1. ଉଦ୍ୟାନ କୃଷି

କଦଳୀ ର ଝାଉଁଳା ରୋଗ ଲାଗି ନୂତନ ଔଷଧ

କଦଳୀ ର ଝାଉଁଳା ରୋଗ ଲାଗି ନୂତନ ଔଷଧ

KJ Staff
KJ Staff

ସି.ଆଇ.ଏସ.ଏଚ ଦ୍ୱାରା ପ୍ରସ୍ତୁତ ହୋଇଛି ଔଷଧ

ସମ୍ପୂର୍ଣ ଜୈବିକ ଏବଂ ଜୀବାଣୁ ଓ କବକ ର ମିଶ୍ରଣ ରେ ନିର୍ମିତ ଏହି ନୂତନ ଔଷଧ ,କଦଳୀ ର ଅତି ଭୟଙ୍କର ଝାଉଁଳା ବା ପାନାମା ରୋଗ ର ବେଶ ଭଲ ଭାବେ ଉପଚାର କରୁଅଛି |ତେବେ ଏହି ରୋଗ ଏସିଆ ,ଅଷ୍ଟ୍ରେଲିଆ ,ଆଫ୍ରିକା ପ୍ରବୃତି ଦେଶ ରେ ବହୁଳ ମାତ୍ରା ରେ କଦଳୀ ଫସଲ ନଷ୍ଟ କରିସାରିଲା ପରେ ଏବେ କଲମ୍ବିଆ ପରି ଦେଶ ରେ ବନାନା ଏମର୍ଜେନ୍ସି ଘୋଷଣା କରାଯାଇଛି |

ସି.ଏଇ.ଏସ.ଏଚ ର ନିର୍ଦେଶକ ଶୈଳେନ୍ଦ୍ର ରାଜନ କହିଛନ୍ତି ଯେ ଏହି ଜୈବିକ ଔଷଧ -ଆଇ.ସି.ଏ.ଆର -ଫୁଶିକୋଣ୍ଟ
ପାନାମା ରୋଗ ର ବେଶ ଭଲ ଭାବେ ଉପଚାର କରୁଅଛି |

ଭାରତ ରେ ମଧ୍ୟ ସର୍ବାଧିକ ମାତ୍ରା ରେ କଦଳୀ ଚାଷ ଏବଂ ବିକ୍ରି କରାଯାଇଥାଏ |ଏହି ରୋଗ ବିଶେଷ ଭାବେ ବିହାର ,ପଶ୍ଚିମ ବଙ୍ଗ ,ମହାରାଷ୍ଟ୍ର ଇତ୍ୟାଦି ରେ ବ୍ୟାପକ ମାତ୍ରା ରେ କ୍ଷେତି କରିବାର ସମ୍ଭାବନା ରହିଛି |ଏହି ରୋଗ ଖୁବ ସହଜରେ ଘାଗରା କୋଶୀ ପରି ନଦୀ ରାସ୍ତା ବ୍ୟବହାର କରି ସମ୍ଭବତଃ ନେପାଳ ରୁ ଆସିଛି ଏବଂ ମାତ୍ରାଧିକ ଭାବେ କଦଳୀ ଫସଲ ନଷ୍ଟ କରିସାରିଛି ବୋଲି କହିଛନ୍ତି ନିର୍ଦେଶକ ଶୈଳେନ୍ଦ୍ର|

ସବୁଠାରୁ ଗୁରୁତ୍ୱପୂର୍ଣ ତଥ୍ୟ ହେଲା ଯେ ଏହୀ ରୋଗ ଥରେ ହେଲା ମାନେ ଏହାର ଉପଚାର କରିବା ବେଶ କଷ୍ଟକର ହୋଇପଡେ |
ତେଣୁ ଦୀର୍ଘ ୨ ବର୍ଷ ର ଉଦ୍ୟମ ପରେ ଏହି ରୋଗ ର ଉପଚାର ମିଳିପାରିଛି ବୋଲି ସେ ମତ ଦେଇଛନ୍ତି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments