1. ଉଦ୍ୟାନ କୃଷି

ପ୍ଲାଷ୍ଟିକ ବୋତଲ ର ସୌନ୍ଦର୍ଯ୍ୟ....

ତ୍ରିମ ଦୈନଦିନ ଜୀବନ ରେ ପ୍ଲାଷ୍ଟିକ ବୋତଲ ର ଚାହିଦା ବହୁତ୍ ।ମାତ୍ର ଏହା ପରିବେଶ ଅହିତକରୀ ହୋଇଥିବା ସାଙ୍ଗରେ ପ୍ରଦୂଷଣ ମଧ୍ୟ କରିଥାଏ।ତେବେ ଘରେ ଅଧିକ ପ୍ଲାଷ୍ଟିକ ବୋତଲ ଥିଲେ ତାର କିପରି ଉପଚାର କରାଯାଇପାରିବ???

KJ Staff
KJ Staff

କୂତ୍ରିମ ଦୈନଦିନ ଜୀବନ ରେ ପ୍ଲାଷ୍ଟିକ ବୋତଲ ର ଚାହିଦା ବହୁତ୍ ।ମାତ୍ର ଏହା ପରିବେଶ ଅହିତକରୀ ହୋଇଥିବା ସାଙ୍ଗରେ ପ୍ରଦୂଷଣ ମଧ୍ୟ କରିଥାଏ।ତେବେ ଘରେ ଅଧିକ ପ୍ଲାଷ୍ଟିକ ବୋତଲ ଥିଲେ ତାର କିପରି ଉପଚାର କରାଯାଇପାରିବ???
ଘରେ ସୁନ୍ଦର୍ ବଗିଚା ଟେ କରି ସେଥିରେ ବିଭିନ୍ନ ରଙ୍ଗ ଓ ପ୍ରଜାତି ର ଗଛ ଲଗାଇବାର ମଜା ନିଆରା।ତେବେ ଯଦି ଏହି ପରି ପ୍ଲାଷ୍ଟିକ ବୋତଲ ରେ ଯଦି ସୁନ୍ଦର୍ ବଗିଚା ରେ କରି ହୁଅନ୍ତା ତେବେ ଏହା ପରିବେଶ ସୁରକ୍ଷା ସହ ବାସଭବନ ର ସୌନ୍ଦର୍ଯ୍ୟ କୁ ଦୂଇଗୁନିତ କରିପାରନ୍ତା।ଏହା ବ୍ୟତୀତ ଏହାକୁ ତିଆରି କରିବା ଏବଂ ରକ୍ଷଣ ଭକ୍ଷଣ କରିବା ଅତି ସରଳ ଓ ବଗିଚା ଲାଗି ଜାଗା ଅଭାବ ଥିଲେ ଏହା ଏକ ଉତ୍ତମ ଉପାୟ।ତେବେ ଏହିପରି ବଗିଚା କରିବେ କେମିତି?

୧) ପ୍ରଥମେ ଏକ ଧଳା କାଚ ବା ପ୍ଲାଷ୍ଟିକ ବୋତଲ ର ଚୟନ କରନ୍ତୁ। ବୋତଲ ରଙ୍ଗିନ ହେବା ଅନୁଚିତ କାରଣ ଏହା ଆଲୋକ ସଂପ୍ରସାରଣ ସହ ହସ୍ତକ୍ଷେପ କରିଥାଏ।


୨) ବୋତଲ ମୁହଁଟି ବଡ଼ ହେବା ଦରକାର ।ନଚେତ୍ ମାଟି ପରିଚାଳନା ଲାଗି ଅସୁବିଧା ହୋଇଥାଏ।ସେହି ବୋତଲ କୁ ଭଳ ଭାବରେ ଧୋଇ ସଫା କରନ୍ତୁ ।ପରେ ବୋତଲ ଭଳ ଭାବେ ଶୁଖାନ୍ତୁ।ଏହା ଦ୍ବାରା ମାଟି ବୋତଲ ପାର୍ଶ୍ଵ ରେ ଲାଗିବାର ସମ୍ଭାବନା ନଥାଏ।


୩) ବୋତଲ ବଗିଚା ଲାଗି ଦୋରସା ମାଟି ର ଆବଶ୍ୟକ ଥାଏ।ଏହା ଦ୍ବାରା ବାୟୁ ପରିଚାଳନା ସୁବିଧାଜନକ ହୋଇଥାଏ ତେଣୁ ଚେର ପଚିବର ସମ୍ଭାବନା କମ୍ ଥାଏ।
୪) ଜଳ ନିଷ୍କାସନ ସୁବିଧାଜନକ୍ କରିବା ଲାଗି ପ୍ରଥମେ ବୋତଲ ରେ ଏକ ପରାସ୍ତ ମଟର ଆକାର ର ଛୋଟ ଛୋଟ ଗୋଡ଼ି ଦେବା ଭଲ ।


୫) ଏହା ପରେ ବୋତଲ ରେ ୨-୪ ଇଞ୍ଚ୍ ଯାଏ ମାଟି (potting mixture) ପୁରାନ୍ତୁ। ଏହା ବିଶେଷ କରି ଜଳ ନିସ୍କାଷନ ରେ ସାହାଯ୍ୟ କରେ ।ଏଥିରେ ମୁଖ୍ୟତଃ ନଡ଼ିଆ କତା, ଭାର୍ମିକୁଲାଇଟ୍ ଇତ୍ୟାଦି ପଦାର୍ଥ ମିଶିକି ଥାଏ।


୬) ଭଲ ଭାବରେ ମାଟି କୁ ସମତଳ କରନ୍ତୁ।ଏବେ ଏଥିରେ ଛୋଟ ଛୋଟ ଗଛ ର ଚେର ଭଲରେ ଲଗାନ୍ତୁ ଏବଂ ତା ଚାରି ପାଖ ମାଟି କୁ ମଜ୍ବୁତ୍ କରନ୍ତୁ।ଏବେ ଏଥିରେ ଅଳ୍ପ ପାଣି ଦିଅନ୍ତୁ ।ମାଟି ପୁରା ଶୁଖିଲା ନ ହେଲା ଯାଏ ପୁର୍ନବାର ଜଳସେଚନ କରନ୍ତୁ ନାହିଁ।

୭) ଏବେ ଏହି ବୋତଲ କୁ ନେଇ ଖରା ରେ ରଖନ୍ତୁ।ସପ୍ତାହ ପରେ ବୋତଲ ମୁହଁ ବନ୍ଦ କରିଦିଅନ୍ତୁ।ଝଡି ଯାଇଥିବା ଯେକୌଣସି ଗଛ ର ଅଂଶ କୁ କାଢି ଦିଅନ୍ତୁ ।ଏପରି କଲେ ଗଛ ପଚିକି ଦୁର୍ଗନ୍ଧ ହୁଏ ନାହିଁ।


ବୋତଲ ବଗିଚା ଲାଗି ଉପଯୁକ୍ତ ଗଛ:

  • କ୍ରୋଟନ୍
  • ପୋଲକା ଡ଼ଟ୍ ପ୍ଲାଣ୍ଟ
  • ପ୍ରେୟାର ପ୍ଲାଣ୍ଟ ଇତ୍ୟାଦି...


ଏହି ପରି ବନ୍ଦ ବୋତଲ ରେ ଫୁଲ ଗଛ ଲଗାନ୍ତୁ ନାହିଁ।ଫୁଲ ପଚି ଦୁର୍ଗନ୍ଧ ହେବାର ସମ୍ଭାବନା ଥାଏ।ଏହି ପ୍ରଣାଳୀ କୁ ନିଶ୍ଚିତ ବ୍ୟବହାର କରନ୍ତୁ ଏବଂ ଆମକୁ କମେଣ୍ଟ୍ ବାକ୍ସ ରେ ଆପଣଙ୍କ ମତାମତ ଲେଖନ୍ତୁ..
ଅନ୍ୟାନ୍ୟ ଯେ କୌଣସି ପ୍ଲାଷ୍ଟିକ ବୋତଲ (ରଙ୍ଗିନ ବୋତଲ) ହେଲେ ତାକୁ ଅଧା କାଟି,ସେଥିରେ ମାଟି ପୁରେଇ ଗଛ ଲଗାଇ ପାରିବେ ।ଯଦି ଏହି ପରି ବୋତଲ ରେ ଗଛ ଲଗାଇବାର ସମ୍ପୂର୍ଣ୍ଣ ପ୍ରଣାଳୀ ଜାଣିବାକୁ ଚାହୁଁଛନ୍ତି ତେବେ କମେଣ୍ଟ ବାକ୍ସ ରେ ଲେଖନ୍ତୁ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ