1. ଉଦ୍ୟାନ କୃଷି

ବଢିଛି ଚାହିଦା, ଚାଷ କରି ହୁଅନ୍ତୁ ଲାଭବାନ

ଚାଷ ସହିତ ଚାଷୀ ଅନେକ ଅନ୍ୟାନ୍ୟ ଚାଷ ମଧ୍ୟ କରୁଛନ୍ତି l ଯାହାଦ୍ୱାରା ଚାଷୀ ଅନେକ ଲାଭବାନ ହେଉଛନ୍ତି l ଏହି ଲାଭବାନ ଚାଷ ମଧ୍ୟରେ ଫୁଲ ଚାଷ ଅନ୍ୟତମ l ଯେଉଁଥିରେ ଚାଷୀ ହାଜର ହାଜର ତାଙ୍କ ଲାଭ ଉଠାଉଛନ୍ତି l ସେହିପରି ଏକ ଆକର୍ଷଣୀୟ ଫୁଲ ଭାବରେ ଜର୍ବେରାର ସ୍ଥାନ ମଧ୍ୟ ସ୍ଵତନ୍ତ୍ର ।

Tanushree Mahapatra
Tanushree Mahapatra
Benefits of Gerbera flower farming  , image source - pexels.com

Benefits of Gerbera flower farming , image source - pexels.com

ଚାଷ ସହିତ ଚାଷୀ ଅନେକ ଅନ୍ୟାନ୍ୟ ଚାଷ ମଧ୍ୟ କରୁଛନ୍ତି l ଯାହାଦ୍ୱାରା ଚାଷୀ ଅନେକ ଲାଭବାନ ହେଉଛନ୍ତି l ଏହି ଲାଭବାନ ଚାଷ ମଧ୍ୟରେ ଫୁଲ ଚାଷ ଅନ୍ୟତମ l ଯେଉଁଥିରେ ଚାଷୀ ହାଜର ହାଜର ତାଙ୍କ ଲାଭ ଉଠାଉଛନ୍ତି l ସେହିପରି ଏକ ଆକର୍ଷଣୀୟ ଫୁଲ ଭାବରେ ଜର୍ବେରାର ସ୍ଥାନ ମଧ୍ୟ ସ୍ଵତନ୍ତ୍ର । ଅନେକ ଶୁଭ କାମ ପାଇଁ ଏହି ଫୁଲ ବ୍ୟବହାର ହୁଏ l ଏହି ଫୁଲରେ ଫୁଲତୋଡ଼ା ଓ ସାଜସଜ୍ଜା ପାଇଁ ବହୁଳ ବ୍ୟବହାର କରାଯାଉଛି । ଏନେଇ ଧୀରେ ଧୀରେ ଓଡିଶାରେ ଜର୍ବେରାର ଚାହିଦା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । 

ଅଧିକାଂଶ ଚାଷୀ ଏବେ ବ୍ୟବସାୟିକ ଭିତ୍ତିରେ ଜର୍ବେରା ଚାଷ କରୁଥିବା ନଜର ରହିଛି । କିନ୍ତୁ ଆପଣ ଯଦି କମ ସମୟରେ ଅଧିକ ଚାଷ କରି ଲାଭବାନ ହେବ ପାଇଁ ବ୍ୟବସାୟିକ ଚାଷ ଖୋଲା ସ୍ଥାନ ଅପେକ୍ଷା “ଗ୍ରୀନ୍ ହାଉସ୍ ବା ସବୁଜ ଗୃହର ଆବଶ୍ୟକତା ପଡେ । ଜଣେ ଚାଷୀ ଉନ୍ନତ ପ୍ରଣାଳୀରେ ଗ୍ରୀନ୍ ହାଉସ୍‌ରେ ଜର୍ବେରା ଫୁଲ ଚାଷ କରି ବେଶ୍ ଲାଭବାନ ହୋଇପାରିବ । ଓଡିଶାରେ ମଧ୍ୟ ଜର୍ବେରାର ବ୍ୟବସାୟିକ ଚାଷ ଦିନକୁ ଦିନ ବଢୁଥିବାର ଦେଖିବାକୁ ମିଳୁଛି । ଜର୍ବେରା ଅଧିକ ଦିନ ପର୍ଯ୍ୟନ୍ତ ସତେଜ ରହୁଥିବାରୁ ଏହାର ଚାହିଦା ମଧ୍ୟ ଅଧିକ । ବଜାରରେ ଲାଲ, ହଳଦିଆ, ଗୋଲାପି, ବାଇଗଣୀ, ନାରଙ୍ଗୀ ରଙ୍ଗର ଏହି ଫୁଲ ଦେଖିବାକୁ ମିଳେ ଏବଂ ଏହା ଦେଖିବାକୁ ଖୁବ ମନଲୋଭା । ଖୋଲା ସ୍ଥାନରେ କିମ୍ବା ଖାଲି ମାଟିରେ ଏହାର ବ୍ୟବସାୟିକ ଚାଷ କରାଯାଏ ନାହିଁ କାରଣ ଏହା ନଷ୍ଟ ହେବାର ଅଧିକ ସମ୍ଭାବନା ଥାଏ । ଏଥିପାଇଁ ଆପାଣଙ୍କୁ ‘ଗ୍ରୀନ୍ ହାଉସ୍'ର ଆବଶ୍ୟକତା ପଡିବ l କାରଣ ଏହି ପ୍ରଣାଳୀ ମାଧ୍ୟମରେ ଚାଷ କଲେ ଆପଣଙ୍କୁ ଅଧିକ ଲାଭ ମିଳିବ ଯଦି ଆପଣ ଏହି ଫୁଲ ବ୍ୟବସାୟ କରିବାକୁ ଚାହୁଁଛନ୍ତି l

ତେବେ ସମତଳ ତଥା ପାର୍ବତୀୟ ଅଞ୍ଚଳରେ ଏହି ଜର୍ବେରା ଫୁଲ ଚାଷ କରାଯାଇପାରିବ । ଏହି ଚାଷ ପାଇଁ ତାପମାତ୍ରା ୧୭୨୭ ଡିଗ୍ରୀ ସେଣ୍ଟିଗ୍ରେଡ ଆବଶ୍ୟକ ହେଉଥିବାବେଳେ  ଏବଂ ଆଦ୍ରତା ପ୍ରାୟ ୮୦ ରୁ ୮୫ ପ୍ରତିଶତ ହେଲେ ବର୍ଷସାରା ଫୁଲ ମିଳିପାରିବ ଚାଷୀଙ୍କୁ । ସବୁଜ ଗୃହ ସମ୍ପୂର୍ଣ୍ଣ ଭାବରେ ତାପମାତ୍ରା ଓ ଆର୍ଦ୍ରତା ନିୟନ୍ତ୍ରଣ କରାଯାଇ ନପାରିଲେ ମଧ୍ୟ ଶତକଡା ୫୦ ଭାଗ ଛାଇଥିବା ନେଟ୍ ଆପଣ ବ୍ୟବହାର କରିପାରିବେ ଯାହାଦ୍ୱରା ଏହା ନିୟନ୍ତ୍ରଣରେ ରହିବ । ତେବେ ଏହି ଜର୍ବେରା ଫୁଲ ଚାଷ ପାଇଁ ଦୋରସା, ବାଲିଆ, ଖତ, କୋକୋପିଟ୍ ଓ ଜିଆଖତକୁ ନେଇ ଏକ ମିଶ୍ରଣ ତିଆରି କରନ୍ତୁ । ମୃତ୍ତିକା ମିଶ୍ରଣର ଅମ୍ଳତ୍ଵ ପ୍ରାୟ ୫.୫ ଓ ୬.୫ ପର୍ଯ୍ୟନ୍ତ ରହିବା ଉଚିତ୍ ଯାହାଦ୍ୱାରା ଗଛ ଗୁଡିକ ସଠିକ ଭାବେ ବଢ଼ିପାରିବ । ଏଥିରୁ ଅମ୍ଳତ୍ଵ କମ୍ ରହିବ ଆବଶ୍ୟକ । ଏହା ରହିଲେ ଲୌହ ଓ ମାଙ୍ଗାନିଜ୍‌ର ଅଭାବ ଦେଖାଯାଏ ଯାହା ଚାଷ ପାଇଁ ଉଚିତ ନୁହଁ ।

ପଲି ହାଉସ୍ ମାଧ୍ୟମରେ ମୃତ୍ତିକା ମିଶ୍ରଣକୁ ଭଲ ଭାବରେ ଗୁଣ୍ଡ କରିବା ଆବଶ୍ୟକ l  ଏହାକୁ ଜୀବାଣୁ ମୁକ୍ତ କରିବା ନିହାତି ଆବଶ୍ୟକ ନଚେତ ସମସ୍ତ ଚାଷକୁ କ୍ଷତି ପହଞ୍ଚି ପାରେ । ଜର୍ବେରା ସାଧାରଣତଃ ୧ ମିଟର ଓସାର ତଥା ୩୦ ସେମି ଉଚ୍ଚତା ବିଶିଷ୍ଟ ଶଯ୍ୟାରେ ଲଗାଯାଏ । ପାଣି ନିଷ୍କାସନ ସମସ୍ୟା ମଧ୍ୟ ଦେଖିବା ଉଚିତ । କୁଣ୍ଡରେ ମଧ୍ୟ ଆପଣ ମୃତ୍ତିକା ମିଶ୍ରଣ କରି ଜର୍ବେରା ଚାଷ କରିପାରିବେ । ଟିସୁ କଲଚର ବୈଜ୍ଞାନିକ ଉପାୟରେ ଏହି ବ୍ୟବସାୟିକ ଭିତିରେ ଚାଷ କଲେ ଉତ୍ତମମାନର ଫୁଲ ଅମଳ ଅଧିକ ହୋଇଥାଏ । ଆପଣ ଏହି ଫୁଲ ଗଛର ପୁଆ ଦ୍ଵାରା ମଧ୍ୟ ବଂଶ ବିସ୍ତାର କରିପାରିବେ । ଟିସୁ କଲଚର ଦ୍ୱାରା ଲଗାଯାଇଥିବା ଗଛ ସୁସ୍ଥ ନିରୋଗ ରହିଥାଏ l ଅଧିକ ଅମଳକ୍ଷମ ହୋଇଥିବା ସହିତ ଏହା ମୂଳ ଗଛର ସମସ୍ତ ଗୁଣ ବହନ କରିଥାଏ ।

ଗଛ ଲଗାଇବାର ୭ ରୁ ୮ ସପ୍ତାହ ମଧ୍ୟରେ ଫୁଲ ଫୁଟିବା ଆରମ୍ଭ ହୋଇଥାଏ । କିସମ ଅନୁସାରେ ଗଛ ପ୍ରତି ୩୫ରୁ ୫୫ଟି ଫୁଲ ଅମଳ ହୋଇଥାଏ ପ୍ରତ୍ୟକ ଦିନ । ଏକ ହଜାର ବର୍ଗମି. ସବୁକ ଗୃହରେ ଆପଣ ୫ ବର୍ଷ ପର୍ଯ୍ୟନ୍ତ ଜର୍ବେରା ଚାଷ ପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ଏହି ହିସାବ ଅନୁଯାୟୀ ୫ ବର୍ଷରେ ପ୍ରାୟ ୩୦ ଲକ୍ଷ ୬୦ ହଜାର ଟଙ୍କା ଲାଭ ମିଳିପାରିବ l କିନ୍ତୁ ସାଥି ପ୍ରଣାଳୀରେ ଚାଷ କରିବା ଦ୍ୱାରା ଏହା ବର୍ଷକୁ ୬ ଲକ୍ଷ ୧୨ ହଜାର ଟଙ୍କା ଲାଭ ଦେଇପାରିବ । ଆପଣ ଶଯ୍ୟାରେ ଗଛକୁ ଗଛ ପ୍ରାୟ ୩୦ ସେମି ଧାଡିକୁ ଧାଡି ୪୦ ସେମି ଦୂରତାରେ ଟିସୁ କଲଚର ଚାରା ଲଗାଇବା ସଠିକ  । ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହ ଆପଣଙ୍କୁ ଜର୍ବେରା ଲଗାଇବର ପ୍ରକୃଷ୍ଟ ସମୟ ହୋଇପାରିବ । ପ୍ରାୟ ହଜାର ବର୍ଗମି. ସବୁଜଗୃହ ଆପଣ ୬ ହଜାର ଚାରା ଲଗାଇପାରିବେ  ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments