1. ଉଦ୍ୟାନ କୃଷି

କେମିତି କରିବେ କଲରା ଚାଷ -୨ ଭାଗ

କେମିତି କରିବେ କାଳର ଚାଷ -୨ ଭାଗ

KJ Staff
KJ Staff

ଗତକାଲି ପ୍ରକାଶ ପାଇଥିଲା କେମିତି କରିବେ କଲରା ଚାଷ !

ଏଠାରେ ପଢନ୍ତୁ କଣ ରହିବ ସାର ଖତ ର ପରିମାଣ ଏବଂ କେବେ କରିବେ ଅମଳ !

 

 

ସାହାରା: କଲରା ଗଛ ବଢିବା ଆରମ୍ଭ କଲେ ତାକୁ ୬-୭ ମାସ ଯାଏ ତାକୁ ସାହାରା ଦେବା ଆବଶ୍ୟକ |ଲତା ସୁକ୍ଷ୍ମ ହୋଇଥିବାରୁ ଭାଙ୍ଗି ପଡ଼ିବାର ସମ୍ଭାବନା ଅଧିକ ଥାଏ |ଏବଂ ଅଧିକ ଦିନ ମାଟି ରେ ଲାଗି ରହିଲେ ମଧ୍ୟ ରୋଗ ପୋକ ସମସ୍ୟା ଦେଖିବାକୁ ମିଳେ |ତେଣୁ ଭଲ ଅମଳ ଲାଗି ନିହାତି ଭାବ ସାହାରା ଦିଅନ୍ତୁ |

ଖତ ସାର: ମଞ୍ଜି ଲଗାଇବା ପୂର୍ବରୁ ୧ ହେକ୍ଟର କୁ ୧୫ ରୁ ୨୦ ଟନ ଶଢା ଗୋବର ଖତ ପ୍ରୟୋଗ କରିବା ଆବଶ୍ୟକ |୭୫-୧୦୦ କି ଗ୍ରା ଯବକ୍ଷାରଜାନ ,୫୦ କି ଗ୍ରା ଫସଫରସ ଓ ୫୦ କି.ଗ୍ରା ପୋଟାସ ପ୍ରୟୋଗ କରିବା ଆବଶ୍ୟକ |ମଞ୍ଜି ଲଗାଇବା ସମୟରେ ସମସ୍ତ ଫସଫରସ,ପୋଟାସ ସମେତ ଅଧା ଯବକ୍ଷାରଜାନ ଏବଂ ଲଗାଇବାର ୩୫-୪୦ ଦିନ ପରେ ଅଧା ଯବକ୍ଷାରଜାନ ପ୍ରୟୋଗ କରିବା ଉଚିତ |

କେତେ ବ୍ୟବଧାନ ରେ ଲଗାଇବେ ମଞ୍ଜି :କଲରା ମଞ୍ଜି କୁ ଧାଡି ରେ ଛୋଟ ଛୋଟ ହୁଡ଼ା କରି ଲଗାଇଲେ ଭଲ |ଧାଡିକୁ ଧାଡି ବ୍ୟାଭଧାନ ୧୫ -୨୦ ସେ.ମି ରହିଲା ବେଳେ ଗଛ କୁ ଗଛ ୫୦ ରୁ ୭୫ ସେ.ମି ବ୍ୟବଧାନ ରହିବ ଆବଶ୍ୟକ|

ଜମି ପ୍ରସ୍ତୁତି ପରେ ମଞ୍ଜି କୁ ୮ ଘଣ୍ଟା ପାଣିରେ ଭିଜାଇ ଛୋଟ ଛୋଟ କରି ଜାରି ମୁଣ୍ଡ ରେ ଲାଗି ନଡା ଘୋଡାଇ ଦେବା ଉଚିତ |ମଞ୍ଜି ଗଜା ହେବ ଆରମ୍ଭ କଲେ ନଡା ବାହାର କରି ଦିଅନ୍ତୁ |ଏମିତି କଲେ ଜଳ ସଂରକ୍ଷଣ ହେବ ସାଙ୍ଗରେ ମଞ୍ଜି ଶୀଘ୍ର ଗଜା ହୁଏ |

 

ଗଜା ବଡ ହୋଇ ୩ ପତ୍ର ବିଶିଷ୍ଟ ହେଲେ ଜମିରେ ଲଗାନ୍ତୁ | ଅମଳ :କଲରା ବିଭିନ୍ନ ସମୟ ରେ ଜଳବାୟୁ ଏବଂ ତାପମାତ୍ରା ଅନୁଯାୟୀ ଭିନ୍ନ ଭିନ୍ନ ଅମଳ ଦିଏ |ତେବେ ଏହାକୁ ବୈଜ୍ଞାନିକ ପଦ୍ଧତି ରେ ଚାଷ କଲେ ହାରାହାରି ହେକ୍ଟର ପ୍ରତି ୧୦୦-୧୫୦ କୁଇଁଟାଲ ଅମଳ ଆସିଥାଏ |

 

 

କଲରା ପିତା ଲାଗୁଥିବାରୁ ଖାଇବାକୁ ଭଲ ପାଆନ୍ତି ନାଇଁ ଯଦି ଏହା ହେଉଛି ଆପଣଙ୍କ ଲାଗି ପ୍ରକୃଷ୍ଟ ଉପାୟ |ଜଣାନ୍ତୁ କେମିତି କରିବେ କଲରା ଆଚାର ??

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments