1. ଉଦ୍ୟାନ କୃଷି

ମହୁମାଛି ପାଳନ: ଅଳ୍ପ ପଇସାରେ ଆରମ୍ଭ କରନ୍ତୁ ମହୁମାଛି ପାଳନ, ଜାଣନ୍ତୁ ଏହି ବିଷୟରେ କିଛି କଥା

ମହୁମାଛି ପାଳନ ଏକ ଏପରି ବ୍ୟବସାୟ, ଯାହାକି ବର୍ତ୍ତମାନ ସମୟରେ ଗ୍ରାମାଞ୍ଚଳର ଯେକୌଣସି ଲୋକ ଭଲ ରୋଜଗାର କରିପାରିବ । ମହୁମାଛି ପାଳନରେ ଆମେ ମହୁ ଏବଂ ମହମ ପାଇବା ସହିତ ଭଲ ଫସଲ ଉତ୍ପାଦନ କରିପାରିବା l ମହୁମାଛି

Sugyan Kumar Nayak
Sugyan Kumar Nayak
bee

bee

ମହୁମାଛି ପାଳନ ଏକ ଏପରି ବ୍ୟବସାୟ, ଯାହାକି ବର୍ତ୍ତମାନ ସମୟରେ ଗ୍ରାମାଞ୍ଚଳର ଯେକୌଣସି ଲୋକ ଭଲ ରୋଜଗାର କରିପାରିବ । ମହୁମାଛି ପାଳନରେ ଆମେ ମହୁ ଏବଂ ମହମ ପାଇବା ସହିତ ଭଲ ଫସଲ ଉତ୍ପାଦନ କରିପାରିବା l ମହୁମାଛି ପାଳନ ଚାଷୀମାନଙ୍କ ପାଇଁ ଏକ ଅନୁକୂଳ ବ୍ୟବସାୟ ଅଟେ । ହିସାବରୁ ଜଣାପଡିଛି ଯେ, ଆମ ଦେଶରେ ହାରାହାରି ୧.୨୫ ଲକ୍ଷ ମେଟ୍ରିକ ଟନର ମହୁ ଉତ୍ପାଦନ କରାଯାଏ । ମହୁମାଛି ପାଳନ କୃଷିରେ ସହାୟତା କରିବା ସହିତ ବ୍ୟବସାୟର ଏକ ଭଲ ପନ୍ଥା ଅଟେ, ତେଣୁ ଆଜି ଆମେ ମହୁମାଛି ପାଳନ ବିଷୟରେ କିଛିଟା ଗୁରୁତ୍ୱପୂର୍ଣ୍ଣ କଥା ଏଠାରେ ଆଲୋଚନା କରିବା l

ମହୁମାଛି ପାଳନ କଣ ? 

ମହୁମାଛି ପାଳନକୁ ଏପିକଲଚର (Apiculture) କୁହାଯାଏ । ଆମ ପୃଥିବୀରେ ପ୍ରାୟ ୨୦,୦୦୦ ରୁ ଅଧିକ ପ୍ରକାରର ମହୁମାଛି ମିଳନ୍ତି, କିନ୍ତୁ ସେଥି ମଧ୍ୟରୁ କେବଳ ୪ ପ୍ରକାରର ମହୁମାଛି ମହୁ ତିଆରି କରିପାରନ୍ତି ।  ମହୁମାଛିମାନେ ସବୁବେଳେ ଏକାଠି ହୋଇ ରୁହନ୍ତି l ଏମାନେ ଏକ କୀଟ ବର୍ଗର ବଣୁଆ ଜୀବ ଅଟନ୍ତି। ଯାହାକୁ ପାଳିବା ଦ୍ଵାରା ଆମେ ମହୁ ଆଉ ମହମ ପାଇପାରିବା । ମୁଖ୍ୟ କଥା ହେଉଛି ଯେ ମହୁମାଛି ପାଳନ କୌଣସି ଜଣେ ବା ସମୂହ ବ୍ୟକ୍ତି ଆରମ୍ଭ କରିପାରିବେ ।

ମହୁମାଛିମାନଙ୍କର ପ୍ରମୁଖ ପ୍ରଜାତି

ଭାରତରେ ମୁଖ୍ୟତଃ ମହୁମାଛିମାନଙ୍କର 4 ପ୍ରକାର ପ୍ରଜାତି ଦେଖା ଯାଇଥାଏ l

  1. ଭଅଁର ମହୁମାଛି

  2. ଉରମ୍ବି ମହୁମାଛି

  3. ଭାରତୀୟ ମହୁମାଛି

  4. ଇଟାଲିଆନ ମହୁମାଛି

ମହୁମାଛି ପାଳନର ଉପଯୁକ୍ତ ସମୟ

ସାଧାରଣତଃ ମହୁମାଛି ପାଳନ ବର୍ଷସାରା କରାଯାଇଥାଏ, କିନ୍ତୁ ଏହା ପାଇଁ ଜାନୁଆରୀ ଠାରୁ ମାର୍ଚ୍ଚ ମାସ ସମୟ ଅତ୍ୟନ୍ତ ଉପଯୁକ୍ତ ଅଟେ । ନଭେମ୍ବର ଠାରୁ ଫେବୃଆରୀ ମାସର ସମୟକୁ ବ୍ୟବସାୟ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ।

ମହୁମାଛି ପାଳନ କରିବାରେ ଲାଭ

  • ଆୟରେ ଉନ୍ନତି ହୋଇଥାଏ, ଏହା ସହିତ ସ୍ଵରୋଜଗାରର ଭଲ ସୁଯୋଗ ମିଳିଥାଏ ।

  • ଶୁଦ୍ଧ ମହୁ ଆଉ ମହମ ଆମେ ପାଇପାରିଥାଉ ।

  • ମହୁମାଛିଙ୍କ ପାଳନରେ କମ ଖର୍ଚ୍ଚ ହୋଇଥାଏ ଏବଂ ଏହା ସହିତ ସମୟ ବି ବଞ୍ଚି ଥାଏ ।

  • କମ୍ ଶସ୍ୟ ପ୍ରଦାନ କରୁଥିବା କ୍ଷେତରୁ ବି ମହୁ ଆଉ ମହୁମାଛିଙ୍କ ମହମ ଉତ୍ପାଦନ କରାଯାଇପାରିବ।

  • ମହୁମାଛି ପାଳନ ଦ୍ଵାରା ପରିବେଶ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ ।

  • ମହୁମାଛି ଫୁଲଥିବା ଗଛମାନଙ୍କରେ ପରାଗଣରେ ଭଲ ଭୂମିକା ନେଇଥାନ୍ତି ।

ବର୍ତ୍ତମାନ ସମୟରେ ମହୁମାଛି ପାଳନକୁ ବ୍ୟବସାୟୀକ ଭିତିରେ ଆଗକୁ ନେବା ପାଇଁ ମହୁମାଛିଙ୍କ ଉପରେ ଅନେକ ପରୀକ୍ଷା ନିରୀକ୍ଷା ଚାଲୁ ରହିଛି l ଚନ୍ଦ୍ରଶେଖର ଆଜାଦ କୃଷି ଏବଂ ପ୍ରାଦ୍ୟୋଗୀକ ବିଶ୍ଵ ବିଦ୍ୟାଳୟରେ ବିଶେଷଜ୍ଞଙ୍କ ଦ୍ଵାରା ମହୁମାଛି ପାଳନରେ ଫସଲ ଉତ୍ପାଦନକୁ ବଢାଇବା ପାଇଁ କାର୍ଯ୍ୟ କରାଯାଉଛି । ଏହି ପରୀକ୍ଷାରେ ବିଶେଷଜ୍ଞମାନଙ୍କ ଦ୍ଵାରା ମହୁମାଛିମାନଙ୍କ ପରାଗରଣର ପ୍ରକ୍ରିୟାକୁ ଦେଖାଯିବ, ଏହା ସହ ମହୁର ଗୁଣବତ୍ତାକୁ ବି ଆକଳନ କରାଯାଏ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments