1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଅମୃତ ଭଣ୍ଡା ପତ୍ର ଜୁସ୍ ଅନେକ ରୋଗ ପାଇଁ ଲାଭଦାୟକ, ଆପଣ ଜାଣନ୍ତୁ !!

ଅମୃତ ଭଣ୍ଡା ଏକ ସବୁଜ ପରିବା ଅଟେ l ଅମୃତ ଭଣ୍ଡାରେ ଭିଟାମିନ୍-ଏ ଓ ଭିଟାମିନ୍-ସି ଛଡା କ୍ୟାଲସିୟମ୍, ପୋଟାସିୟମ୍, ମାଗ୍ନେସିୟମ୍, ପ୍ରୋଟିନ୍ ଓ ଫାଇବର ମଧ୍ୟ ଭରପୁର ମାତ୍ରାରେ ମିଳିଥାଏ l ଆପଣମାନେ ଏହା ଜାଣି ରଖନ୍ତୁ ଯେ ଅମୃତ ଭଣ୍ଡା ଆମ ସ୍ୱାସ୍ଥ୍ୟ ପାଇଁ ଯେତିକି ଜରୁରୀ, ଏହାର ପତ୍ର ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ସେତିକି ଜରୁରୀ

Sugyan Kumar Nayak
Sugyan Kumar Nayak
Papaya Leaf Juice

Papaya Leaf Juice

ଅମୃତ ଭଣ୍ଡା ଏକ ସବୁଜ ପରିବା ଅଟେ l ଅମୃତ ଭଣ୍ଡାରେ ଭିଟାମିନ୍-ଏ ଓ ଭିଟାମିନ୍-ସି ଛଡା କ୍ୟାଲସିୟମ୍, ପୋଟାସିୟମ୍, ମାଗ୍ନେସିୟମ୍, ପ୍ରୋଟିନ୍ ଓ ଫାଇବର ମଧ୍ୟ ଭରପୁର ମାତ୍ରାରେ ମିଳିଥାଏ l ଆପଣମାନେ ଏହା ଜାଣି ରଖନ୍ତୁ ଯେ ଅମୃତ ଭଣ୍ଡା ଆମ ସ୍ୱାସ୍ଥ୍ୟ ପାଇଁ ଯେତିକି ଜରୁରୀ, ଏହାର ପତ୍ର ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ସେତିକି ଜରୁରୀ

ହୋଇଥାଏ l ଅମୃତ ଭଣ୍ଡାର ପତ୍ରକୁ ଆୟୁର୍ବେଦରେ ଅନେକ ରୋଗର ଉପଚାର ପାଇଁ ବ୍ୟବହାର କରାଯାଇଥାଏ l ତେବେ ଆସନ୍ତୁ ଆମର ଏହି ଲେଖା ମାଧ୍ୟମରେ ଅମୃତ ଭଣ୍ଡାର ପତ୍ରକୁ ବ୍ୟବହାର କରିବାର ଉପାୟ ଓ ଲାଭ ବିଷୟରେ ଆଲୋଚନା କରିବା l

ଅମୃତ ଭଣ୍ଡା ପତ୍ରର ଜୁସ୍ ପ୍ରସ୍ତୁତିର ବିଧି

୧. ପ୍ରଥମେ ଆପଣ ୫-୧୦ ଅମୃତ ଭଣ୍ଡାର ତାଜା ପତ୍ର ନିଅନ୍ତୁ ଓ ଏହାକୁ ଭଲ ଭାବରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ l

୨. ଏହା ପରେ ଏହାକୁ ମିକ୍ସିରେ ଭରି ଦିଅନ୍ତୁ ଓ ଏଥିରେ କିଛି ପାଣି ଦେଇ ମିକ୍ସିକୁ ଚଲାଇ ଦିଅନ୍ତୁ l

୩. ଏବେ ଏହାକୁ ଜୁସରରେ ଭଲ ଭାବରେ ପେଷି ଦିଅନ୍ତୁ l

୪. ଏହାକୁ ଏବେ କୌଣସି ଛଣାରେ ଭଲ ଭାବେ ଛାଣି ଦିଅନ୍ତୁ l

୫. ଏବେ ଆପଣଙ୍କ ଜୁସ୍ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇସାରିଛି l ଆପଣ ଚାହିଁଲେ ଏହାକୁ ତୁରନ୍ତ ପିଇପାରିବେ ଅଥବା ଏହାକୁ କୌଣସି କାଚ ବୋତଲରେ ଭରି ରଖିପାରିବେ ଓ ପରେ ଅଳ୍ପ ଅଳ୍ପ କରି ନିୟମିତ ଭାବରେ ପିଇପାରିବେ l

ଏହାକୁ ପିଇବାର ଲାଭ

୧. ପାଚନ କ୍ରିୟାକୁ ନିୟନ୍ତ୍ରିତ କରେ l ଯଦି ଆପଣଙ୍କୁ ପେଟ ସମ୍ଭନ୍ଧୀତ କିଛିବି ସମସ୍ୟା ରହିଥାଏ, ଯେପରିକି ବଦହଜମି, କୋଷ୍ଠକାଠିନ୍ୟ, ପେଟ ଯନ୍ତ୍ରଣା, ପେଟରେ ଗ୍ୟାସ ଜନିତ ସମସ୍ୟା ଆଦି, ତେବେ ଆପଣ ଏହି ଅମୃତ ଭଣ୍ଡାର ପତ୍ରର ଜୁସ୍  ପିଅନ୍ତୁ l ଏହା ଆପଣଙ୍କ ସମସ୍ୟାକୁ ନିଶ୍ଚିତ ରୂପେ ସମାଧାନ କରିପାରିବ l

୨. ଏହା ଆପଣଙ୍କ ଶରୀରରେ କୋଲେଷ୍ଟ୍ରରଲ ମାତ୍ରାକୁ ମଧ୍ୟ ନିୟନ୍ତ୍ରିତ କରିଥାଏ l

୩. ଡେଙ୍ଗୁ ହେବା ଦ୍ୱାରା ଶରୀରରେ ପ୍ଲେଟଲେଟସର ମାତ୍ରା ଦ୍ରୁତ ଗତିରେ କମ ହେବାରେ ଲାଗିଥାଏ l ଏହା ସହିତ ଜ୍ୱର ଓ ମୁଣ୍ଡ ବ୍ୟଥା ମଧ୍ୟ ହୋଇଥାଏ ଏହାକୁ ହ୍ରାସ କରିବା ପାଇଁ ଆପଣ ଏହି ଅମୃତ ଭଣ୍ଡା ପତ୍ରର ଜୁସ୍ ପିଇପାରିବେ l

୪. ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ଏହା ବୃଦ୍ଧି କରିଥାଏ l ଏଥିରେ ଏମିତି ସବୁ ଗୁରୁତ୍ୱପୂର୍ଣ୍ଣ ପୋଷକତତ୍ତ୍ୱ ରହିଥାଏ ଯାହା ଆମର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ l

୫. ଅମୃତ ଭଣ୍ଡାର ପତ୍ରରୁ ମିଳୁଥିବା ଭିଟାମିନ-ଏ ଓ ସି ଆମ ଆଖି ପାଇଁ ବହୁତ ଲାଭକାରି ହୋଇଥାଏ l ଏହା ଆମର ଦୃଷ୍ଟି ଶକ୍ତି ବଢାଇବା ସହିତ ଆଖିର ଅନ୍ୟ ସମସ୍ୟାକୁ ମଧ୍ୟ ଦୂର କରିବାରେ ସହାୟକ ହୋଇଥାଏ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments