କାଜୁ ଚାଷ ଏକ ଅର୍ଥକାରୀ ଫସଲ l କାଜୁର ପୋଷଣତତ୍ତ୍ୱ ଓ ବଜାରରେ ଏହାର ଚାହିଦା ଅଧିକ ଥିବାରୁ, ଏହା ଚାଷୀମାନଙ୍କ ପସନ୍ଦର ବିକଳ୍ପ ମଧ୍ୟରୁ ଗୋଟିଏ ଅଟେ l ଭାରତର ଚାଷୀମାନେ ବ୍ୟବସାୟିକ ଭିତିରେ ୧୯୨୦ରୁ ଏହି ଚାଷ କରିଆସୁଛନ୍ତି ଓ ବହୁତ ଲଭାବନ ହେଉଛନ୍ତି l
କାଜୁ ଚାଷ ପାଇଁ ମାଟି
କାଜୁ ଚାଷ ଗହରିଆ,ବାଲିଆ, ଓ ଭଲ ଜଳ ନିଷ୍କାସନ ହୋଇ ପାରୁଥିବା ମାଟିରେ କରାଯାଇପାରେ l ଏହା ଛଡ଼ା ନାଲି ମାଟି ଲାଟେରାଇଟ ମାଟି ମଧ୍ୟ କାଜୁ ଚାଷ ପାଇଁ ଭଲ ହୋଇଥାଏ l କାଜୁ ଲଗେଇବା ପୂର୍ବରୁ ଚାଷୀମାନଙ୍କୁ ମାଟିରେ ଥିବା ଖାଲ ଢିପକୁ ଭଲ ଭାବରେ ପୂରଣ କରିବା ଦରକାର l କାରଣ ଏହା ଗଛକୁ କ୍ଷତି ପହଞ୍ଚାଇପାରେ l
କାଜୁ ଚାଷ ପାଇଁ ଜଳବାୟୁ
୧୦୦୦ ରୁ ୨୦୦୦ ମିଳିମିଟର ବାର୍ଷିକ ବର୍ଷା ଓ ୨୦ ରୁ ୩୦ ଡ଼ିଗ୍ରୀ ସେଲସିଅସ ମଧ୍ୟରେ ତାପମାତ୍ରା କାଜୁ ଚାଷ ପାଇଁ ସର୍ବୋତ୍ତମ ହୋଇଥାଏ l ୩୬ ଡ଼ିଗ୍ରୀରୁ ଅଧିକ ତାପମାତ୍ରା ହେଲେ ଏହା ଫୁଲ ଓ ଫଳ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ lଗଛଗୁଡିକ ଭଲ ହେବା ପାଇଁ ଏହାକୁ ବର୍ଷା ଋତୁରେ ଲଗାଇବା ଦରକାର l ଏଥିରେ ୧୦ ରୁ ୧୫ କିଲୋ ଗୋବର ଖତ ସହିତ ରାସାୟନିକ ଉର୍ବରକ ମଧ୍ୟ ଦେବା ଦରକାର l
କାଜୁର ଉପକାରିତା
୧. କାଜୁ ଚର୍ମକୁ ଚିକ୍କଣ ରଖିଥାଏ l
୨. କାଜୁ ଖାଇବା ନିମ୍ନ ରକ୍ତଚାପ ଥିବା ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ l
୩. ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି l
୪. ଏହା ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ l
୫. ଏହା ତ୍ୱଚାକୁ ଉଜ୍ବଳ କରିବାରେ ସାହାଯ୍ୟ କରିଥାଏ l
୬. ଏହା ମଧୁମେହ ପାଇଁ ମଧ୍ୟ ଉପଯୋଗୀ ହୋଇଥାଏ l
Share your comments