1. ଉଦ୍ୟାନ କୃଷି

ଗ୍ରୀଷ୍ମ ଋତୁ ରେ ଆପଣଙ୍କ ବଗିଚା ର ସୌନ୍ଦର୍ଯ୍ୟ !!

ଗ୍ରୀଷ୍ମ ଋତୁ ରେ

KJ Staff
KJ Staff

ଏହି ୭ ଟି ଫୁଲ ରଖିବା ଆପଣଙ୍କ ବଗିଚା କୁ ସୁନ୍ଦର ଓ ମନୋହର |

ଗ୍ରୀଷ୍ମରେ ଗଛ ରେ ଫୁଲ ଦେଖିବାକୁ ଅଧିକ ମିଳିବ ନାହିଁ |ବେଶୀ ଖରା ହେଲେ ବଗିଚା ନିଛାଟିଆ ଦେଖା ହେବ ସୁନିଶ୍ଚିତ |ତେବେ ଆପଣଙ୍କ ବଗିଚା କୁ ସରସ ସୁନ୍ଦର ରଖିବା ଲାଗି ଲଗାନ୍ତୁ ଏହି କେତୋଟି ଫୁଲ |ବଗିଚା କୁ ସବୁବେଳେ ସବୁଜ ଓ ଶ୍ୟାମଳ ରଖିବା ଲାଗି ଏମାନେ ଗ୍ରୀଷ୍ମ ସାରା ଫୁଲ ରେ ସୁସଜ୍ଜିତ ହୋଇ ରହିଥାନ୍ତି |

୧)ଗେଣ୍ଡୁ :ହାଲ୍କା ହଳଦିଆ ରୁ ନେଇ ସମ୍ପୂର୍ଣ ଅରେଞ୍ଜ ରଙ୍ଗ ର ଏହି ଫୁଲ ବିଭିନ୍ନ ପୂଜା ପଦ୍ଧତି ରେ ଲାଗୁ ହେବ ସହ ଔଷଧୀୟ ଗୁଣ ର ଗ୍ରନ୍ଥାଗାର |ଏଥିରେ ଥିବା କୀଟନାଶକ ଗୁଣ ଆପଣଙ୍କ ବଗିଚା କୁ ବହୁ ମାତ୍ରା ରେ କୀଟ ମୁକ୍ତ ରଖେ |

୨) ଗୋଲାପ :ଏହାର ବିଭିନ୍ନ ରଙ୍ଗ ଏବଂ ଆକାର ଆପଣଙ୍କ ବଗିଚା ଲାଗି ସବୁଠାରୁ ଉତ୍ତମ ଆଭୂଷଣ |ଅଳ୍ପ ଯତ୍ନ ନେଲେ ମଧ୍ୟ ଏହି ଫୁଲ ଟି ଫୁଟି ଆପଣଙ୍କ ବଗିଚା କୁ ସବୁଠାରେ ସୁନ୍ଦର ରଖେ |ଗୋଲାପ ଫୁଲ ନିଜ ସୁଗନ୍ଧ ରେ ବହୁ କୀଟ ଆକର୍ଷିତ କରେ |ତେଣୁ ବଗିଚା କୁ ସୁସ୍ତ ରଖିବାକୁ ହେଲେ ନିଶ୍ଚିନ୍ତ ଭାବେ ପାଖରେ ଗେଣ୍ଡୁ ଗଛ ଲଗାନ୍ତୁ |

୩)ପଦ୍ମ :ପଦ୍ମ ଜଳଚର ନିଶ୍ଚିନ୍ତ ମାତ୍ରା ବଗିଚା ରେ କୁଣ୍ଡ ମଧ୍ୟରେ ଏହି ଫୁଲ ଟିକେ ଲଗାଇଲେ ଏହା ସୌନ୍ଦର୍ଯ୍ୟ କୁ ଦ୍ୱିଗୁଣିତ କରିଥାଏ |ତେବେ ଏହାକୁ କିପରି ନିଜ ବଗିଚା ମଧ୍ୟରେ କୁଣ୍ଡରେ ଲଗାଇବେ ଜାଣିବାକୁ ଏଠାରେ କ୍ଲିକ କରନ୍ତୁ |

 

୪)ମନ୍ଦାର :ଏହା ମଧ୍ୟ ବିଭିନ୍ନ ରଙ୍ଗ ରେ ଖୁବ ସେଯାହା ରେ ଲଗାଇପାରିବେ |ଖଣ୍ଡେ ଦଳ ରେ ଲାଗିପାରୁଥିବା ଏହି ଫୁଲ ମଧ୍ୟ ଆପଣଙ୍କ ବଗିଚା ର ଶୋଭା ବଢ଼ିବାରେ ସକ୍ଷମ |ଏହାକୁ ଉଚିତ ସୂର୍ଯ୍ୟାଲୋକ ମିଳିଲେ ଏହା ବେଶ ଉତ୍ତମ ଫୁଲ ଦେଏ |

 

୫)ସୂର୍ଯ୍ୟ ମୁଖି:ବଗିଚା ର ମଧ୍ୟ ଭାଗ ରେ ଏହି ଫୁଲ କୁ ଲଗାଇଲେ ଏହାର ସୌନ୍ଦର୍ଯ୍ୟ ବଗିଚା ସାରା ବିଛୁରିତ ହୁଏ |ସୂର୍ଯ୍ୟ ଙ୍କ ଦିଗ ରେ ପରିବର୍ତିତ ହେଉଥିବା ଏହି ଫୁଲ ଅହିତକାରୀ ପରିବେଶ ରେ ମଧ୍ୟ ଅମଳ ଦେବାରେ ସକ୍ଷମ |ଏହାକୁ ଅଧିକ ଚାଷ କଲେ ଏଥିରୁ ଉତ୍ତମ ମନର ସୂର୍ଯ୍ୟମୁଖୀ ତେଲ ମଧ୍ୟ ଉତ୍ପାଦନ କରାଯାଇପାରିବ |

୬)ପେଟୂଣିଆ :ଅତି ଶୀଘ୍ର ବଢି ଫୁଲ ଧରୁଥିବା ଏହି ଗଛ ମଧ୍ୟ ବିଭିନ୍ନ ରଙ୍ଗରେ ଦେଖିବାକୁ ପାଇବେ |ଏହାକୁ ଫୁଲ ତୋଡ଼ା ରେ ରଖିଲେ ଏହାର ଶୋଭା ବଢିଥାଏ |ତେଣୁ ଏହାକୁ ଝୁଲୁଥିବା ବାସ୍କେଟ ରେ ଘରେ ଆଗରେ ବା ବଗିଚା ମଧ୍ୟରେ ଟାଙ୍ଗି ପାରିବେ


୭)ଭୂଇଁ ଲିଲି :ଲିଲି ଫୁଲ ସଦୃଶ ଏହି ପୁଷ୍ପ କୁ ଘାସ ଗାଲିଚା ଚାରିପଟେ ବା ଘର ଆଗରେ ଥିବା ରାସ୍ତା ଉଭୟ ପାର୍ଶ୍ଵ ରେ ଲଗାନ୍ତୁ |ଏହା ବଗିଚା କୁ ବେଶ ମନୋହର କରେ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments