Health & Lifestyle

ଜାଣନ୍ତୁ ଅଳସୀର ଫାଇଦା ବିଷୟରେ

ଆମ ଚାରିପାଖରେ ଏମିତି ଅନେକ କିଛି ବୃକ୍ଷଲତା ରହିଛି ଯାହା ବ୍ୟବହାର କରି ଅନେକ ରୋଗ ନିୟନ୍ତ୍ରଣ କରିପାରିବା । ଅନେକ ବୃକ୍ଷ ଲତା ଭିତରୁ ଆପଣ ଦେଖୁଥିବା ଅଳସୀ ଫୁଲ ଓ ମଞ୍ଜିକୁ ବ୍ୟବହାର କରି ଅନେକ ବଡ ରୋଗରୁ ଉପଷମ ପାଇପାରିବେ । ତେବେ ଆସନ୍ତୁ ଜାଣିବା ଅଳସୀ ମଞ୍ଜିର କଣ ରହିଛି ଉପକାରିତା ।

17 November, 2022 2:48 PM IST By: Tanushree Mahapatra

ଆମ ଚାରିପାଖରେ ଏମିତି ଅନେକ କିଛି ବୃକ୍ଷଲତା ରହିଛି ଯାହା ବ୍ୟବହାର କରି ଅନେକ ରୋଗ  ନିୟନ୍ତ୍ରଣ କରିପାରିବା । ଅନେକ ବୃକ୍ଷ ଲତା ଭିତରୁ ଆପଣ ଦେଖୁଥିବା ଅଳସୀ ଫୁଲ ଓ ମଞ୍ଜିକୁ ( flax seeds and flower ) ବ୍ୟବହାର କରି ଅନେକ ବଡ ରୋଗରୁ ଉପଷମ ପାଇପାରିବେ । ତେବେ ଆସନ୍ତୁ ଜାଣିବା ଅଳସୀ ମଞ୍ଜିର (  flax seeds ) କଣ ରହିଛି ଉପକାରିତା । ଅଳସୀ ମଞ୍ଜିକୁ ଇଂଗ୍ରାଜୀରେ ଫ୍ଲେକ୍ସ ସିଡସ ବୋଲି କୁହାଯାଏ । ଆପଣଙ୍କ ସ୍ୱାସ୍ଥ୍ୟପାଇଁ ଏହି ଅଳସୀ ମଞ୍ଜି ବେସ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ  ।

ଓଜନ କମାଇବା, ତ୍ୱଚାରେ ଚମକ ଆଣିବା, ଚୁଟିକୁ ମଜବୁତ କରିବା, ହଜମ ଶକ୍ତି ବୃଦ୍ଧି କରିବା, ହୃଦରୋଗ ଓ ମଧୁମେହ ରୋଗୀଙ୍କ ପାଇଁ ଏହି ମଞ୍ଜି ବେସ ଲାଭଦାୟକ । ଅଳସୀ ମଞ୍ଜି ଖାଇବା ଦ୍ୱାରା ହୃଦରୋଗ ସମ୍ବନ୍ଧିତ ରୋଗୀଙ୍କୁ ଲାଭ ମିଳିଥାଏ । ଏହି ମଞ୍ଜି ସେବନ କଲେ ଶରୀରରେ କୋଲଷ୍ଟରଲ ମଧ୍ୟ କମ ହୋଇଥାଏ ।

ଅଳସୀର ଫାଇଦା ଖୁବ୍ ଚମତ୍କାରୀ ହୋଇଥାଏ ଯାହା ବିଷୟରେ ସମସ୍ତେ ଜାଣି ନାହାନ୍ତି । ଅଳସୀ ଶରୀରର ଭିନ୍ନ ଭିନ୍ନ ଭାଗ ପାଇଁ ଲାଭଦାୟକ ଅଟେ । ଅଳସୀରେ ଭିଟାମିନ୍ ବି,ଆଣ୍ଟିଅକ୍ସିଡାଣ୍ଟ ଏବଂ ଓମେଗା-୩ ପ୍ରଚୁର ମାତ୍ରାରେ ରହିଥାଏ ।  ଯଦି ପ୍ରତିଦିନ ନିଜ ଖାଦ୍ୟରେ ଅଳସୀକୁ ସାମିଲ କରୁଛନ୍ତି ତେବେ ଏହାର ଅନେକ ଫାଇଦା ରହିଛି । ଏହା ଶରୀରର ତ୍ବଚାଠୁ ଆରମ୍ଭ କରି ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ପାଇଁ ମଧ୍ୟ ଲାଭଦାୟକ  । ଏହା ଅନେକ ରୋଗର ରାମବାଣ ହୋଇଥାଏ । ଅଳସୀ ମଞ୍ଜି ସେବନ ଦ୍ୱାରା ମଧୁମେହ ଓ ରକ୍ତଚାପ କଣ୍ଟ୍ରୋଲରେ ରହିଥାଏ ।

ମଧୁମେହ ରୋଗୀଙ୍କ ପାଇଁ ଅଳସୀ ଏକ ରାମବାଣ ପରି କାମ କରିଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରରେ ଶର୍କରା ସ୍ତରକୁ କମ୍ କରିଥାଏ ଏବଂ ଯେଉଁମାନେ ପ୍ରତିଦିନ ଏହା ଖାଇଥାଆନ୍ତି ସେମାନଙ୍କୁ ମଧୁମେହ ହେବାର ସମ୍ଭାବନା ନଥାଏ । ଯେଉଁ ବ୍ୟକ୍ତିଙ୍କୁ ତ୍ବଚା ସମ୍ବନ୍ଧିତ ସମସ୍ୟା ଥାଏ ସେମାନେ ପ୍ରତିଦିନ ଅଳସୀ ଖାଇବା ଉଚିତ୍ । ଫଳରେ ମଇଶ୍ଚରାଇଜ୍ଡ ଏବଂ ଚମକଦାର ତ୍ବଚା ମିଳିଥାଏ । ତ୍ବଚାରେ ଥିବା ବ୍ୟାକ୍ଟେରିଆ ମଧ୍ୟ ମରି ଯାଇଥାଆନ୍ତି ଏହା ଖାଇବା ଦ୍ୱାରା । ଅଳସୀରେ ଥିବା ଫାଇବର ପାଚନ ଶକ୍ତିକୁ ମଜବୁତ କରିଥାଏ ଏବଂ ପେଟରୋଗରୁ ମୁକ୍ତି ଦେଇଥାଏ । 

ଅଳସୀ ଖାଇବା ଦ୍ବାରା ଓଜନ କମିଥାଏ କାରଣ ଏହା ଶରୀରରେ ଥିବା ଚର୍ବିକୁ କମ୍ କରିଥାଏ ଯାହାକି ଜଣେ ବ୍ୟକ୍ତିଙ୍କୁ ମୋଟାପଣ ରୁ ରକ୍ଷା କରେ । ଅଳସୀରେ ବିଭିନ୍ନ ପ୍ରକାରର ଫାଇବର ଏବଂ ପ୍ରୋଟିନ୍ ରହିଥାଏ । ଯେଉଁମାନଙ୍କର କେଶ ଝଡ଼ିବାର ଏବଂ କେଶ ଖରାପ ହେବାର ସମସ୍ୟା ଦେଖାଯାଇଥାଏ ସେମାନେ ମଧ୍ୟ ପ୍ରତିଦିନ ଅଳସୀ ଖାଇବା ଉଚିତ୍ । ଫଳରେ କେଶକୁ ପୋଷଣ ମିଳିଥାଏ ଏବଂ କେଶ ମୁଲାୟମ ଏବଂ ମଜବୁତ ରହିଥାଏ ।

ଆଜିକାଲି ବିଶେଷ କରି ମହିଳାଙ୍କ ଠାରେ କ୍ୟାନସର ରୋଗ ମାତ୍ରା ଅଧିକ ଦେଖା ଯାଉଛି ଆଉ ଯାହା ପାଇଁ ଅଳସି ବେଶ ଲାଭଦାୟକ ହୋଇଥାଏ l ମହିଳାମାନଙ୍କଠାରେ ଦେଖାଯାଉଥିବା ସ୍ତନ କର୍କଟ ସାଧାରଣ କର୍କଟଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇଥାଏ । ଯାହାକି କ୍ୟାନସର ଡିଏନ୍ଏର କ୍ଷତି କିମ୍ବା ଜେନେଟିକ୍ ପରିବର୍ତ୍ତନ କାରଣରୁ ହୋଇଥାଏ । ବିଶେଷଜ୍ଞଙ୍କ ଅନୁସାରେ, ବ୍ରେଷ୍ଟ କ୍ୟାନସରର ଅନେକ ଗୁଡିଏ କାରଣ ରହିଥାଏ । ସେଥିମଧ୍ୟରୁ ଗୋଟିଏ ମୁଖ୍ୟ କାରଣ ହେଉଛି ଅସ୍ୱାସ୍ଥ୍ୟକର ଖାଦ୍ୟ । ଯେଉଁ ମହିଳାମାନେ  ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଉଛନ୍ତି ସେମାନଙ୍କୁ ବ୍ରେଷ୍ଟ କ୍ୟାନସର ହେବାର ଆଶଙ୍କା ଅଧିକ ଥାଏ । ତେଣୁ ଏହାକୁ ଏଡ଼ାଇବା ପାଇଁ ଅନେକ ପଦକ୍ଷେପ ନିଆଯାଇପାରେ। ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ବିଶ୍ବାସ କରନ୍ତି ଯେ  ଅଳସୀ ମଞ୍ଜି ଖାଇବା ଦ୍ବାରା ସ୍ତନ କର୍କଟକୁ ରୋକି ପାରିବେ ।

ଅଳସୀ ହେଉଛି ଏକ ପୁଷ୍ଟିକର ମଞ୍ଜି ଯାହା ଏହାର ବହୁମୁଖୀତା ଓ ସ୍ୱାସ୍ଥ୍ୟ ଉପକାର ପାଇଁ ବେଶ୍ ଜଣାଶୁଣା । ଅଳସୀ ବିଭିନ୍ନ ପ୍ରକାରର ରେସିପିରେ ଅନ୍ତର୍ଭୁକ୍ତ କରାଯାଇପାରେ ।  ଅଳସୀରୁ ତିଆରି ହେଉଥିବା ଫ୍ଲେକ୍ସସିଡ୍ ତେଲ ମଧ୍ୟ ସାଧାରଣତଃ ସାଲାଡ ଡ୍ରେସିଂ ଓ ସସ୍ ସହିତ ମିଶାଇ ଖିଆଯାଇଥାଏ । ଅଳସୀରେ ପ୍ରୋଟିନ୍ ( protin ), କ୍ୟାଲସିୟମ୍ ( calcium ) , ଭିଟାମିନ୍ ସି ( vitamin-c) , ଆଇରନ୍( iron ), ଭିଟାମିନ୍ ବି( vitamin - b ) , ମ୍ୟାଗ୍ନେସିୟମ୍ ( magnecium ) , ଫସଫରସ୍ ଓ ଫୋଲେଟ୍ ପ୍ରଚୁର ପରିମାଣରେ ମିଳିଥାଏ, ଯେଉଁଥିପାଇଁ ଏହା ଖାଇବା  ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ସାମ୍ପ୍ରତିକ ବର୍ଷଗୁଡିକରେ, ସ୍ତନ କର୍କଟ ଉପରେ ଅଳସୀ ପ୍ରଭାବକୁ ଆକଳନ କରୁଥିବା ଅନେକ ଅଧ୍ୟୟନ ସାମ୍ନାକୁ ଆସିଛି ।  ଅନେକ ପୁରାତନ ଅଧ୍ୟୟନରୁ ଜଣାପଡ଼ିଛି ଯେ ଅଳସୀ ଖାଇବା ଦ୍ୱାରା ସ୍ତନ କର୍କଟ ହେବାର ଆଶଙ୍କା କମ ରହିଥାଏ । ଯଦିଓ ଅଳସୀ ଅନେକ ଭିନ୍ନ କାରଣ ଉପକାରୀ ହୋଇପାରେ । କିନ୍ତୁ ସ୍ତନ କର୍କଟକୁ ରୋକିବା ପାଇଁ ଏହା ବ୍ୟବହାର ସମାଧାନ ଭାବରେ ବିବେଚନା କରାଯିବା ଠିକ ନୁହେଁ । ଘରୋଇ ସହିତ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେବା ଜରୁରୀ l

କ୍ୟାନସର୍ ଓ ଆସ୍ଥମା ଭଳି ଅନେକ ରୋଗରୁ ମୁକ୍ତି ଦିଏ କଳା ହଳଦୀ

୩ ଦିନ ସକାଳୁ ଖାଲି ପେଟରେ ଖାଆନ୍ତୁ ପିଜୁଳି ପତ୍ର, ମୂଳରୁ ଶେଷ ହୋଇଯିବ ଏହି ରୋଗ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)