1. ଉଦ୍ୟାନ କୃଷି

7th Pay Commission : ଗୁଡ ନ୍ୟୁଜ , କେନ୍ଦ୍ରୀୟ କର୍ମଚାରୀଙ୍କୁ ୪୫୦୦ ଟଙ୍କା ଦେବେ ସରକାର

କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ ଖୁସି ଖବର । ସରକାର ପୁଣି ଥରେ କେନ୍ଦ୍ରୀୟ କର୍ମଚାରୀମାନଙ୍କ ପ୍ରତି ଦୟାଳୁ ହୋଇଛନ୍ତି । ସେହି କେନ୍ଦ୍ର ସରକାରୀ କର୍ମଚାରୀ ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଶିଶୁ ଶିକ୍ଷା ଭତ୍ତା Children Education Allowance (CEA) ପାଇବାକୁ ସକ୍ଷମ ନଥିଲେ, ସେମାନେ ମଧ୍ୟ ଶିକ୍ଷା ଭତ୍ତା ପାଇବାକୁ ହକଦାର ହେବେ ।

Sudesna Nayak
Sudesna Nayak
7th Pay Commission: Central govt employees can get increased pay

7th Pay Commission: Central govt employees can get increased pay

କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ ଖୁସି ଖବର । ସରକାର ପୁଣି ଥରେ କେନ୍ଦ୍ରୀୟ କର୍ମଚାରୀମାନଙ୍କ ପ୍ରତି ଦୟାଳୁ ହୋଇଛନ୍ତି । ସେହି କେନ୍ଦ୍ର ସରକାରୀ କର୍ମଚାରୀ ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଶିଶୁ ଶିକ୍ଷା ଭତ୍ତା Children Education Allowance (CEA) ପାଇବାକୁ ସକ୍ଷମ ନଥିଲେ, ସେମାନେ ମଧ୍ୟ ଶିକ୍ଷା ଭତ୍ତା ପାଇବାକୁ ହକଦାର ହେବେ । ୨ ଟି ସନ୍ତାନ ଥିବା କର୍ମଚାରୀ ସେମାନଙ୍କ ପିଲାମାନଙ୍କ ଶିକ୍ଷା ପାଇଁ କେନ୍ଦ୍ର ସରକାରୀ କର୍ମଚାରୀମାନେ ଭତ୍ତା ପାଆନ୍ତି । ସେମାନଙ୍କୁ ଶିକ୍ଷା ଭତ୍ତା ବାବଦକୁ ୨,୨୫୦ (Rs 2,250) ଟଙ୍କା ମିଳୁଥିଲା । କିନ୍ତୁ ଏବେ ଯେଉଁ କର୍ମଚାରୀମାନଙ୍କ ଦୁଇରୁ ଅଧିକ ପିଲା ଥିବ ସେମାନେ ମଧ୍ଯ ପ୍ରତିମାସରେ ୪,୫୦୦ (Rs 4,500) ଟଙ୍କା ବେତନ ପାଇବେ।

ସେହି କର୍ମଚାରୀମାନେ ଯେଉଁମାନେ ମାର୍ଚ୍ଚ ୨୦୨୦ ରୁ ମାର୍ଚ୍ଚ ୨୦୨୧ (March 2020 to March 2021) ପର୍ଯ୍ୟନ୍ତ ଏକାଡେମିକ୍ ଅଧିବେଶନ ପାଇଁ ଦାବି କରିନାହାଁନ୍ତି, ତେବେ ସେମାନେ ବର୍ତ୍ତମାନ ଦାବି କରିପାରିବେ । କର୍ମଚାରୀମାନେ ବର୍ତ୍ତମାନ କୌଣସି ଅଫିସିଆଲ ଡକ୍ୟୁମେଣ୍ଟ ବିନା ହିଁ ଶିକ୍ଷା ଭତ୍ତା ପାଇପାରିବେ ।

କୋରୋନା ଅବଧି ସମୟରେ ଦାବି କରିପାରିବ ନାହିଁ...

ସପ୍ତମ ବେତନ ଆୟୋଗ (7th Pay Commission) ଅନୁଯାୟୀ, କେନ୍ଦ୍ରୀୟ କର୍ମଚାରୀମାନେ ପିଲାମାନଙ୍କର ଶିକ୍ଷା ଉପରେ ୨,୨୫୦ (Rs 2,250) ଟଙ୍କା ଭତ୍ତା ପାଇଥାନ୍ତି । ଗତ ବର୍ଷ ଠାରୁ କୋଭିଡ ଲକଡାଉନ ଯୋଗୁଁ କର୍ମଚାରୀମାନେ ଦାବି କରିବାରେ ଅସମର୍ଥ ହୋଇଥିଲେ ଓ ବିଦ୍ୟାଳୟଗୁଡ଼ିକ ମଧ୍ୟ ବନ୍ଦ ରହିଥିଲା । କୋରୋନା କାରଣରୁ କେନ୍ଦ୍ର ସରକାର ଶିଶୁ ଶିକ୍ଷା ଭତ୍ତା (CEA) ଦାବିକୁ ସ୍ୱୟଂ ପ୍ରମାଣିତ କରିଥିଲେ । ଏହାଦ୍ୱାରା ୨୫ ଲକ୍ଷ କର୍ମଚାରୀ ଉପକୃତ ହୋଇଥିଲେ । ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ Department of Personnel and Training (DoPT) ଏ ବାବଦରେ ଏକ କାର୍ଯ୍ୟାଳୟ ସ୍ମାରକପତ୍ର ଜାରି କରିଛି ।

ସୂଚନା ଥାଉ କି, ଏହାପୂର୍ବରୁ, କର୍ମଚାରୀମାନଙ୍କ ଶିକ୍ଷା ଭତ୍ତା ଦାବି କରିବାକୁ କର୍ମଚାରୀମାନଙ୍କୁ ସ୍କୁଲ ସାର୍ଟିଫିକେଟ ଏବଂ ଅନ୍ୟାନ୍ୟ ସହାୟକ ଦଲିଲ ଦାଖଲ କରିବାକୁ ପଡୁଥିଲା । ଏହା ବ୍ୟତୀତ ଶିଶୁର ରିପୋର୍ଟ କାର୍ଡ ଏବଂ ଫି ରସିଦ ମଧ୍ୟ ଶିଶୁ ଶିକ୍ଷା ଭତ୍ତା Children Education Allowance (CEA) ଦାବି ପାଇଁ ଦିଆଯାଉଥିଲା । ଏଣିକି ଏବେ ସରକାର ଏଥିରୁ ମୁକ୍ତି ଦେଇଛନ୍ତି ।

ବର୍ତ୍ତମାନ ସଂପୃକ୍ତ କର୍ମଚାରୀମାନଙ୍କ ଆତ୍ମ-ସାର୍ଟିଫିକେଟ୍ ମାଧ୍ୟମରେ ଏବଂ ନିର୍ଦ୍ଦିଷ୍ଟ ମୋଡ୍ ସହିତ ଫଳାଫଳ / ରିପୋର୍ଟ କାର୍ଡ / ଫି ପେମେଣ୍ଟର ଇ-ମେଲ୍ / ଏସଏମଏସ (SMS) ପ୍ରିଣ୍ଟଆଉଟ ମାଧ୍ୟମରେ CEA ଦାବି କରାଯାଇପାରିବ ।

7th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଗୁଡ ନ୍ୟୁଜ, ଦ୍ବିଗୁଣିତ ହୋଇପାରେ ଦରମା

7th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବ ୮ ମାସର ବାକି ଦରମା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments