1. ଉଦ୍ୟାନ କୃଷି

ଏହି ତାରିଖ ପୂର୍ବରୁ PAN-Aadhar ଲିଙ୍କ କିରି ନିଅନ୍ତୁ , ନଚେତ୍ ୧୦,୦୦୦ ଟଙ୍କା ଜରିମାନା

ଯଦି ଆପଣମାନେ ଏପର୍ଯ୍ୟନ୍ତ ଆପଣମାନଙ୍କର ପାନ୍ କାର୍ଡ (PAN Card) କୁ ଆଧାର (Aadhaar card) ସହିତ ଲିଙ୍କ୍ କରିନାହାଁନ୍ତି କି? ତେବେ ଏହି ନ୍ୟୁଜ ଆପଣମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

Sudesna Nayak
Sudesna Nayak
pan card aadhaar card link

pan card aadhaar card link

ଯଦି ଆପଣମାନେ ଏପର୍ଯ୍ୟନ୍ତ ଆପଣମାନଙ୍କର ପାନ୍ କାର୍ଡ (PAN Card) କୁ ଆଧାର (Aadhaar card) ସହିତ ଲିଙ୍କ୍ କରିନାହାଁନ୍ତି କି? ତେବେ ଏହି ନ୍ୟୁଜ ଆପଣମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

ବାସ୍ତବରେ ଜାଣି ରଖନ୍ତୁ କି, ପାନ୍ କାର୍ଡ ଧାରକମାନଙ୍କୁ ନିଜର ସ୍ଥାୟୀ ଆକାଉଣ୍ଟ୍ ନମ୍ବର (PAN) କୁ ଆଧାର କାର୍ଡ ନମ୍ବର ସହିତ ମାର୍ଚ୍ଚ ୩୧, ୨୦୨୨ ସୁଦ୍ଧା ଲିଙ୍କ୍ କରିବାକୁ କୁହାଯାଇଛି । ଯଦି ପାନ୍ କାର୍ଡ (PAN Card) ଏହି ଦିନ ଆଧାର (Aadhaar card) ସହିତ ଲିଙ୍କ୍ ହୋଇ ନଥିବ, ତେବେ ଏହା ଅବୈଧ ହୋଇଯିବ । ଏହା ପରେ ପାନ୍ ଆଧାରକୁ ଲିଙ୍କ୍ କରିବା ପାଇଁ ଆପଣଙ୍କୁ ୧୦,୦୦୦ ଟଙ୍କାର ମଧ୍ୟ ଶୁଳ୍କ ମଧ୍ଯ ଦେବାକୁ ପଡ଼ିବ ।

ଆମେ ଆପଣମାନଙ୍କୁ କହିରଖୁଛୁ ଯେ, ଆଧାର କାର୍ଡ (Aadhaar Card) କୁ ପାନ୍ କାର୍ଡ (PAN Card) ସହିତ ସଂଯୋଗ କରିବା ପାଇଁ ସରକାର ଶେଷ ତାରିଖ ବଢ଼ାଇ ସାରିଛନ୍ତି ଓ ଯାହାକୁ ନେଇ ବର୍ତ୍ତମାନ ଏହାର ଶେଷ ତାରିଖ ହେଉଛି ୩୧ ମାର୍ଚ୍ଚ ୨୦୨୨

ଯଦି ଆପଣମାନେ ଆଧାର କାର୍ଡକୁ ପାନ୍ କାର୍ଡ ସହିତ ସଂଯୋଗ କରି ନାହାଁନ୍ତି, ତେବେ ଏହି କାମ କରିପାରିବେ ନାହିଁ ...

ସୂଚନା ଅନୁଯାୟୀ, ଯଦି ଧାର୍ଯ୍ୟ ତାରିଖ ସୁଦ୍ଧା ଆପଣଙ୍କର ପାନ୍-ଆଧାର (PAN-Aadhar) ଲିଙ୍କ୍ ହୋଇନାହିଁ, ତେବେ ଆପଣ ମ୍ୟୁଚୁଆଲ୍ ଫଣ୍ଡ, ଷ୍ଟକ୍, ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଭଳି କାର୍ଯ୍ୟ କରିବାକୁ ସମର୍ଥ ହେବେ ନାହିଁ, କାରଣ ଏସବୁ ପାଇଁ ପାନ୍ କାର୍ଡ ବୈଧ ହେବା ଆବଶ୍ୟକ ହୋଇଥାଏ । ଯଦି ଆଧାର କାର୍ଡ ଓ ପାନ୍ କାର୍ଡର ଲିଙ୍କ୍ ନହେବା କାରଣରୁ ପାନ୍ କାର୍ଡ ଲକ୍ ହୋଇଛି, ତେବେ ଆପଣ ଏପରି କୌଣସି ସୁବିଧାର ଲାଭ ମଧ୍ଯ ଉଠାଇ ପାରିବେ ନାହିଁ ଯେଉଁଠାରେ ପାନ୍ କାର୍ଡ ବାଧ୍ୟତାମୂଳକ ଅଟେ ।

ପାନ୍ କାର୍ଡ (PAN Card) ଧାରକମାନଙ୍କୁ ଦେବାକୁ ପଡ଼ିବ ୧୦,୦୦୦ ଟଙ୍କା, ଜାଣନ୍ତୁ ...

ଏହା ବ୍ୟତୀତ ଯଦି ସେହି ବ୍ୟକ୍ତି ଏକ ପାନ୍ କାର୍ଡ (PAN Card)ପ୍ରସ୍ତୁତ କରନ୍ତି ଯାହା ବୈଧ ନୁହେଁ, ତେବେ ଆୟକର ଅଧିନିୟମ ୧୯୬୧ ର ଧାରା 272N ଅନୁଯାୟୀ ଆସେସସିଂ ଅଫିସର ନିର୍ଦ୍ଦେଶ ଦେଇପାରିବେ ଯେ ଏହିପରି ବ୍ୟକ୍ତି ଦଶ ହଜାର ଟଙ୍କା ଜରିମାନା ପରିଶୋଧ କରିବେ ।

ଆଧାର କାର୍ଡ ସହିତ ପାନ୍ କାର୍ଡକୁ କିପରି କରିବେ ଲିଙ୍କ୍, ଜାଣନ୍ତୁ...

ଯଦି ଆପଣ ଆପଣମାନଙ୍କର ପାନ୍ କାର୍ଡକୁ ଆଧାର ସହିତ ଲିଙ୍କ୍ କରିଛନ୍ତି, ତେବେ ଆପଣ ଏହି ଲିଙ୍କରେ କ୍ଲିକ୍ କରି ଆପଣମାନଙ୍କର ସ୍ଥିତି ଯାଞ୍ଚ କରିପାରିବେ । ଏଥିପାଇଁ ଆପଣ https://www.incometaxindiaefiling.gov.in/home କୁ ଯିବାକୁ ପଡିବ ।

୧. ବାମ ପାର୍ଶ୍ୱରେ ଥିବା 'Link Aadhaar' ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ । ଆପଣମାନେ ସ୍ଥିତି ଦେଖିବା ପାଇଁ 'Click here' ଉପରେ କ୍ଲିକ୍ କରନ୍ତୁ । ପୁରା ବିବରଣୀ ଜାଣି ପାରିବେ ।

୨. ଏଠାରେ ଆପଣମାନଙ୍କୁ ଆଧାର (Aadhaar card)ଓ ପାନ୍ କାର୍ଡ (PAN Card) ବିବରଣୀ ପୂରଣ କରିବାକୁ ପଡିବ ।

୩. ଯଦି ଆପଣମାନଙ୍କର ପାନ୍ କାର୍ଡ ଆଧାର କାର୍ଡ ସହିତ ଲିଙ୍କ୍ ହୋଇଛି, ତେବେ ଆପଣଙ୍କୁ "your PAN is linked to Aadhaar Number" ଏହି କନଫର୍ମେଶନ ଦେଖାଯିବ ।

୪. ଯଦି ଆପଣ ଏପର୍ଯ୍ୟନ୍ତ ଆଧାର କାର୍ଡ ଓ ପାନ୍ କାର୍ଡକୁ ଲିଙ୍କ୍ କରିନାହାଁନ୍ତି, ତେବେ ଆପଣଙ୍କୁ ଏହି ଲିଙ୍କ୍ ଉପରେ କ୍ଲିକ୍ କରିବାକୁ ପଡିବ https://www.incometaxindiaefiling.gov.in/home । ଏହା ପରେ "Link Aadhaar" ଉପରେ କ୍ଲିକ୍ କରନ୍ତୁ ।

୫. ଏହା ପରେ ଆପଣମାନଙ୍କୁ ସବିଶେଷ ତଥ୍ୟ ପୂରଣ କରିବାକୁ ପଡିବ ଓ ଆପଣମାନଙ୍କର ପାନ୍ କାର୍ଡ (PAN Card)ଆଧାର କାର୍ଡ (Aadhaar card) ସହିତ ଲିଙ୍କ୍ ହେବ ।

ବିଜୁଳି ବିଲ୍ ହୋଇଯିବ ଅଧାରୁ କମ; କେବଳ କରିବାକୁ ପଡିବ ଏହି କାମ...

WFH କରୁଥିବା ଲୋକଙ୍କ ପାଇଁ ଖୁସି ଖବର ; କମ ଟଙ୍କାରେ ଅଧିକ ଡାଟା ଦେଉଛି BSNL

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments