1. ଉଦ୍ୟାନ କୃଷି

ନଡ଼ିଆ ବଗିଚାରେ ରୋଗ ନିୟନ୍ତ୍ରଣ କରିବେ କିପରି ଜାଣନ୍ତୁ...

ନଡ଼ିଆ ଗୋଟେ ଫଳର ନାମ ଅଟେ । ଏହା ଶ୍ରୀଫଳ ଭାବେ ମଧ୍ୟ ପରିଚିତ । କୌଣସି କାର୍ଯ୍ୟ ଆରମ୍ଭରୁ ନଡ଼ିଆ ଭଙ୍ଗାଯାଇଥାଏ ଆଉ ଏହାକୁ ଶୁଭ ବୋଲି ଗ୍ରହଣ କରାଯାଇଥାଏ ।

Sudesna Nayak
Sudesna Nayak
Coconut farming diseases

Coconut farming diseases

ନଡ଼ିଆ ଗୋଟେ ଫଳର ନାମ ଅଟେ । ଏହା ଶ୍ରୀଫଳ ଭାବେ ମଧ୍ୟ ପରିଚିତ । କୌଣସି କାର୍ଯ୍ୟ ଆରମ୍ଭରୁ ନଡ଼ିଆ ଭଙ୍ଗାଯାଇଥାଏ ଆଉ ଏହାକୁ ଶୁଭ ବୋଲି ଗ୍ରହଣ କରାଯାଇଥାଏ ।

ପଇଡ଼ ପାଣି ଓ ନଡ଼ିଆ ସଶ ଆମେ ଖାଦ୍ୟରୂପେ ବ୍ୟବହାର କରିଥାଉ। ପଇଡ଼ ପାଣିରୁ ପ୍ରତି ୧୦୦ ମି.ଲି.ରେ ୧୭.୪ କ୍ୟାଲୋରୀ ମିଳେ । ତା'ଛଡ଼ା ଏଥିରୁ ଶ୍ବେତସାର, ପୁଷ୍ଟିସାର, ଧାତବ ଲବଣ, ସୋଡିୟମ ପାଇଥାଉ । ନଡ଼ିଆ ସବୁ ଫଳଠାରୁ ଭିନ୍ନ ଅଟେ, କାରଣ କଷି ଥିବା ବେଳେ ଏଥିରେ କେବଳ ପାଣି ଥାଏ ଏବଂ ଯେତେବେଳେ ଏହା ଧିରେ ଧିରେ ପାକଳ ହୁଏ, ସେତେବେଳେ ତାହା ମଧ୍ୟରେ ସେହି ପାଣି ଥାଏ ଓ ଧଳା ରଙ୍ଗର ଏକ ସ୍ତର ତିଆରି ହୋଇଥାଏ ।

ନଡ଼ିଆ ଗଛଟି ମୁଖ୍ୟତଃ ଲମ୍ବା ହୋଇଥାଏ, ଏହା ପାଖାପାଖି ୩୦ ମିଟର ଯାଏ ଲମ୍ବା ହୋଇଥାଏ । ଏହା ଗ୍ରୀଷ୍ମ ମଣ୍ଡଳୀୟ ବୃକ୍ଷ । ନିଗିଡ଼ା, ଦୋରସା ବାଲି ଦୋରସା, ଅମ୍ଳତା ୪.୫ ରୁ ୬.୮, ମାଟିର ଗଭୀରତା ଅତି କମରେ ୧.୫ମି. ଓ ଭୂତଳ ଜଳସ୍ତର ୩.୫ମିଟର ମଧ୍ୟରେ ରହିଲେ ଏହି ଚାଷ ଭଲ ହୁଏ ।  ଗଛ ପୋତିଲା ପରେ ଜଳସେଚନର ବ୍ୟବସ୍ଥା କରିବା ଉଚିତ । ବର୍ଷା ହେବା ପର୍ଯ୍ୟନ୍ତ ଅବଶ୍ୟକତା ଅନୁଯାୟୀ ଜଳସେଚନ କରନ୍ତୁ ଓ ବର୍ଷା ଛାଡ଼ିଗଲା ପରେ ପ୍ରତି ୧୦-୧୫ ଦିନରେ ଆବଶ୍ୟକତା ଅନୁଯାୟୀ ଜଳସେଚନ କରନ୍ତୁ । ବୁନ୍ଦା ଜଳସେଚନ ପଦ୍ଧତିରେ ମଧ୍ୟ ଜଳସେଚନ କରିଲେ ସୁଫଳମିଳିଥାଏ ।

ନଡିଆ ବଗିଚାରେ ରୋଗ ନିୟନ୍ତ୍ରଣ ବିଷୟରେ ଜାଣନ୍ତୁ

 

ପତ୍ରପୋଡ଼ା ରୋଗ -ଗଛର ପୁରୁଣା ବାହୁଙ୍ଗାରେ ହଳଦିଆ ରଙ୍ଗର ଚିହ୍ନ ଚାରିପଟେ ପାଉଁଶିଆ ବଳୟ ଦେଖାଯାଏ । ଏହି ଚିହ୍ନ ଗୁଡିକ ପରେ ମିଶିଯାନ୍ତି ।

 

ପରିଚାଳନା - ଅନୁମୋଦିତ ପରିମାଣରେ ପଟାସିୟମ୍ ସାର ପ୍ରୟୋଗ କରନ୍ତୁ ।

 

ଫଳପଚା ଓ ଫଳଝଡା ରୋଗ - ଫଳ ବୃନ୍ତରେ ( ମୁଣ୍ଡି ) ମାଟିଆ ରଙ୍ଗର ଚିହ୍ନ ହେଇ ପଚିଯାଏ ଓ ପଇଡ଼ ଝଡ଼ି ପଡ଼େ ।

 

ପରିଚାଳନା - ବର୍ଷା ଆରମ୍ଭ ଓ ଶେଷରେ ଡେଙ୍ଗା ଗଛପାଇଁ ବୋର୍ଡ଼କ୍ସ ୧% ,ଏବଂ ବାମନ ଗଛ ପାଇଁ ଆଜୋକ୍ସିଷ୍ଟ୍ରୋବିନ୍ ୧୮.୨% + ଡାଇଫେନୋକୋନାଜୋଲ୍ ୧୧.୪% ଏସ.ସି.୧ ମି.ଲି. କିମ୍ବା ୪ ଗ୍ରାମ୍ କାର୍ବେଣ୍ଡାଜିମ୍ ଓ ମାଙ୍କଜେବ୍ ମିଶ୍ରିତ ଦ୍ରବଣକୁ ୧ ଲିଟର ପାଣିରେ ଗୋଳାଇ ସିଞ୍ଚନ କରନ୍ତୁ ।

 

କାଣ୍ଡ ସ୍ରାବ ରୋଗ - ମାଟି ପାଖରେ ଥିବା ଗଣ୍ଡିରେ ଫାଟ ହୋଇ ନାଲିରୁ ମାଟିଆ ରଙ୍ଗର ରସ ବାହାରେ ଓ ପଚିଯାଏ । ରସର ରଙ୍ଗ କ୍ରମେ କଳା ପଡ଼ିଯାଏ । ଫାଟ କ୍ରମେ ଉପରକୁ ବଢ଼ି ଗଛର ପତ୍ର ହଳଦିଆ ହୁଏ ।

 

ପରିଚାଳନା -ଅନୁମୋଦିତ ସାର ଓ  ନିମ୍ବ ପିଡ଼ିଆ ଦିଅନ୍ତୁ ଖରାଦିନେ ନିୟମିତ ଜଳସେଚନ କରନ୍ତୁ ।

 

ଗଣ୍ଡି ରୋଗ - ଚେର ସଢିଯାଏ ଏବଂ ଗଣ୍ଡିର ମୂଳ ଅଂଶରୁ ରସ ବାହାରେ ।

 

ପରିଚାଳନା - ଅଧିକ ଆକ୍ରାନ୍ତ ଗଛକୁ ଚେର ସହ ଉପାଡି ନଷ୍ଟ କରନ୍ତୁ । ଅନ୍ୟ ଗଛକୁ ସଂକ୍ରମିତ ନହେବା ପାଇଁ  ଆକ୍ରାନ୍ତ ଗଛ ଚାରିପଟେ ୧ ମିଟର ଗଭୀର ଓ ୩୦ ସେ.ମି. ଓସାର ଖାଇ (ଟ୍ରେଞ୍ଚ) ଖୋଳନ୍ତୁ । ଅନୁମୋଦିତ ସାର ପ୍ରତି ବର୍ଷ ପ୍ରୟୋଗ କରନ୍ତୁ ।

 

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments