1. ଉଦ୍ୟାନ କୃଷି

ସିମେଣ୍ଟ ଅଖାରେ ଦେଶୀ ଆଳୁ ଚାଷ

ଏହି ପ୍ରଣାଳୀ ରେ ଚାଷ କରିବା ଦ୍ୱାରା ମାଟି ପ୍ରସ୍ତୁତି ର ଆବଶ୍ୟକତା ନଥାଏ ବା ମାଟି ଧୋଇ ହେଇଜିବାର ଭୟ ମଧ୍ୟ ନଥାଏ

KJ Staff
KJ Staff

ଉପାଦେୟତା :

  • ଏହି ପ୍ରଣାଳୀ ରେ ଚାଷ କରିବା ଦ୍ୱାରା ମାଟି ପ୍ରସ୍ତୁତି ର ଆବଶ୍ୟକତା ନଥାଏ ବା ମାଟି ଧୋଇ ହେଇଜିବାର ଭୟ ମଧ୍ୟ ନଥାଏ |
  • ସିମେଣ୍ଟ ବସ୍ତା ରେ ଦେଶୀ ଆଳୁ ଲଗାଇବା ତଥା ଅମଳ କରିବା ସହଜ ହୋଇଥାଏ
  • ଏଥିଲାଗି ସ୍ୱଳ୍ପ ସମୟ ଓ କାମ ଶ୍ରମଶକ୍ତି ର ଆବଶ୍ୟକ ହୋଇଥାଏ |
  • ଖାଲୁଆ ,ସନ୍ତସନ୍ତିଆ ସ୍ଥାନ ଯେଉଁଠି ଦେଶୀ ଆଳୁ ଲଗାଇଲେ ପଚିବାର ସମ୍ଭାବନା ଥାଏ ସେଇଠି ସିମେଣ୍ଟ ବସ୍ତା ରେ ଲଗାଇପାରିବେ|
  • ଏହାକୁ ଗୋଟିଏ ସ୍ଥାନ ରୁ ଅନ୍ୟ ସ୍ଥାନ କୁ  ସହଜରେ ସ୍ଥାନାନ୍ତର କରିହେବ |
  • ଏହି ପ୍ରଣାଳୀ ରେ ଘାସ ସମସ୍ୟା ହୋଇଥିଲେ ମଧ୍ୟ ଏହାଦ୍ୱାରା ଫସଲ କୁ ପ୍ରଭାବ ପଡେ ନାହିଁ |
  • ଏହାକୁ ଅମଳ କରିବା ସମୟରେ ଏହା ଖଣ୍ଡିଆ   ହୋଇ  ନଷ୍ଟ ହେଇନଥାଏ  |

କିସମ ନିର୍ବାଚନ :

ଓଡିଶା ଏଲାଇଟ ଓ ଡ଼ିଏ ୨୯୩ ପ୍ରଭୁତି କିସମ ସିମେଣ୍ଟ ଅଖାରେ ଲଗାଇବାକୁ ଉପଯୁକ୍ତ |

 

ଲଗାଇବା ସମୟ :

ସାଧାରଣତଃ ଏହା ମେ-ଜୁନ ସମୟରେ ଲଗାଯାଏ ,ଜଳସେଚନ ସୁବିଧା ଥିଲେ ଏହାକୁ ଏପ୍ରିଲ ମାସ ରୁ ଲାଗିଇ ପାରିବେ |

 

ଅମଳ :

ଏହା ଅଖା ରେ ଲଗାଇବାର ୭ ମାସ ପରେ  ଅମଳ ଯୋଗ୍ୟ  ହୋଇଥାଏ |ଗଛ ହଳଦିଆ ପଡି ସୁଖୀ  ଆସିଲେ ଏହାକୁ ଅମଳ କରାଯାଏ |ଦା ବା ଛୁରୀ ଦ୍ୱାରା ଅଖା କୁ କାଟି ତତପରେ ମାଟି ପିଣ୍ଡ କୁ ତଳେ ଶୁଖାଇ ଗୋଡ ରେ ଆଘାତ ଦେଲେ ମାଟି ଖସି ଦେଶୀ ଆଳୁ ବାହାରି ଆସେ |ପ୍ରତ୍ୟେକ ଅଖା ରୁ ହାରାହାରି ୨ କି.ଗ୍ରା ପର୍ଯ୍ୟନ୍ତ ଅମଳ ଆସିଥାଏ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ