1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଆପଣ ଜାଣନ୍ତୁ ପ୍ରୋବାୟୋଟିକ କ୍ଷୀରର ଲାଭ !!

କ୍ଷୀର ଏବଂ କ୍ଷୀର ଉତ୍ପାଦ ବିଭିନ୍ନ ପ୍ରକାରର ପୋଷକତତ୍ତ୍ୱରେ ପରିପୂର୍ଣ୍ଣ ହୋଇଥାଏ । ପ୍ରୋବାୟୋଟିକ କ୍ଷୀରରେ ଥିବା ସୂକ୍ଷ୍ମ ପୋଷକତତ୍ତ୍ୱ ଶରୀର ପାଇଁ ଲାଭକାରୀ ହୋଇଥାଏ । ତେଣୁ ଏଥିପାଇଁ ଏହା ସାଧାରଣ କ୍ଷୀର ଠାରୁ ଅଧିକ ଭଲ ବୋଲି ଜଣାଯାଏ ।

Sugyan Kumar Nayak
Sugyan Kumar Nayak
Probiotic Milk

Probiotic Milk

କ୍ଷୀର ଏବଂ କ୍ଷୀର ଉତ୍ପାଦ ବିଭିନ୍ନ ପ୍ରକାରର ପୋଷକତତ୍ତ୍ୱରେ ପରିପୂର୍ଣ୍ଣ ହୋଇଥାଏ । ପ୍ରୋବାୟୋଟିକ କ୍ଷୀରରେ ଥିବା ସୂକ୍ଷ୍ମ ପୋଷକତତ୍ତ୍ୱ ଶରୀର ପାଇଁ ଲାଭକାରୀ ହୋଇଥାଏ । ତେଣୁ ଏଥିପାଇଁ ଏହା ସାଧାରଣ କ୍ଷୀର ଠାରୁ ଅଧିକ ଭଲ ବୋଲି ଜଣାଯାଏ ।  ମଣିଷର ଶରୀର ପ୍ରତି ପ୍ରୋବାୟୋଟିକ କ୍ଷୀରର ଭଲ ପ୍ରଭାବ ରହିଥିବାର ଜଣାଯାଇଛି ।

କ) ଏହି ପରିବର୍ତ୍ତନ କ୍ଷୀରର ମାନଦଣ୍ଡ ଅବା କିଛିଟା ଅବକ୍ଷୟକୁ ପୂରଣ କରିବା ପାଇଁ ଏବଂ କ୍ଷୀରକୁ ଗରମ କରିବାର ବିଧି ଅଥବା ଅଧିକ ଗରମ କରି ଫୁଟାଇବା ଇତ୍ୟାଦି । ଏହି ଫରମେଣ୍ଟସନ କାରଣରୁ କ୍ଷୀରର ଗୁଣରେ ଏବଂ ପରିମାଣରେ  ଏହି ଦୁଇ ମୁଖ୍ୟ କାରଣର ପରିବର୍ତନ ଆସିଅଛି ।

ଖ) ଜୀବାଣୁ କ୍ଷୟ ଏବଂ କ୍ଷୀରର ଗୁଣାତ୍ମକ କ୍ରିୟା ଏହି ଭିନ୍ନ ପ୍ରକାରର ପଦାର୍ଥର ପ୍ରସ୍ତୁତ କରିଥାଏ ।

ଗ) ଏହି ପ୍ରକାରର ସାମଗ୍ରୀରେ ଏଞ୍ଜାଇମର ବି ମିଶ୍ରଣ କରାଯାଏ, ଯାହା କି କ୍ଷୀରରେ ଥିବା ସ୍ନେହସାର, ପ୍ରୋଟିନ, କାର୍ବୋହାଇଡ୍ରେଟ ଅବା ଶର୍କରାର ଛୋଟ ଛୋଟ ଉତ୍ପାଦରେ ପରିବର୍ତ୍ତନ କରି ଦେଇଥାଏ ।

ଘ) ଏଥି ମଧ୍ୟରେ କିଛି ଭିଟାମିନ, ରୋଗପ୍ରତିରୋଧୀ ଉତ୍ପାଦ, ଆମିନୋ ଅମ୍ଳ , ଜୈବିକ ଅମ୍ଳ  ଇତ୍ୟାଦିର ଗଠନ କରିଥାଏ, ଯାହା କି ଏହା ଅନ୍ତିମ ଉତ୍ପାଦର ବିଭିନ୍ନ ସ୍ୱତନ୍ତ୍ରତା ପ୍ରଦାନ କରିଥାଏ ।

କ୍ଷୀରର ଅବସ୍ଥାରେ ଆସିଥିବା ପରିବର୍ତ୍ତନ

ଶର୍କରା ଜୀବାଣୁମାନଙ୍କ ପାଇଁ ଶକ୍ତିର ମୁଖ୍ୟ ସ୍ରୋତ ହୋଇଥାଏ, ତେଣୁ ଏଥିରେ ଜୀବାଣୁ ବିକଶିତ ହୋଇ ଭିନ୍ନ ଭିନ୍ନ ପଦାର୍ଥର ନିର୍ମାଣ କରିଥାନ୍ତି ।  କ୍ଷୀରରେ ଥିବା କାର୍ବୋହାଇଡ୍ରେଟ ଲାକଟିକ ଅମ୍ଳରେ ପରିଣତ ହୋଇଯାଇ ଥାଏ l   ପ୍ରୋବାୟୋଟିକ କ୍ଷୀରରେ ଥିବା ପ୍ରୋଟିନ - ଜୀବାଣୁ ଏବଂ ଏଞ୍ଜାଇମ ସହ ପ୍ରତିକ୍ରିୟା କରି ଆମୀନୋ ଅମ୍ଳରେ ମିଶି ଛୋଟ ଛୋଟ ପ୍ରୋଟିନରେ ହେଇଯାନ୍ତି , ଏହା ଛଡା ଏଥିରେ ଜୀବାଣୁ ପ୍ରୋଟିନ ବି ରହିଥାନ୍ତି । ପ୍ରୋବାୟୋଟିକ କ୍ଷୀର ଶିଶୁ , ବୟସ୍କ ଏବଂ ପେଟ ରୋଗ ଥିବା ଲୋକମାନଙ୍କ ପାଇଁ ସହଜରେ ହଜମ ହେଉଥିବା ଆହାର ଅଟେ ପ୍ରୋବାୟୋଟିକ କ୍ଷୀରରେ ଥିବା ଆମିନୋ ଅମ୍ଳ ଯେମିତି କି ଅଲନିନ, ଲ୍ୟୁସିନ, ଲାଇସିନ, ହିଷ୍ଟିଡିନ ଆଦିର ମାତ୍ରା ସାଧାରଣ କ୍ଷୀର ଠାରୁ ଅଧିକ ହୋଇଥାଏ । ପ୍ରୋବାୟୋଟିକ କ୍ଷୀରରେ ସାଧାରଣ କ୍ଷୀର ଅପେକ୍ଷା ଅଧିକ ଭିଟାମିନ ରହିଥାଏ । ତେଣୁ  ପ୍ରୋବାୟୋଟିକ କ୍ଷୀରକୁ ଭିଟାମିନର ଏକ ଭଲ ଉତ୍ସ ବୋଲି କୁହାଯାଏ । ଫୋଲେଟ, ବାଇୟୋଟିନ , ଫୋଲିକ ଏସିଡ, ରାଇବୋଫ୍ଲୋବିନ (B2), B6, B1 ଇତ୍ୟାଦି ଭିଟାମିନ ଭରପୁର ହୋଇ ରହିଥାଏ ।

ପ୍ରୋବାୟୋଟିକ କ୍ଷୀରର ଫାଇଦା

ଯଦି ପ୍ରୋବାୟୋଟିକ କ୍ଷୀରର ଲାଭ କଥା କହିବ ତେବେ ଏହାର ଅନେକ ଭଲ କଥା ନଜରକୁ ଆସେ:-

  • ପ୍ରୋବାୟୋଟିକ କ୍ଷୀର ହାନିକାରକ ଜୀବାଣୁମାନଙ୍କୁ ଶରୀରରେ ବୃଦ୍ଧି ହେବାକୁ ରୋକି ଦେଇଥାଏ ।

  • ପ୍ରୋବାୟୋଟିକ କ୍ଷୀର ବଦହଜମି, ପେଟ ଯନ୍ତ୍ରଣା ଓ ପତଳାଝାଡା ପରି ସମସ୍ୟାର ନିୟନ୍ତ୍ରଣ କରିଥାଏ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ