡବିନ୍ଧା, ଢୋଳ ମାଡିବା, ଅଳସୁଆ ଏବଂ ନିସ୍ତେଜ ଲାଗିବା, କୌଣସି କାମରେ ସ୍ପୃହା ନଥିବା, ଏକାଗ୍ରତା ନରହିବା ଏସବୁ ଆମ ଭିତରୁ ପ୍ରାୟ ସମସ୍ତେ ଅନୁଭବ କରିଥିବେ । ହେଲେ ଅନିଦ୍ରା କିମ୍ବା ଠିକ ମାତ୍ରାରେ ନିଦ ପୁରା ନ ହେବାରେ କେବଳ ଏତିକି ସମସ୍ୟା ନୁହେଁ ବର° ଅନେକ ଦୀର୍ଘସ୍ଥାୟୀ ପ୍ରଭାବ ମଧ୍ୟ ଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ ଜଣେ ବୟସ୍କ ବ୍ୟକ୍ତିଙ୍କ ପାଇଁ ଯାହାର ବୟସ ୧୮ ରୁ ୫୮ ବର୍ଷ ହୋଇଥାଏ, ତାଙ୍କୁ ୭ ରୁ ୮ ଘଣ୍ଟା ଶୋଇବା ଆବଶ୍ୟକ । କିନ୍ତୁ ଛୋଟ ପିଲାମାନଙ୍କ ପାଇଁ ଓ ବୟସ୍କ ବୟସ୍କମାନଙ୍କ ପାଇଁ ଶୋଇବାର ସମୟ ୯ ରୁ ୧୧ ପର୍ଯ୍ୟନ୍ତ  ।

 

ବିଭିନ୍ନ ସମୟରେ କରାଯାଇଥିବା ସର୍ଭେରେ ଦେଖାଯାଇଛି ଯେ ରାତିଅନିଦ୍ରା କିମ୍ବା ରାତିରେ ଠିକରେ ଶୋଇ ନଥିବା ଅଧିକାଂଶ ମଣିଷଙ୍କ ଠାରେ ଏକାଗ୍ରତାର ଅଭାବ ଏବଂ ନୂତନ କାମ ଶିଖିବାରେ ବିଳମ୍ବ ଦେଖାଯାଏ । ସେମିତି ପାଖାପାଖି ଦୁଇ-ତୃତୀୟା°ଶ ଲୋକ ଠିକରେ ନିଦ ନହେବା କାରଣରୁ କୌଣସି ସମସ୍ୟାର ସମାଧାନ କରିବା, ପରିସ୍ଥିତିକୁ ବିଚାର କରିବା ଆଦିରେ ବାଧା ଅନୁଭବ କରନ୍ତି ।

କୌଣସି ସମସ୍ୟା ପରିସ୍ଥିତିରେ ଯଦିଓ ଆମେ ଶୋଇଥିବା ଅବସ୍ଥାରେ ଆମ ମସ୍ତିଷ୍କ କୌଣସି ସମାଧାନ ବାହର କରିପାରେ ନାହିଁ, କିନ୍ତୁ ରାତିରେ ଶାନ୍ତିରେ ଶୋଇ ଉଠିବା ପରେ ମଣିଷ ସହଜରେ ସେଇ ସମସ୍ୟାର ବିଚାରକରି ସମାଧାନ ବାହାର କରିପାରେ। ରାତିରେ ୬-୭ ଘଣ୍ଟାର ସୁଖନିଦ୍ରା ପୂରା କଲେ ମଣିଷର ମସ୍ତିଷ୍କ ନୂତନ ତଥ୍ୟ ସହଜରେ ଗ୍ରହଣ ଏବଂ ବୁଝିପାରେ, ନିଜ ପାଠପଢା ଏବଂ କାର୍ଯ୍ୟରେ ଏକାଗ୍ରତା ରଖିପାରେ, ଯେକୌଣସି ଦାୟିତ୍ୱକୁ ସହଜ ଏବଂ ସୂଚାରୁ ରୂପେ ତୁଲାଇପାରେ ।

ମୁଡ୍:( mood )

ନିକଟରେ କରାଯାଇଥିବା ଏକ ସର୍ଭେରେ ପାଖାପାଖି ଦୁଇ-ତୃତୀୟା°ଶ ଲୋକ ରାତିରେ ସଠିକ ଏବଂ ସୁଖନିଦ୍ରା ନହେଲେ ତା’ପର ଦିନ ଚିଡାଲାଗିବା ଏବଂ ଅନ୍ୟମାନଙ୍କ ସହ ଛୋଟ କଥାରେ ଯୁକ୍ତିତର୍କ ହେବା ପରି ସମସ୍ୟାର ସାମ୍ନା କରନ୍ତି ବୋଲି କହିଛନ୍ତି । କିନ୍ତୁ ରାତିରେ ସଠିକ୍ ପରିମାଣ  ଶୋଇଥିଲେ ସେମାନେ ତା'ପର ଦିନ ଫ୍ରେସ୍ ଏବଂ ଖୁସି ଅନୁଭବ କରିବା ସହ, ଲୋକଙ୍କ ସହ ସୁସମ୍ପର୍କ ରଖିପାରନ୍ତି । ନିଜେ ଠିକରେ ଶୋଇଥିଲେ ହିଁ ଅନ୍ୟମାନଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରିପାରନ୍ତି । ସୁଖ ନିଦ୍ରା ହିଁ ମଣିଷର ମୁଡ୍ କୁ ସହଜ ଏବଂ ସତେଜ ରଖେ ।

୨୦୧୦ରେ ବ୍ରିଟେନର ମେଡିକାଲ କଲେଜରେ ୬୫ ଜଣଙ୍କୁ ନେଇ ଗୋଟିଏ ପରୀକ୍ଷଣ କରାଯାଇଥିଲା। ସେଥିରେ ସେମାନଙ୍କୁ ଦୁଇ ଭାଗକରି ଗୋଟିଏ ଗ୍ରୁପର ଲୋକଙ୍କୁ ରାତି ଅନିଦ୍ରା ରଖାଯାଇଥିବା ବେଳେ ଅନ୍ୟ ଗ୍ରୁପକୁ ରାତିରେ ୮ ଘଣ୍ଟାର ସୁଖନିଦ୍ରା ପୂରା କରିବାକୁ ଦିଆଯାଇଥିଲା ଏବଂ ତା’ପରେ ସେମାନଙ୍କର ଫଟୋଗ୍ରାଫ ନିଆ ଯାଇଥିଲା । ଦୁଇଟି ଗ୍ରୁପର ଫଟୋକୁ ପ୍ରଦର୍ଶୀତ କରାଗଲା, ସେତେବେଳେ ଆଠ ଘଣ୍ଟାର ନିଦ ପୁରା କରିଥିବା ବ୍ୟକ୍ତିଙ୍କ ଫଟୋ ହିଁ ସୁସ୍ଥ, ସୁନ୍ଦର ଏବଂ ଆକର୍ଷଣୀୟ ଲାଗିଥିଲା ।

ସେମି ତି ସ୍ୱେଡେନରେ କରାଯାଇଥିବା ଏକ ଗବେଷଣାରେ ବୈଜ୍ଞାନିକମାନେ ରାତିଅନିଦ୍ରା ରହିବା ଦ୍ୱାରା ମଣିଷର ମେଟାବୋଲିଜିମ୍ ଧୀମାହୋଇ ମଣିଷର ମେଦବହୁଳତା ଦେଖାଯାଏ ବୋଲି ସିଦ୍ଧାନ୍ତରେ ଉପନୀତ ହୋଇଥିଲେ । ସଠିକ ନିଦ୍ରା ଯେ କେବଳ ଆପଣଙ୍କ ମସ୍ତିଷ୍କକୁ ସୁସ୍ଥ ରଖେ ତାହା ନୁହେଁ, ବର° ଆକର୍ଷଣୀୟ ଚେହେରା ଓ ଫିଗର ପାଇଁ ମଧ୍ୟ ଏହା ଜରୁରୀ ।

ସାମାଜିକ ଏବଂ ପାରିବାରିକ ଜୀବନ: ( social and familial )

ଯେମିତି ଅନିଦ୍ରା ଆପଣଙ୍କୁ ମାନ୍ଦା, ଶୁସ୍ତିଆ ଏବଂ ଚିନ୍ତିତ କରାଏ, ଠିକ ସେମିତି ସୁଖ ଓ ସଠିକ ନିଦ୍ରା ଆପଣଙ୍କୁ କେବଳ ଦୈନନ୍ଦିନ ଅଫିସ କାମ ନୁହେଁ ବର° ଅନ୍ୟାନ୍ୟ ସାମାଜିକ ଓ ପାରିବାରିକ ଅନୁଷ୍ଠାନରେ ମଧ୍ୟ ଆଣଙ୍କ ସକ୍ରିୟତା ବଢାଇଥାଏ । ଆପଣ ଅଧିକ ସମୟ ପର୍ଯ୍ୟନ୍ତ ଶାରୀରିକ ବ୍ୟାୟାମ ଓ ନିଜ ଫିଟନେସ୍ ପ୍ରତି ଧ୍ୟାନ ଦେବା ସହ, ଆପଣଙ୍କ ସେକ୍ସ-ଲାଇଫ୍ ( sex life ) ମଧ୍ୟ ଉତ୍ତମ ହୋଇଥାଏ ।

ଦୀର୍ଘ ଏବଂ ସୁସ୍ଥ ଜୀବନ: ( healthy life )

ପୃଥିବୀର ବିଭିନ୍ନ ଜାଗାରେ ବିଭିନ୍ନ ସମୟରେ କରାଯାଇଥିବା ଗବେଷଣାରେ ଦେଖାଯାଇଛି ଯେ ଯେଉଁମାନେ ନିୟମିତ ଦୈନିକ ୬ ଘଣ୍ଟାରୁ କମ ସମୟ ଶୋଇଥାନ୍ତି ସେମାନଙ୍କଠାରେ ଲାଇଫଷ୍ଟାଇଲ୍ ତଥା ମେଟାବୋଲିକ୍ ଡିଜଅର୍ଡର ଅଧିକ ଦେଖାଯିବା ସହ, ସେମାନଙ୍କ ଲାଇଫସ୍ପାନ୍ କମ୍ ହୋଇଥାଏ। କିନ୍ତୁ ସନ୍ତୁଳିତ ଆହାର, ଶାରୀରିକ ବ୍ୟାୟାମ ଏବଂ ଦୈନିକ ରାତିରେ ୭-୮ ଘଣ୍ଟାର ସୁଖନିଦ୍ରା ପୂରା କରୁଥିବା ମଣିଷମାନେ ସାଧାରଣତଃ ସୁସ୍ଥ-ନିରାମୟ ଓ ଦୀର୍ଘ ଜୀବନ ବିତାଇଥାନ୍ତି।

ଆଲାର୍ମ ଘଣ୍ଟା ତିଆରି କରିବ ସକାଳ କଫି

ବଢ଼ାନ୍ତୁ ସ୍ମୃତି ଶକ୍ତି !

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)