1. ଉଦ୍ୟାନ କୃଷି

କାର୍ଣ୍ଣାସନ୍ ଫୁଲ: ବିଦେଶୀ ଫୁଲର ଦେଶୀ ଚାହିଦା

ଓଡ଼ିଶାରେ ଦିନକୁ ଦିନ ଫୁଲର ଚାହିଦା ବଢ଼ିବାରେ ଲାଗିଥିଲେ ମଧ୍ୟ ବଜାରକୁ ଯଥେଷ୍ଟ ପରିମାଣର ଫୁଲ ରାଜ୍ୟ ବାହାରୁ ଆସୁଛି l ଅଧିକାଂଶ ଫୁଲ କୋଲକାତା, ବାଙ୍ଗାଲୋର, ପୁନେ ପ୍ରଭୃତି ଅଞ୍ଚଳରୁ ଆସୁଛି l ବର୍ତ୍ତମାନ ସମୟରେ ବାହାରୁ ଆସୁଥିବା

Sugyan Kumar Nayak
Sugyan Kumar Nayak
Carnation Flower

Carnation Flower

ଓଡ଼ିଶାରେ ଦିନକୁ ଦିନ ଫୁଲର ଚାହିଦା ବଢ଼ିବାରେ ଲାଗିଥିଲେ ମଧ୍ୟ ବଜାରକୁ ଯଥେଷ୍ଟ ପରିମାଣର ଫୁଲ ରାଜ୍ୟ ବାହାରୁ ଆସୁଛି l ଅଧିକାଂଶ ଫୁଲ କୋଲକାତା, ବାଙ୍ଗାଲୋର, ପୁନେ ପ୍ରଭୃତି ଅଞ୍ଚଳରୁ ଆସୁଛି l ବର୍ତ୍ତମାନ ସମୟରେ ବାହାରୁ ଆସୁଥିବା ଫୁଲଗୁଡ଼ିକ ମଧ୍ୟରୁ କାର୍ଣ୍ଣାସନ୍ ଫୁଲ ଅଧିକ ପରିମାଣରେ ଅଣାଯାଉଛି l ଏହି ଫୁଲକୁ ଓଡ଼ିଶାରେ ମଧ୍ୟ ଉପଯୁକ୍ତ ପ୍ରଣାଳୀରେ କରାଯାଇପାରିବ l ଏହି ଫୁଲ ପ୍ରଜାତିଟି ବିଦେଶୀ ହେଲେ ମଧ୍ୟ ଘରୋଇ ବଜାରରେ ଏହାର ଚାହିଦା ଯଥେଷ୍ଟ ରହିଛି l କାର୍ଣ୍ଣାସନ୍ ଏହା ଏକ ଫୁଲର ନାଁ ଶୁଣିବାକୁ ନୂଆ ଲାଗୁଥାଇପାରେ । ହେଲେ ଫୁଲଟି ଦେଖିବାକୁ ଯେତିକି ସୁନ୍ଦର। ଏହାର ଚାହିଦା ମଧ୍ୟ ସେତିକି ଅଧିକ । ଓଡିଶାର ଚାଷୀମାନେ ଏହାକୁ ବ୍ୟବସାୟିକ ଭିତ୍ତିରେ ଚାଷ କରି ବେଶ୍ ଲାଭବାନ୍ ହୋଇପାରିବେ। ଓଡିଶାରେ ବ୍ୟବହୃତ କାର୍ଣ୍ଣାସନ୍ ସାଧାରଣତଃ ବାଙ୍ଗାଲୋର ଓ ପୁନେ ଆଦି ସ୍ଥାନରୁ ଆସୁଛି । କାର୍ଣ୍ଣାସନ୍ ଫୁଲ ଚାଷ ସମ୍ପର୍କରେ ଆସନ୍ତୁ ଆଜି କିଛି ବିଶେଷ ଆଲୋଚନା କରିବା l

ଆକାର  ଅନୁସାରେ କାର୍ଣ୍ଣାସନ୍ କୁ  ୨ ପ୍ରକାରରେ ବିଭକ୍ତ କରାଯାଇଛି । ପ୍ରଥମଟି ହେଲା ଷ୍ଟାଣ୍ଡାର୍ଡ କାର୍ଣ୍ଣାସନ୍: ଏହାର ଫୁଲ ସଂଲଗ୍ନ କାଣ୍ଡ, ଲମ୍ବ ଉପରେ ଗୋଟିଏ ବଡ ଫୁଲ ରହେ । ଦ୍ଵିତୀୟଟି ହେଉଛି ସ୍ପ୍ରେ କାର୍ଣ୍ଣାସନ୍: ଫୁଲ ସଂଲଗ୍ନ କାଣ୍ଡ ଅପେକ୍ଷାକୃତ ସାନ ମାତ୍ର ତା' ଉପରେ ଗୋଛା ଗୋଛା ଫୁଲ ରହେ । ଫୁଲ ସଜାସଜି ପାଇଁ ଷ୍ଟାଣ୍ଡାର୍ଡ କାର୍ଣ୍ଣାସନ୍ ପ୍ରଜାତିର ବଜାରରେ ବେଶୀ ଆଦର ରହିଛି l ଓଡିଶାରେ ଅନେକ ଚାଷୀ ଗ୍ରୀନ୍ ହାଉସ୍ ବା ସବୁଜ ଘରେ ଚାଷ କରି ବେଶ୍ ସଫଳତା ପାଇଲେଣି । ପରୀକ୍ଷାମୂଳକ ଭାବେ ଓଡିଶାରେ ଏହା ଚାଷ କରି ଚାଷୀମାନେ ସଫଳ ହୋଇଛନ୍ତି । ଖରାଦିନେ କାର୍ଣ୍ଣାସନ୍ ଚାଷ କଲେ ଭଲ ଫୁଲ ମିଳେ ନାହିଁ । ସାଧାରଣ ପ୍ରଜାତି ପାଇଁ କାର୍ଣ୍ଣାସନ୍ ୧୦ ଡିଗ୍ରୀ ସେଣ୍ଟିଗ୍ରେଡରୁ ୨୩ ଡିଗ୍ରୀ ସେଣ୍ଟିଗ୍ରେଡ ତାପମାତ୍ରା ଆବଶ୍ୟକ କରେ ଏବଂ ୧୨ ଘଣ୍ଟା ଆଲୋକ ଦରକାର କରେ । ଏହି ସବୁ ପ୍ରଜାତି ଓଡିଶାରେ ଶୀତଦିନେ ଲାଭଜନକ ଭାବେ ଚାଷ ହୋଇପାରିବ । କାର୍ଣ୍ଣାସନ୍ ପାଇଁ ନିଗିଡା, ଦୋରସା,ମୃତ୍ତିକା ଭଲ । ଲମ୍ବା ଉଚ୍ଚା ସମାନ୍ତର ପଟାଳିମାନଙ୍କରେ କାର୍ଣ୍ଣାସନ୍ ଲଗାଯାଏ । ଏହାର ଉପର ଓସାର ୯୦ ସେ.ମି ରହିବା ବେଳେ ତଳ ୧୦୦ସେ.ମି ଓ ଉଚ୍ଚତା ୪୫ ସେ.ମି ରହିବା ଆବଶ୍ୟକ । ଦୁଇଟି ପଟାଳି ମଧ୍ୟରେ ୫୦ ସେ.ମି ଅନ୍ତର ରୁହେ । ଯେଉଁଥିରେ ଯିବା  ଆସିବା ଏବଂ ପରିଚାଳନଗତ କାମ କରିବାକୁ ସୁବିଧା ହୋଇଥାଏ । ଏହି ପଟାଳିରେ ଗଛକୁ ଗଛ ୧୫ ସେ.ମି ଓ ଧାଡିକୁ ଧାଡି ୧୫ ସେ.ମି ୬ ଧାଡି କାର୍ଣ୍ଣାସନ୍ ଲଗାଯାଏ । ଉପର ୩୦ ସେମି ମାଟିରେ ୩୦% ଭାଗ ଖତ ମିଶାଇ ଦିଆଯାଏ । ବୁନ୍ଦା ଜଳସେଚନ ମାଧ୍ୟମରେ ସାର ଦିଆଯାଏ ।

ସାଧାରଣତଃ ଭଲ ପ୍ରଜାତି ଟିସୁ କଲଚର ମାଧ୍ୟମରେ ପ୍ରସାରିତ ହୁଏ । ମାତ୍ର ପରେ ପରେ ଚାଷୀ ନିଜେ ଚେଷ୍ଟମ କଟିଙ୍ଗ ପଦ୍ଧତିରେ ୧୦ରୁ ୧୫ ସେ.ମି. ଅଗ୍ରଭାଗ (ତିନି ଚାରୋଟି ଗଣ୍ଠି ଥିବା) ଚେର କାରକ ଓ ବୃଦ୍ଧି ନିୟନ୍ତ୍ରକ ବ୍ୟବହାର କରି ଗଛ ସୃଷ୍ଟି କରିପାରିବ। କାର୍ଣ୍ଣାସନ୍ ଫୁଲର ଉତ୍ତମ ପ୍ରଜାତିଗୁଡ଼ିକ ହେଲେ; ରେଡକିଙ୍ଗ, ସିଚେଲେ, ମାଲାଗା, ଜିଓଲେ, ଲିଉରାସି l  ଗଛକୁ ସିଧା ଧରି ରଖୁବା ପାଇଁ ପ୍ଲାଷ୍ଟିକ୍ ସୂତାରେ ଉପରୁ ଝୁଲାଇ ବାନ୍ଧି ଦିଆଯାଏ । ନଚେତ ଏହାର କାଣ୍ଡ ବଙ୍କା ହୋଇଯାଏ । ଅନାବଶ୍ୟକ ବାହାରି ଆସୁଥିବା ଡାଳକୁ ନଖରେ ଛିଣ୍ଡାଇବା ଦ୍ଵାରା ଏହା ବାହାରେ ନାହିଁ ଓ ମୁଖ୍ୟ ଫୁଲ ବାହାରେ । ବେଳେ ବେଳେ ମୁଖ୍ୟ ଫୁଲ ତଳୁ ଶାଖା ବାହାରି ଥାଏ । ଏହାକୁ ମଧ୍ୟ କାଟି ଦେବା ଦ୍ଵାରା ମୁଖ୍ୟ ଫୁଲ ବଡ ହୁଏ । ସଠିକ୍ ଭାବେ ବାଳୁଙ୍ଗା ନିୟନ୍ତ୍ରଣ ଓ ଜଳସେଚନ କରିବା ଦ୍ଵାରା ଫସଲ ଭଲ ହୁଏ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments