1. ଉଦ୍ୟାନ କୃଷି

ଶୀତଦିନରେ ଶାଗ ଚାଷ ଦେବ ଅଧିକ ଲାଭ

ଶୀତ ଦିନ ଆସିଲା ମାତ୍ରେ ହିଁ ଆମ ରାଜ୍ୟ ଓଡିଶାରେ ଶାଗ ଖାଇବା ପାଇଁ ଲୋକେ ଅଧିକ ପସନ୍ଦ କରନ୍ତି l ଅନ୍ୟପଟେ ଶାଗ ଚାଷ ମଧ୍ୟ ଅଧିକ ହୋଇଥାଏ l ଆମ ରାଜ୍ୟ ଓଡିଶାରେ ଖଡ଼ା, କୋଶଳା, ଲେଉଟିଆ, ବଥୁଆ, ପୋଇ, ମେଥି ପ୍ରଭୃତି ଶାଗଚାଷ କରାଯାଇଥାଏ l ସେହିପରି ଖରାଦିନ ଆସିଲା ମାତ୍ରେ ଖଡ଼ା, ଲେଉଟିଆ, ପୋଇ ଓ ଶୀତଦିନେ କୋଶଳା, ବଥୁଆ, ପାଳଙ୍ଗ ମୁଖ୍ୟତଃ ଚାଷ ହୋଇଥାଏ ।

Tanushree Mahapatra
Tanushree Mahapatra
Benefits and farming of green leafs  , image source - pexels.com

Benefits and farming of green leafs , image source - pexels.com

ଶୀତ ଦିନ ଆସିଲା ମାତ୍ରେ ହିଁ ଆମ ରାଜ୍ୟ ଓଡିଶାରେ ଶାଗ ଖାଇବା ପାଇଁ ଲୋକେ ଅଧିକ ପସନ୍ଦ କରନ୍ତି l ଅନ୍ୟପଟେ ଶାଗ ଚାଷ ମଧ୍ୟ ଅଧିକ ହୋଇଥାଏ l ଆମ ରାଜ୍ୟ ଓଡିଶାରେ ଖଡ଼ା, କୋଶଳା, ଲେଉଟିଆ, ବଥୁଆ, ପୋଇ, ମେଥି ପ୍ରଭୃତି ଶାଗଚାଷ କରାଯାଇଥାଏ l ସେହିପରି ଖରାଦିନ ଆସିଲା ମାତ୍ରେ ଖଡ଼ା, ଲେଉଟିଆ, ପୋଇ ଓ ଶୀତଦିନେ କୋଶଳା, ବଥୁଆ, ପାଳଙ୍ଗ ମୁଖ୍ୟତଃ ଚାଷ ହୋଇଥାଏ ।

ଶରୀର ସୁସ୍ଥ ଓ ସୁନ୍ଦର ରହିବାକୁ ହେଲେ ଖାଦ୍ୟରେ ସମସ୍ତ ପ୍ରକାରର ତତ୍ତ୍ଵ ରହିବା ନିହାତି  ଆବଶ୍ୟକ । ଯେପରିକି ଶ୍ଵେତସାର, ସ୍ନେହସାର, ପୁଷ୍ଟିସାର, ଭିଟାମିନ ଓ ଖଣିଜ ଲବଣ ଏବଂ ଜଳୀୟ ମାତ୍ରା । ଯାହା ଆମ ଶରୀରକୁ ଦେଇଥାଏ ଅଧିକ ମାତ୍ରାରେ ପୋଷକତତ୍ତ୍ୱ l ସେଥିପାଇଁ ପ୍ରତିଦିନ ଖାଦ୍ୟରେ ସବୁଜ ପନିପରିବା ଓ ଶାଗର ଉପସ୍ଥିତି ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ । ତେବେ ବର୍ଷସାରା ଏହାର ଚାହିଦା ରହୁଥିବାରୁ ଆପଣ ଏହାକୁ ଚାଷ କରି ଅଧିକ ଟଙ୍କା ରୋଜଗାର କରିପାରିବେ ।

ଢିପ ଓ ନିଗିଡ଼ା ମାଟିରେ ଶାଗଚାଷ ଭଲ ହୋଇଥାଏ । ସେହିପରି ଦୋରସା ମାଟି ଶାଗ ପାଇଁ ଖୁବ୍ ଉପଯୁକ୍ତ ମଧ୍ୟ l ଶାଗ ପାଇଁ ବିଲକୁ ଭଲ ଭାବରେ ଚାଷ କରି ମାଟି ଗୁଣ୍ଡ କରିଦେବା ଉଚିତ୍ । ଲୁହା ଲଙ୍ଗଳରେ ଏକ ବା ଦୁଇ ଓଡ଼ ଚାଷକରି ପରେ ଚକ ଲଙ୍ଗଳ ସାହାଯ୍ୟରେ ଚାଷ କଲେ ମାଟି ଗୁଣ୍ଡ ହୋଇଯାଏ | ଯାହା ଶାଗ ଚାଷ କରିବା ପାଇଁ ଉପଯୁକ୍ତ l ଚାଷ ସମୟରେ ଜମିରେ ଖତ ଦେଲେ ଏହା ମାଟିରେ ଭଲ ଭାବରେ ମିଶିଯାଏ | ଶାଗ ବୁଣିବା ପୂର୍ବରୁ ବିଲରେ ମଇ ଦେଇ ମାଟିକୁ ସମତଳ କରିଦେବା ଭଲ ହୋଇଥାଏ , ସୁବିଧା ଦେଖି ପ୍ରତି ୧୦ ଫୁଟ ଚଉଡ଼ାରେ ବିଲ ରେ ସିଆର ଟାଣି ଦିଆଯାଏ କାରଣ ସିଆର ଦେଇ ଶାଗ ଫସଲରେ ପାଣି ଦିଆଯାଇଥାଏ l

ଅନ୍ୟପଟେ ନିଗିଡ଼ା ଦୋରସା ମାଟିରେ ମଧ୍ୟ ଶାଗ ଚାଷ କରନ୍ତୁ । ଶାଗ ଚାଷ କରିବ ପାଇଁ ବିଲର ମାଟିକୁ ଗୁଣ୍ଡ କରି ଦିଅନ୍ତୁ । ଚାଷ ପୂର୍ବରୁ ବିଲରେ ପ୍ରଚୁର ପରିମାଣରେ ଖତ ଦିଅନ୍ତୁ । ଯେପରି ଚାଷ ଜମିରେ ଚାଷ କରିବା ପୂର୍ବରୁ ସଠିକ ଭାବେ ପାଣିଦେବା , ଘାସ ବାଛିବା ଓ ଅମଳ କରିବା ପାଇଁ ବିଲକୁ ସୁବିଧା ଅନୁଯାୟୀ ପଟି ପଟି କରି ଦିଅନ୍ତୁ । ଅନୁକୂଳ ପାଗ ଅନୁଯାୟୀ ସର୍ବଦା ଶାଗ ମଞ୍ଜି ବିଲରେ ବୁଣିବା ଆବଶ୍ୟକ । ଶାଗ ବିକ୍ରି ଉପଯୋଗୀ ହେବା ପରେ ବିକ୍ରି କରିବାର  ସମୟ ପୂର୍ବରୁ ବିଲରୁ ଶାଗ କାଟି ବଜାରକୁ ନିଅନ୍ତୁ । କାରଣ ସତେଜ ଶାଗ ଲୋକେ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି l ସେହି ଅନୁଯାୟୀ ଶାଗଚାଷ ଆପଣଙ୍କୁ ଅଧିକ ରୋଜଗାର ଦେବାରେ ସାହାଯ୍ୟ କରିବ l

ଶାଗ ଚାଷରେ ସାରା ପ୍ରୟୋଗ କରିବାକୁ ହେଲେ କିଛି କ୍ଷେତ୍ରରେ ଧ୍ୟାନ ଦେବା ନିହାତି ଆବଶ୍ୟକ l ଏକର ପିଛା ୪୪ କିଲୋଗ୍ରାମ୍ ୟୁରିଆ , ୧୦୦ କିଲୋଗ୍ରାମ୍ ସିଙ୍ଗଲ୍ ସୁପର ଫସ୍‌ଫେଟ୍ ଏବଂ ୨୦ କିଲୋଗ୍ରାମ୍ ମ୍ୟୁରେଟ୍ ଅଫ୍ ପଟାସ୍ ସାର ଆବଶ୍ୟକ ହୋଇଥାଏ | ଫସ୍‌ଫରସ୍, ଅଧା ଯବକ୍ଷାର ଓ ଅଧା ପଟାସକୁ ମୂଳସାର ହିସାବରେ ଦେବାକୁ ହେବ ଶାଗ ଚାଷରେ । ମାଟିରେ ପାଗ ଦେଖି ଶାଗ ମଞ୍ଜି ବୁଣିବା ଉଚିତ୍ ନଚେତ ବୁଣିବା ପୂର୍ବରୁ ବିଲରେ ପାଣି ମଡ଼େଇ ପାଗ କରି ମଞ୍ଜି ବୁଣିବା ଉଚିତ୍ | ନହେଲେ ଏହା ଶାଗ ଚାଷକୁ କ୍ଷତି ପହଞ୍ଚାଇପାରେ l ଶାଗ ମଞ୍ଜି ଛୋଟ ଛୋଟ ହୋଇଥିବା କାରରୁ ତାହାକୁ ଗୁଣ୍ଡ ଖତ ବା ମାଟି ସହିତ ମିଶାଇ କରି ବୁଣାଯାଇପାରେ ବିଲରେ । ବୁଣିବାର ଠିକ ୧୫ ଦିନ ପରେ ଅବଶିଷ୍ଟ ଯବକ୍ଷାର ଏବଂ ପଟାସ ସାର ପ୍ରୟୋଗ କରିବା ଉଚିତ୍ | ଏହିପରି ଉପାୟରେ ପ୍ରାୟ ୨୫ ରୁ ୩୦ ଦିନ ଭିତରେ ଖଡ଼ା ଓ କୋଶଳା ଶାଗ ଅମଳ ପାଇଁ ଉପଯୁକ୍ତ ହୋଇଥାଏ | ଅନ୍ୟପଟେ ଲେଉଟିଆ ଶାଗ ୨୫ ରୁ ୩୦ ଦିନ ମଧ୍ୟରେ କାଟିବା ପାଇଁ ଉପଯୁକ୍ତ ହୋଇଥାଏ । ଯାହାକୁ ଆପଣ ପ୍ରତି ୧୦ ରୁ ୧୫ ଦିନରେ ଥରେ ଲେଖାଏଁ କାଟି ବିକ୍ରି କରିପାରିବେ |

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments