ମହୁମାଛି ପାଳନ ଏକ ଏପରି ବ୍ୟବସାୟ, ଯାହାକି ବର୍ତ୍ତମାନ ସମୟରେ ଗ୍ରାମାଞ୍ଚଳର ଯେକୌଣସି ଲୋକ ଭଲ ରୋଜଗାର କରିପାରିବ । ମହୁମାଛି ପାଳନରେ ଆମେ ମହୁ ଏବଂ ମହମ ପାଇବା ସହିତ ଭଲ ଫସଲ ଉତ୍ପାଦନ କରିପାରିବା l ମହୁମାଛି ପାଳନ ଚାଷୀମାନଙ୍କ ପାଇଁ ଏକ ଅନୁକୂଳ ବ୍ୟବସାୟ ଅଟେ । ହିସାବରୁ ଜଣାପଡିଛି ଯେ, ଆମ ଦେଶରେ ହାରାହାରି ୧.୨୫ ଲକ୍ଷ ମେଟ୍ରିକ ଟନର ମହୁ ଉତ୍ପାଦନ କରାଯାଏ । ମହୁମାଛି ପାଳନ କୃଷିରେ ସହାୟତା କରିବା ସହିତ ବ୍ୟବସାୟର ଏକ ଭଲ ପନ୍ଥା ଅଟେ, ତେଣୁ ଆଜି ଆମେ ମହୁମାଛି ପାଳନ ବିଷୟରେ କିଛିଟା ଗୁରୁତ୍ୱପୂର୍ଣ୍ଣ କଥା ଏଠାରେ ଆଲୋଚନା କରିବା l
ମହୁମାଛି ପାଳନ କଣ ?
ମହୁମାଛି ପାଳନକୁ ଏପିକଲଚର (Apiculture) କୁହାଯାଏ । ଆମ ପୃଥିବୀରେ ପ୍ରାୟ ୨୦,୦୦୦ ରୁ ଅଧିକ ପ୍ରକାରର ମହୁମାଛି ମିଳନ୍ତି, କିନ୍ତୁ ସେଥି ମଧ୍ୟରୁ କେବଳ ୪ ପ୍ରକାରର ମହୁମାଛି ମହୁ ତିଆରି କରିପାରନ୍ତି । ମହୁମାଛିମାନେ ସବୁବେଳେ ଏକାଠି ହୋଇ ରୁହନ୍ତି l ଏମାନେ ଏକ କୀଟ ବର୍ଗର ବଣୁଆ ଜୀବ ଅଟନ୍ତି। ଯାହାକୁ ପାଳିବା ଦ୍ଵାରା ଆମେ ମହୁ ଆଉ ମହମ ପାଇପାରିବା । ମୁଖ୍ୟ କଥା ହେଉଛି ଯେ ମହୁମାଛି ପାଳନ କୌଣସି ଜଣେ ବା ସମୂହ ବ୍ୟକ୍ତି ଆରମ୍ଭ କରିପାରିବେ ।
ମହୁମାଛିମାନଙ୍କର ପ୍ରମୁଖ ପ୍ରଜାତି
ଭାରତରେ ମୁଖ୍ୟତଃ ମହୁମାଛିମାନଙ୍କର 4 ପ୍ରକାର ପ୍ରଜାତି ଦେଖା ଯାଇଥାଏ l
-
ଭଅଁର ମହୁମାଛି
-
ଉରମ୍ବି ମହୁମାଛି
-
ଭାରତୀୟ ମହୁମାଛି
-
ଇଟାଲିଆନ ମହୁମାଛି
ମହୁମାଛି ପାଳନର ଉପଯୁକ୍ତ ସମୟ
ସାଧାରଣତଃ ମହୁମାଛି ପାଳନ ବର୍ଷସାରା କରାଯାଇଥାଏ, କିନ୍ତୁ ଏହା ପାଇଁ ଜାନୁଆରୀ ଠାରୁ ମାର୍ଚ୍ଚ ମାସ ସମୟ ଅତ୍ୟନ୍ତ ଉପଯୁକ୍ତ ଅଟେ । ନଭେମ୍ବର ଠାରୁ ଫେବୃଆରୀ ମାସର ସମୟକୁ ବ୍ୟବସାୟ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ।
ମହୁମାଛି ପାଳନ କରିବାରେ ଲାଭ
-
ଆୟରେ ଉନ୍ନତି ହୋଇଥାଏ, ଏହା ସହିତ ସ୍ଵରୋଜଗାରର ଭଲ ସୁଯୋଗ ମିଳିଥାଏ ।
-
ଶୁଦ୍ଧ ମହୁ ଆଉ ମହମ ଆମେ ପାଇପାରିଥାଉ ।
-
ମହୁମାଛିଙ୍କ ପାଳନରେ କମ ଖର୍ଚ୍ଚ ହୋଇଥାଏ ଏବଂ ଏହା ସହିତ ସମୟ ବି ବଞ୍ଚି ଥାଏ ।
-
କମ୍ ଶସ୍ୟ ପ୍ରଦାନ କରୁଥିବା କ୍ଷେତରୁ ବି ମହୁ ଆଉ ମହୁମାଛିଙ୍କ ମହମ ଉତ୍ପାଦନ କରାଯାଇପାରିବ।
-
ମହୁମାଛି ପାଳନ ଦ୍ଵାରା ପରିବେଶ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ ।
-
ମହୁମାଛି ଫୁଲଥିବା ଗଛମାନଙ୍କରେ ପରାଗଣରେ ଭଲ ଭୂମିକା ନେଇଥାନ୍ତି ।
ବର୍ତ୍ତମାନ ସମୟରେ ମହୁମାଛି ପାଳନକୁ ବ୍ୟବସାୟୀକ ଭିତିରେ ଆଗକୁ ନେବା ପାଇଁ ମହୁମାଛିଙ୍କ ଉପରେ ଅନେକ ପରୀକ୍ଷା ନିରୀକ୍ଷା ଚାଲୁ ରହିଛି l ଚନ୍ଦ୍ରଶେଖର ଆଜାଦ କୃଷି ଏବଂ ପ୍ରାଦ୍ୟୋଗୀକ ବିଶ୍ଵ ବିଦ୍ୟାଳୟରେ ବିଶେଷଜ୍ଞଙ୍କ ଦ୍ଵାରା ମହୁମାଛି ପାଳନରେ ଫସଲ ଉତ୍ପାଦନକୁ ବଢାଇବା ପାଇଁ କାର୍ଯ୍ୟ କରାଯାଉଛି । ଏହି ପରୀକ୍ଷାରେ ବିଶେଷଜ୍ଞମାନଙ୍କ ଦ୍ଵାରା ମହୁମାଛିମାନଙ୍କ ପରାଗରଣର ପ୍ରକ୍ରିୟାକୁ ଦେଖାଯିବ, ଏହା ସହ ମହୁର ଗୁଣବତ୍ତାକୁ ବି ଆକଳନ କରାଯାଏ ।
Share your comments