1. ଉଦ୍ୟାନ କୃଷି

ନଡ଼ିଆ ତେଲ ହୋଇପାରେ ସଂଜୀବନୀ...

ନଡ଼ିଆ ତେଲ ର ବିଭିନ୍ନ ଉପକାରିତା ରହିଛି |ଭାରତ ର ବିଭିନ୍ନ ସ୍ଥାନ ରେ ଏହାକୁ ରୋଷେଇ କରିବା ଲାଗି ବ୍ୟବହାର ମଧ୍ୟ କରାଯାଏ |ସେହିପରି ଏହାକୁ କଟା ଘା ,ଖଣ୍ଡିଆ ,ବିନ୍ଧା ଇତ୍ୟାଦି ରେ ଲଗାଇଲେ ଦରଜ କମିଥାଏ| ଏହା ବ୍ୟତୀତ ଏଥିରେ କବକ ରୋଧକ ଏବଂ କୀଟାଣୁ ରୋଧକ ଶକ୍ତି ମଧ୍ୟ ରହିଛି |ତେଣୁ ଏହି ତେଲ କୁ ଦେହ ରେ ମାଲିସ କଲେ ତ୍ୱଚା ଭଲ ରହିଥାଏ |ମାତ୍ର ବଜାରରେ ମିଳୁଥିବା ବିଭିନ୍ନ କମ୍ପାନୀ ର ନଡ଼ିଆ ତେଲ ପ୍ରକୃତ ରେ ଅସଲି ହୋଇନଥାଏ |ଏଥିରେ ବିଭିନ୍ନ ପ୍ରକାର ର ରାସୟାନିକ ପଦାର୍ଥ ଭାରି ରହିଥାଏ |ତେଣୁ ନଡ଼ିଆ ତେଲୁ କୁ ଘରେ ତିଆରି କରିପାରିଲେ ତାହାର ଉନ୍ନତ ଧାରଣ ର ବ୍ୟବହାର ହୋଇପାରିବ |

KJ Staff
KJ Staff

ନଡ଼ିଆ ତେଲ ର ବିଭିନ୍ନ ଉପକାରିତା ରହିଛି |ଭାରତ ର ବିଭିନ୍ନ ସ୍ଥାନ ରେ ଏହାକୁ ରୋଷେଇ କରିବା ଲାଗି ବ୍ୟବହାର ମଧ୍ୟ କରାଯାଏ |ସେହିପରି ଏହାକୁ କଟା ଘା ,ଖଣ୍ଡିଆ ,ବିନ୍ଧା ଇତ୍ୟାଦି ରେ ଲଗାଇଲେ ଦରଜ କମିଥାଏ|


ଏହା ବ୍ୟତୀତ ଏଥିରେ କବକ ରୋଧକ ଏବଂ କୀଟାଣୁ ରୋଧକ ଶକ୍ତି ମଧ୍ୟ ରହିଛି |ତେଣୁ ଏହି ତେଲ କୁ ଦେହ ରେ ମାଲିସ କଲେ ତ୍ୱଚା ଭଲ ରହିଥାଏ |ମାତ୍ର ବଜାରରେ ମିଳୁଥିବା ବିଭିନ୍ନ କମ୍ପାନୀ ର ନଡ଼ିଆ ତେଲ ପ୍ରକୃତ ରେ ଅସଲି ହୋଇନଥାଏ |ଏଥିରେ ବିଭିନ୍ନ ପ୍ରକାର ର ରାସୟାନିକ ପଦାର୍ଥ ଭାରି ରହିଥାଏ |ତେଣୁ ନଡ଼ିଆ ତେଲୁ କୁ ଘରେ ତିଆରି କରିପାରିଲେ ତାହାର ଉନ୍ନତ ଧରଣ ର ବ୍ୟବହାର ହୋଇପାରିବ |

ମରା ନଡ଼ିଆ ତେଲ ର ଉପକାରିତା :
୧)ତ୍ୱଚା କୁ ସୂର୍ଯ୍ୟଙ୍କର ଅତିବାଇଗଣୀ ରଶ୍ମି ରୁ ଶତକଡା ୯୦ ଭାଗ ସୁରକ୍ଷା ଦେଇଥାଏ ନଡ଼ିଆ ତେଲ |


୨)ରୋଷେଇ କଲାବେଳେ ଏହାକୁ ବ୍ୟବହାର କଲେ ବା ଏହି ତେଲ ରେ ଛାଣିଲେ ଖାଦ୍ୟ ର ସ୍ୱାଦ ଉତ୍ତମ ହେବ ସହ ଏହା ମେଧାବହୁଳ ରୁ ମଧ୍ୟ ରକ୍ଷା କରିଥାଏ |


୩)ଏହା ଦାନ୍ତ ବିନ୍ଧା ଏବଂ ପୋକଡା ଦାନ୍ତ ରୁ ବହୁ ମାତ୍ର ରେ ସୁରକ୍ଷା ଦେଇଥାଏ |


୪)ଏକଜେମା ବା କୁଣ୍ଡିଆ ହୋଇଥଲେ ,ମରା ନଡ଼ିଆ ତେଲ ସେଥିରୁ ଲାଘବ ଦେଇଥାଏ |

୫) ହାତ ,ଗୋଡ ଇତ୍ୟାଦି ତ୍ୱଚା ଫାଟିଥିଲେ ବା ଶୁଷ୍କ ହୋଇଥିଲେ ,ଏହାକୁ ଲଗାଇପାରିବେ |ଏହା ତ୍ୱଚା ରୁ ଜଳୀୟ ଅଂଶ ସୁଖିବାକୁ ଦେଏ ନାହିଁ |


୬)କବକ ଏବଂ କୀଟାଣୁ ରୋଧକ ଶକ୍ତି ଥିବାରୁ ,ଏହାକୁ ବ୍ୟବହାର କଲେ ବିଭିନ୍ନ ରୋଗ ରୁ ମୁକ୍ତି ମିଳିଥାଏ |


୭)ଏହା ଶରୀରରେ ହିତକାରୀ କଲେଷ୍ଟେରୋଲ ମାତ୍ର କୁ ବଢ଼ାଇ ଥାଏ ତେଣୁ ମେଧାବହୁଳ ପରି ସମସ୍ୟା ଦେଖାଯାଏ ନାହିଁ |


୮)ସୁଗାର ଫ୍ରି ଡାର୍କ ଚକଲେଟ ତିଆରି କରିବା ଲାଗି ଏହା ଏକ ଉତ୍ତମ ସାମଗ୍ରୀ |

୯)କେଶ ଲମ୍ବା ଏବଂ ସର୍ବଦା କଳ ରଖିବା ଲାଗି ସ୍ୟାମ୍ପୋ କଳ ପରେ ଅଳ୍ପ ନଡ଼ିଆ ତେଲ ଲଗାନ୍ତୁ |


୧୦)ନବଜାତ ଶିଶୁଙ୍କୁ ନଡ଼ିଆ ତେଲ ରେ ମାଲିସ କଲେ ତାଙ୍କର ସ୍ୱାସ୍ଥ୍ୟ ଉନ୍ନତି ହେବ ସଂଗେ ଶୀଘ୍ର ଓଜନ ବଢିଥାଏ |


୧୧)ଏହାକୁ ତ୍ୱଚା ରେ ଲଗାଇଲେ ମାସ କାମୁଡିବା କମିଥାଇ ବୋଲି ପରୀକ୍ଷା କରି ଦେଖାଯାଇଛି |


୧୨ ) ଏକ ଭାଗ ନଡ଼ିଆ ତେଲ କୁ ୧ ଭାଗ ସୋଡ଼ା ସହ ମିଶାଇ ଦାଗ ଲାଗିଥିବା ସ୍ଥାନ ରେ ଲଗାନ୍ତୁ |୫ ମିନିଟ ପରେ ତାକୁ ପୋଛି ଦିଅନ୍ତୁ |ଦାଗ ଛାଡ଼ିଯିବ |

୧୩) ଏହା ବିନ୍ଧା ବା ଫୁଲି ଥିବା ଜାଗାରେ ବ୍ୟବହାର କଲେ ଶୀଘ୍ର କଷ୍ଟ ଲାଘବ ହୁଏ |


୧୪)ଏହାକୁ ବ୍ୟାହର କରି ପ୍ରାକୃତିକ ଡିଓଡ୍ରାଣ୍ଟ ତିଆରି କରିପାରିବେ |


୧୫)ଆରଥ୍ରାଇଟିସ ପରି ସମସ୍ୟା ଥିଲେ ଏହାକୁ ନିଶ୍ଚିନ୍ତ ବ୍ୟବହାର କରନ୍ତୁ |

କାଲି ପ୍ରକାଶ ପାଇବ କେମିତି କରିବେ "ଘର ତିଆରି ନଡ଼ିଆ ତେଲ" ..

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments