1. ଉଦ୍ୟାନ କୃଷି

ସରକାରୀ କର୍ମଚାରୀଙ୍କ ପାଇଁ ବଡ ଖୁସି ଖବର, ନୂଆ ବର୍ଷରେ ପୁଣି ବଢ଼ିବ ଦରମା

ନୂଆ ବର୍ଷ ଆରମ୍ଭରେ କେନ୍ଦ୍ର ଓ ରାଜ୍ୟ କର୍ମଚାରୀମାନଙ୍କୁ ବହୁତ ବଡ଼ ଖସି ଖବର ମିଳିପାରେ । କର୍ମଚାରୀମାନଙ୍କ ଦରମା ବୃଦ୍ଧି ହୋଇପାରେ ।

Sudesna Nayak
Sudesna Nayak
7th pay commission modi govt new year gift to central govt employees check details

7th pay commission modi govt new year gift to central govt employees check details

ନୂଆ ବର୍ଷ ଆରମ୍ଭରେ କେନ୍ଦ୍ର ଓ ରାଜ୍ୟ କର୍ମଚାରୀମାନଙ୍କୁ ବହୁତ ବଡ଼ ଖସି ଖବର ମିଳିପାରେ । କର୍ମଚାରୀମାନଙ୍କ ଦରମା ବୃଦ୍ଧି ହୋଇପାରେ ।

ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ଅର୍ଥାତ ମୋଦି ସରକାର ଏହାର ପ୍ରସ୍ତୁତି ଶେଷ କରିନେଇଛନ୍ତି । ପ୍ରଥମେ ମହଙ୍ଗା ଭତ୍ତା (Dearness Allowance) ପରେ HRA ଏବଂ TA ପଦୋନ୍ନତି ମିଳବା ପରେ ଏଣିକି ଏବେ ନୂଆ ବର୍ଷରେ ପୁନର୍ବାର ଏକ ଉପହାର ମିଳିପାରେ । ବାସ୍ତବରେ, ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି ପାଇଁ ଚର୍ଚ୍ଚା ଚାଲିଛି ।

ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି କରିବା ଉପରେ ଚାଲିଛି ବିଚାର,ଜାଣନ୍ତୁ...

ମୁଦ୍ରାସ୍ଫୀତି ବୃଦ୍ଧିକୁ ହିଁ ଦୃଷ୍ଟିରେ ରଖି ଏହା ସରକାରଙ୍କ ଏକ ଉତ୍ତମ ପଦକ୍ଷେପ ।

ସୂଚନା ଅନୁଯାୟୀ, ମୋଦି ସରକାର ମଧ୍ୟ ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି । ଆପଣମାନଙ୍କୁ କହି ରଖୁଛୁ ଯେ, ଫିଟମେଣ୍ଟ ଫ୍ୟାକ୍ଟର୍ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ପାଇଁ ମୌଳିକ ବେତନ ସ୍ଥିର କରେ । ଯଦି କେନ୍ଦ୍ର ସରକାର ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି କରନ୍ତି, ତେବେ କେନ୍ଦ୍ର କର୍ମଚାରୀମାନଙ୍କ ଦରମା ସ୍ୱୟଂଚାଳିତ ଭାବେ ବୃଦ୍ଧି ପାଇବ ।

ଏହାପୂର୍ବରୁ ୨୦୧୬ରେ ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି କରାଯାଇଥିଲା । ସେହି ବର୍ଷ ସପ୍ତମ ବେତନ ଆୟୋଗ ମଧ୍ୟ କାର୍ଯ୍ୟକାରୀ କରାଯାଇଥିଲା ।

କହିବାକୁ ଗଲେ, ଏହାପୂର୍ବରୁ ୨୦୧୬ ମସିହାରେ ଫିଟମେଣ୍ଟ ଫ୍ୟାକ୍ଟର୍ (Fitment Factor) ବୃଦ୍ଧି କରାଯାଇଥିଲା । ସେହି ବର୍ଷ ସପ୍ତମ ବେତନ ଆୟୋଗ ମଧ୍ୟ କାର୍ଯ୍ୟକାରୀ କରାଯାଇଥିଲା । ସେହି ସମୟରେ କର୍ମଚାରୀଙ୍କ ସର୍ବନିମ୍ନ ଦରମା ସିଧାସଳଖ ୬୦୦୦ରୁ ୧୮,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଏବେ ସରକାର ୨୦୨୨ ମସିହାରେ କେନ୍ଦ୍ରୀୟ କର୍ମଚାରୀମାନଙ୍କ (CG Employees Salary) ଦରମା ବୃଦ୍ଧି କରିପାରେ ।

ବର୍ଷ ଆରମ୍ଭରେ ହିଁ କେନ୍ଦ୍ର ଓ ରାଜ୍ୟ କର୍ମଚାରୀମାନଙ୍କ ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି ପାଇପାରେ । ଫିଟମେଣ୍ଟ ବୃଦ୍ଧି ସହିତ କେନ୍ଦ୍ରୀୟ କର୍ମଚାରୀମାନଙ୍କ ସର୍ବନିମ୍ନ ବେତନ ପୁଣି ଥରେ ବୃଦ୍ଧି ପାଇବ । ଫିଟମେଣ୍ଟ ଫ୍ୟାକ୍ଟରର ସମ୍ଭାବ୍ୟ ବୃଦ୍ଧି ସର୍ବନିମ୍ନ ୨୬,୦୦୦ ଟଙ୍କା ବେତନ ହୋଇପାରେ ।

ଫିଟମେଣ୍ଟ ଫ୍ୟାକ୍ଟର୍ କଣ ଜାଣି ରଖନ୍ତୁ...

ଫିଟମେଣ୍ଟ ଫ୍ୟାକ୍ଟର୍ ହେଉଛି କେନ୍ଦ୍ର କର୍ମଚାରୀମାନଙ୍କ ଦରମାକୁ ଅଢେଇ ଗୁଣରୁ ଅଧିକ ବଢ଼ାଇଥାଏ । ସପ୍ତମ ବେତନ ଆୟୋଗ (7th Pay Commission) ର ସୁପାରିଶ ଅନୁଯାୟୀ, କେନ୍ଦ୍ର କର୍ମଚାରୀଙ୍କ ଦରମା ଭତ୍ତା ବ୍ୟତୀତ ସେମାନଙ୍କର ମୌଳିକ ଦରମା (Basic Salary) ଓ ଫିଟମେଣ୍ଟ ଫ୍ୟାକ୍ଟର୍ (Fitment factor) ଦ୍ୱାରା ନିର୍ଣ୍ଣୟ କରାଯାଏ ।

ଦରମା ଉପରେ କେଲକୁଲେଶନ ବିଷୟରେ ଜାଣି ରଖନ୍ତୁ...

ସର୍ବନିମ୍ନ ମୌଳିକ ଦରମା ହେଉଛି = ୧୮,୦୦୦ ଟଙ୍କା
ଭତ୍ତା ବ୍ୟତୀତ ଦରମା ହେଉଛି = ୧୮,୦୦୦X ୨.୫୭= ୪୬,୨୬୦ ଟଙ୍କା
୩% ଆଧାରରେ ୨୬୦୦୦X୩ = ୭୮୦୦୦ ଟଙ୍କା
ସମୁଦାୟ ଯୋଗ= ୭୮୦୦୦-୪୬,୨୬୦ =୩୧,୭୪୦

ଅର୍ଥାତ କର୍ମଚାରୀମାନଙ୍କ ସାମଗ୍ରିକ ଦରମା ୩୧,୭୪୦ ଟଙ୍କା ବୃଦ୍ଧି ପାଇବ । ସର୍ବନିମ୍ନ ମୌଳିକ ବେତନ ଉପରେ ଏହି ଗଣନା କରାଯାଇଛି । ଏଥିସହିତ ଅଧିକ ବେତନ ପାଉଥିବା କର୍ମଚାରୀମାନଙ୍କୁ ଅଧିକ ଲାଭ ମିଳିବ ।

7th Pay Commission: ସରକାରୀ କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ, ନୂଆ ବର୍ଷରେ ପୁଣି ବଢ଼ିବ ଦରମା

ବାତ୍ୟା ‘ଜଓ୍ୱାଦ’କ୍ଷତିଗ୍ରସ୍ତଙ୍କ ପାଇଁ ଆର୍ଥିକ ସହାୟତା : ୫୦୭ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments