Horticulture

ଘରେ ତିଆରି କରନ୍ତୁ ମରା ନଡ଼ିଆ ତେଲ !

ବଜାରରେ ମିଳୁଥିବା ବିଭିନ୍ନ କମ୍ପାନୀ ର ନଡ଼ିଆ ତେଲ ପ୍ରକୃତ ରେ ଅସଲି ହୋଇନଥାଏ |ଏଥିରେ ବିଭିନ୍ନ ପ୍ରକାର ର ରାସୟାନିକ ପଦାର୍ଥ ଭାରି ରହିଥାଏ |ତେଣୁ ନଡ଼ିଆ ତେଲୁ କୁ ଘରେ ତିଆରି କରିପାରିଲେ ତାହାର ଉନ୍ନତ ଧରଣ ର ବ୍ୟବହାର ହୋଇପାରିବ |

15 January, 2019 9:49 AM IST By: KJ Staff

ବଜାରରେ ମିଳୁଥିବା ବିଭିନ୍ନ କମ୍ପାନୀ ର ନଡ଼ିଆ ତେଲ ପ୍ରକୃତ ରେ ଅସଲି ହୋଇନଥାଏ |ଏଥିରେ ବିଭିନ୍ନ ପ୍ରକାର ର ରାସୟାନିକ ପଦାର୍ଥ ଭାରି ରହିଥାଏ |ତେଣୁ ନଡ଼ିଆ ତେଲୁ କୁ ଘରେ ତିଆରି କରିପାରିଲେ ତାହାର ଉନ୍ନତ ଧରଣ ର ବ୍ୟବହାର ହୋଇପାରିବ |

ଏହାକୁ ୨ ଟି ଉପାୟ ରେ ତିଆରି କରାଯାଇପାରିବ :

ପ୍ରଥମ ଉପାୟ :


୧)ଏକ ପାକଳ ନଡ଼ିଆ ର ବ୍ୟବହାର କରନ୍ତୁ|


୨)ନଡ଼ିଆ କରନି ବା ଛୁରୀ ଦ୍ୱାରା ;ପାକଳ ନଡ଼ିଆ କୁ ଛଡାନ୍ତୁ ଏବଂ ତାଙ୍କୁ ଖଣ୍ଡ ଖଣ୍ଡ କରି କାଟି ଦିଅନ୍ତୁ |


୩)ତାକୁ ଗ୍ରାଇଂଡର ସାହାଯ୍ୟ ରେ ଆବଶ୍ୟକ ଅନୁଯାୟୀ ପାଣି ଦେଇ ଭଲ ଭାବେ ବାଟି ଦିଅନ୍ତୁ |

୪)ଏହି ମିଶ୍ରଣ କୁ ଭଲ ଭାବେ ଏକ କପଡା ସାହାଯ୍ୟ କାଚ ଡବା ରେ ଛାଣି ରଖନ୍ତୁ |ଛାଣି ସରିଲା ପରେ ବଳକା ନଡ଼ିଆ କୁ ପୁନର୍ବାର ଵାଟନ୍ତୁ |ଏବଂ ତାକୁ ମଧ୍ୟ ଛାଣି ରଖନ୍ତୁ |


୫)ଏହି ପରି ସମସ୍ତ ନଡ଼ିଆ ବ୍ୟବହାର ହେବ ଯାଏ ଏହି ପ୍ରକ୍ରିୟା ଅବଲମ୍ବନ କରନ୍ତୁ |


୬)ଏହାକୁ ୨୪ ଘଣ୍ଟା ଛାଡ଼ିଦିଅନ୍ତୁ |


୭)ଏହା ପରେ ତେଲ ଆଉ ନଡ଼ିଆ ଅଲଗା ହୋଇ ଉପରେ ଦହି ପରି ଏକ ପରତ ଜମି ଯାଇଥିବା |ତାହାକୁ ଭଲ ଭାବେ କାଢିଦିଆନ୍ତୁ |


୮)ଏବେ ବଳକା ଯାହା ରହିବ ସେଇଟା କେବଳ ଶୁଦ୍ଧ ମରା ନଡ଼ିଆ ତେଲ |

ଦ୍ଵିତୀୟ ଉପାୟ :


୧)ପ୍ରଥମ ଏକ ପାତ୍ର ରେ ବାମ୍ଫ ହେଲା ଯାଏ ପାଣି ଗରମ କରନ୍ତୁ |


୧)ଏକ ପାକଳ ନଡ଼ିଆ ନେଇ ତାକୁ ଭଲ ଭାବରେ ଛଡେଇ ତା ମାଂସ କୁ କୋରି ଦିଅନ୍ତୁ |


୩)କୋରା ନଡ଼ିଆ ଓ ଗରମ ପାଣି କୁ ବାଟି ଦିଅନ୍ତୁ |ବାଟିବା ଲାଗି ଗ୍ରାଇଂଡର ବ୍ୟବହାର କରୁଥିଲେ ଢାଙ୍କୁଣୀ କୁ ଭଲ ଭାବେ ଧରି ଗ୍ରାଇଣ୍ଡ କରନ୍ତୁ |

୪)ମିଶ୍ରଣ କୁ ଭଲ ଭାବେ ଚିପୁଡ଼ି ଛାଣି ରଖନ୍ତୁ |ଅଧିକ ଛାଣିବା ଲାଗି ଗରମ ପାଣି ଦେଇ ମିଶ୍ରଣ ଛାଣନ୍ତୁ |


୫)ଛଣା ହେଇଥିବା ମିଶ୍ରଣ କୁ ପୁନର୍ବାର ଗରମ କରନ୍ତୁ |ମିଶ୍ରଣ ଫୁଟିବା ଯାଏ ଅପେକ୍ଷା କରନ୍ତୁ ଏବଂ ତାକୁ ଧୀରେ ଧୀରେ ମରାନ୍ତୁ |ଏହି ପ୍ରକ୍ରିୟା ପ୍ରାୟ ୧ ଘଣ୍ଟା ଲାଗି ପରେ |
ନଚେତ ଛଣା ହୋଇଥିବା ମିଶ୍ରଣ କୁ ଏକ ପାତ୍ର ରେ ରଖି ପ୍ଲାଷ୍ଟିକ ଜାରି ସାହାଯ୍ୟରେ ଘୋଡାଇ ଦିଅନ୍ତୁ ଏବଂ ୨୪ ଘଣ୍ଟା ଯାଏ ରଖନ୍ତୁ |ପରେ ଏହାକୁ ଥଣ୍ଡା ହେବା ଲାଗି ଫ୍ରିଜ ରେ ରଖନ୍ତୁ |ଏମିତି କଲେ ତେଲ ଜମିକି ଉପରେ ଏକ ପରତ କରିଥାଏ ଯାହାକୁ ପରେ କାଢି ଅଲଗା କରି ହେବ |

 

ନଡ଼ିଆ ତେଲ ର ଉପକାରିତା ଜାଣିବା ଲାଗି ଏଠାରେ କ୍ଲିକ କରନ୍ତୁ ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)