ପିତା ସ୍ୱାଦ ଲାଗି ସୁପରିଚିତ ଏହି ପାରିବ ରେ ମଧ୍ୟ ଭାରି ରହିଛି ଓଷଧୀୟ ଗୁଣ | ମଧୁମେହ ,ଶ୍ୱାସ ,ରକ୍ତ ଜନିତ ସମସ୍ୟା ଲାଗି ଉଚିତ ଉପଚାର କାଳର |ଏହା ବ୍ୟତୀତ ଏଥିରେ ଭରପୁର ମାତ୍ର ରେ ଭିଟାମିନ ସି ଭାରି ରହିଛି |ଏହି ଲତା ଗଛ ରେ ଧରେ ହଳଦିଆ ରଙ୍ଗ ର ଫୁଲ ଏବଂ ଏହାକୁ ଦେଶର ପ୍ରାୟେ ସମସ୍ତ ରାଜ୍ୟ ରେ ଚାଷ କରାଯାଏ |ଉଚିତ ଭାବେ ବୈଜ୍ଞାନିକ ପଦ୍ଧତି ରେ ଚାଷ କଲେ ଏହା ଦ୍ୱାରା ବହୁ ଲାଭବାନ ହେଇପାରିବେ |
ତେବେ ଜାଣିବା ତାର ଚାଷ ପଦ୍ଧତି :-
ଜଳବାୟୁ :କଲରା ଚାଷ ଆବଶ୍ୟକ ଉସ୍ମ ଆଦର ଜଳବାୟୁ |ଆଦ୍ରତା ଅଧିକ ହେଲେ କବକ ଜନିତ ରୋଗ ସମସ୍ୟା ଅଧିକ ଦେଖିବାକୁ ମିଳେ |ତେବେ ଲତା ବଢିବା ଲାଗି ତାପମାତ୍ରା ୨୪ -୨୭ ଡିଗ୍ରୀ ରହିବ ଆବଶ୍ୟକ ଏବଂ ୧୮ ଡିଗ୍ରୀ ରୁ ଅଧିକ ହେଲେ ମଞ୍ଜି ଗଜା ହୁଏ |ତେବେ ତାପମାତ୍ରା ୪୯ ଡିଗ୍ରୀ ରୁ ଅଧିକ ହେଲେ ଅମଳ ହ୍ରାସ ହେବାର ର ସମ୍ଭାବନା ରହିଛି |
ମୃତ୍ତିକା :ବାଲିଆ ଦୋରସା ମାଟି ଏହାକୁ ଚାଷ କରିବା ଲାଗି ବେଶ ଉପଯୋଗୀ |ମାଟିର ଅମ୍ଳ ୫-୬ ମଧ୍ୟ ରେ ରହିଲେ ଏହାର ଅମଳ ଭଲ ହୁଏ |ମାଟିରେ ଜଳନିସ୍କାସନ ସୁବିଧା ରହିବ ନିହାତି ଆବଶ୍ୟକ |ମାଟି ଅଧିକ ସନ୍ତସନ୍ତିଆ ରହିଲେ ଅମଳ ଭଲ ହେବ ନାହିଁ |
ମୃତ୍ତିକା ପ୍ରସ୍ତୁତି :ଜମିକୁ ଭଲ ଭାବରେ ୨-୩ ଓଡ ଚାଷ କରି ମାଟିକୁ ପୁରା ଗୁଣ୍ଡ କରିଦେବା ଆବଶ୍ୟକ |ଶେଷ ଓଡ ଚାଷରେ ପୂର୍ବରୁ ଜୈବିକ ଖତ କୁ ମାଟିରେ ପ୍ରୟୋଗ କଲେ ଭଲ ଭାବରେ ମିଶିଥାଏ |
ବିହନ :ଏକ ହେକ୍ଟର ପ୍ରତି ୪-୫ କି ଗ୍ରା ମଞ୍ଜି ଆବଶ୍ୟକ |ମଞ୍ଜି ବୁଣିବା ଆଗରୁ ୧ କି.ଗ୍ରା ମଞ୍ଜି ସହ ୩ ଗ୍ରାମ ଥିରାମ ମିଶାଇ ବିଶୋଧନ କରନ୍ତୁ |
କିସମ : ଅର୍କ ହରିତ ,ପୁଷା ବିଶେଷ ,ପୁଷା ଦୋ ମୌସମୀ ,ପ୍ରିୟ ,ପ୍ରୀତି ,ସି ଓ ୧ ,ଇତ୍ୟାଦି ଏହାର ଉନ୍ନତ କିସମ ର ଚାଷ କରନ୍ତୁ |
କେମିତି କରିବେ ଅମଳ ଏବଂ କେତେ ଲାଗିବ କଲରା ରେ ସାର ଖତ
ଜଣାନ୍ତୁ କେମିତି କରିବେ କଲରା ଆଚାର ..