1. ଉଦ୍ୟାନ କୃଷି

ହରଡ ଡାଲିର ସ୍ୱାସ୍ଥ୍ୟ ଉପକାରୀତା

ଭାରତରେ ବହୁ ପୁରାତନ କାଳରୁ ହରଡ ଚାଷ ହେଉଛି । ଭାରତବର୍ଷରେ ଚାଷ କରାଯାଉଥିବା ମୋଟ ଡାଲି ଜାତୀୟ ଫସଲର ୧୧.୮% ଜମିରେ ହରଡ ଚାଷ କରାଯାଏ । ପୃଥିବୀର ଗ୍ରୀଷ୍ମମଣ୍ଡଳୀୟ ଦେଶମାନଙ୍କରେ ହରଡଚାଷ ପ୍ରଚୁର ପରିମାଣରେ କରାଯାଏ ।

Sudesna Nayak
Sudesna Nayak
benefits of eating Arhar Daal

benefits of eating Arhar Daal

ଭାରତରେ ବହୁ ପୁରାତନ କାଳରୁ ହରଡ ଚାଷ ହେଉଛି   । ଭାରତବର୍ଷରେ ଚାଷ କରାଯାଉଥିବା ମୋଟ ଡାଲି ଜାତୀୟ ଫସଲର ୧୧.୮% ଜମିରେ ହରଡ ଚାଷ କରାଯାଏ  । ପୃଥିବୀର ଗ୍ରୀଷ୍ମମଣ୍ଡଳୀୟ ଦେଶମାନଙ୍କରେ ହରଡଚାଷ ପ୍ରଚୁର ପରିମାଣରେ କରାଯାଏ   । ଆଫ୍ରିକା, ପଶ୍ଚିମ ଭାରତୀୟ  ଦ୍ଵିପପୁଞ୍ଜ, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ ଓ ମେଘାଳୟରେ ହରଡ ଚାଷ ହୁଏ   । ହରଡ ବିଭିନ୍ନ ମୃତ୍ତିକାରେ ଚାଷ କରାଯାଏ  । ବାଲି ଦୋରସା ମାଟିଠାରୁ ଆରମ୍ଭ କରି ମଟାଳ ଦୋରସା ମାଟି ପର୍ଯ୍ୟନ୍ତ ସମସ୍ତ ମାଟିରେ ହରଡ ଫସଲ ହେବ   ।

ହରଡ ଡାଲିରେ ପୁଷ୍ଟିସାର ପ୍ରଚୁର ପରିମାଣରେ ଥାଏ  ଏବଂ ଶାକାହାରୀଙ୍କର ପୁଷ୍ଟିସାର ଆବଶ୍ୟକତା ପୂରଣ କରିବାରେ ହରଡର  ଭୂମିକା ସର୍ବୋଚ୍ଚ   । ହରଡମଞ୍ଜିରେ ଆୟୋଡିନ ଓ ଲୌହ ମଧ୍ୟ ପ୍ରଚୁର ଥାଏ   ।

 

ସରକାରୀ ହିସାବରେ ଆମ ରାଜ୍ୟରେ ବର୍ଷକୁ ୧୦ଲକ୍ଷ ୭୦ହଜାର ମେଟ୍ରିକ ଟନ୍‍ ଡାଲି ଆବଶ୍ୟକ । ଏହାର ସିଂହଭାଗ ହେଉଛି ହରଡ ଡାଲି । ହେଲେ ଆମ ରାଜ୍ୟରେ ବର୍ଷକୁ ପାଖାପାଖି ଦେଢ ଲକ୍ଷ ମେଟ୍ରିକ ଟନ୍‍ ହରଡ ଉତ୍ପାଦନ ହେଉଛି । ଏହି ହରଡ ମଧ୍ୟରୁ ଅଧିକାଂଶ ଉତ୍ପାଦନ ପରେ ପରେ ପ୍ରକ୍ରିୟାକରଣ ପାଇଁ ରାଜ୍ୟ ବାହାରକୁ ଚାଲିଯାଉଛି ।

 

ଭାରତୀୟ ଖାଦ୍ୟ ତାଲିକାରେ ଡାଲିକୁ ପ୍ରାୟତଃ ଅଧିକ ଗୁରୁତ୍ବ ଦିଆଯାଇଥାଏ । ଏହା ଏକ ଡାଲି ଜାତୀୟ ଫସଲ ହୋଇଥିବାରୁ ହରଡ ଚାଷ ଜମିରେ ଯବକ୍ଷାରଜାନ ଗଚ୍ଛିତ ରହେ   । ଡାଲି ଖାଇବାକୁ ମଧ୍ୟ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । ଡାଲି ପାଟିକୁ ସୁଆଦିଆ ଲାଗିବା ସହିତ, ଏଥିରେ ଅନେକ ପୋଷକ ତତ୍ବ ଭରି ରହିଥାଏ । ଏହା ସ୍ବାସ୍ଥ୍ୟ ପାଇଁ ବହୁତ୍ ଉପକାରୀ । ଏହା ଅନେକ ରୋଗ ବେମାରୀରୁ ରକ୍ଷା କରିବାରେ ସାହାଯ୍ୟ କରେ । ବିଭିନ୍ନ ପ୍ରକାରର ଡାଲି ରହିଛି ।  ସେହି ଡାଲି ମଧ୍ୟରୁ ଆସନ୍ତୁ ହରଡ ଡାଲିର ସ୍ବାସ୍ଥ୍ୟ ଉପକାରୀତା ସମ୍ପର୍କରେ ଜାଣିବା ।

-ହରଡ ଡାଲିରେ ଇମ୍ୟୁନିଟି ବୁଷ୍ଟର ଗୁଣ ଭରପୁର ମାତ୍ରାରେ ରହିଥାଏ । ତେଣୁ ପ୍ରତିଦିନ ଏହା ଖାଇବା ଦ୍ବାରା, ଏହା ଇମ୍ୟୁନିଟି ମଜବୁତ୍ କରିବାରେ ସାହାଯ୍ୟ କରେ ।

 

-ମୋଟାପଣ ସମସ୍ୟାକୁ ନେଇ ଚିନ୍ତିତ ଥିଲେ, ଏଥିପାଇଁ ଉପକାରୀ ହରଡ ଡାଲି ।

 

-ପାଚନତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ହରଡ ଡାଲି ।

 

- ପ୍ରତିଦିନ ଡାଏଟରେ ହରଡ ଡାଲି ସାମିଲ କରିବା ଦ୍ବାରା, ଏହା ଓଜନ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ ।

 

-ହରଡ ଡାଲି ସେବନ କରିବା ଦ୍ବାରା, ଏହା ଶରୀରକୁ ଏନର୍ଜି ପ୍ରଦାନ କରିଥାଏ ।

 

-ହୃଦୟ ସମ୍ବନ୍ଧୀୟ ସମସ୍ୟା କମ୍ କରିବାରେ ସାହାଯ୍ୟ କରେ ହରଡ ଡାଲି ।

 

ଶୀତଦିନେ ସୁପ ପିଇବାର ଏକ ଅଲଗା ମଜା ଥାଏ । ଏପରି ପରିସ୍ଥିତିରେ, ଅନେକ ଲୋକ ପ୍ୟାକେଟ ସୁପ୍ ଆଣି ତିଆରି କରନ୍ତି କାରଣ ଏହା ଶୀଘ୍ର ହୋଇଥାଏ । କିନ୍ତୁ ଏହି ସୁପ୍ ବଦଳରେ ଆପଣ ଦେଶୀ ସୁପ୍ ପିଇବା ଉଚିତ । ଡାଲି ଏପରି ଏକ ସୁସ୍ଥ ଦେଶୀ ସୁପ୍, ଯାହା କେବଳ ସ୍ୱାଦିଷ୍ଟ ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ହରଡ ଓ ମୁଗ ଡାଲି ସୁପ ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର । ଏହାକୁ ରୁଟି କିମ୍ବା ଭାତ ସହ ଖାଇବା ଛଡ଼ା ଆପଣ ଏହାକୁ ଏକ ସୁପ୍ ଭାବରେ ମଧ୍ୟ ପିଇପାରିବେ ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments