1. ଉଦ୍ୟାନ କୃଷି

ଶୀତ ଦିନରେ ଥଣ୍ଡା ଧରୁଛି କି???

ଶୀତଦିନେ ପିଲା ଠାରୁ ବଡ଼ ସମସ୍ତେ ଥଣ୍ଡା ରୋଗରେ ଆକ୍ରାନ୍ତ ହୋଇଥାନ୍ତି।ଏ ବାବଦରେ ସଚେତନ ରହିବା ସତ୍ବେ ଥଣ୍ଡା ସଂକ୍ରମଣରେ ରକ୍ଷା ପାଇବା ସହଜ ହୋଇନଥାଏ ।ତେବେ ଔଷଧ ଖାଇବା ପୂର୍ବରୁ କେତୋଟି ଘରୋଇ ଉପଚାର କରିନେଲେ ଭଲ ...

KJ Staff
KJ Staff

ଶୀତଦିନେ ପିଲା ଠାରୁ ବଡ଼ ସମସ୍ତେ ଥଣ୍ଡା ରୋଗରେ ଆକ୍ରାନ୍ତ ହୋଇଥାନ୍ତି।ଏ ବାବଦରେ ସଚେତନ ରହିବା ସତ୍ବେ ଥଣ୍ଡା ସଂକ୍ରମଣରେ ରକ୍ଷା ପାଇବା ସହଜ ହୋଇନଥାଏ ।ତେବେ ଔଷଧ ଖାଇବା ପୂର୍ବରୁ କେତୋଟି ଘରୋଇ ଉପଚାର କରିନେଲେ ଭଲ ...

- ସକାଳୁ ନାକ ବନ୍ଦ ହୋଇ ବାରମ୍ବାର ଛିଙ୍କ ହେଉଥିଲେ ,ପ୍ରଥମେ ମିଶ୍ରି ,ତେଜପତ୍ର ଫୁଟା ଉଷୁମ ପାଣି ପିଅନ୍ତୁ।ପରେ ଜଳଖିଆ ଖାଇବା ଉଚିତ୍ ।ଏହି ଉଷୁମ ପାଣି ଶରୀର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଥଣ୍ଡା ରୁ ରକ୍ଷା କରେ।

- ମହୁ,ଆୟୁର୍ବେଦ ରେ ଅମୃତ ଭାବେ ବର୍ଣ୍ଣିତ ହୋଇଛି ।ସୁଦ୍ଧା ମହୁ ପିଲାଙ୍କୁ ଖୋଇବା ଖୁବ୍ ହିତକାରୀ। ଅନ୍ୟପାଖେ ଶୀତଦିନେ ରତିବେଲ ଭୋଜନ ପରେ ୧ ଗ୍ଲାସ୍ ନଖ ଉଷୁମ ଖିରରେ ୧ ଚାମଚ ସୁଦ୍ଧା ମହୁ ମିଶାଇ ପିଇଲେ ତାହା ଥଣ୍ଡରୁ ରକ୍ଷା କରେ।ଯୁବାବର୍ଗ ଓ ବୟସ୍କ ନିୟମିତ ଭାବେ ଏଇ ପାନୀୟ ପିଇଲେ ହଜମ ଶକ୍ତି ମଧ୍ୟ ଭଲଭାବେ ବୃଦ୍ଧି ହୁଏ ।

- ପ୍ରାୟେ ୫ ହଜାର ବର୍ଷ ପୂର୍ବେ ହିଁ ଅଁଳାର ବ୍ୟବହାର ହୋଇଥିବାର ବିଶେଷଜ୍ଞ ଦଳ ପ୍ରକାଶ କରିଛନ୍ତି ।ଥଣ୍ଡା,ଚିଙ୍କ କବଳରୁ ରକ୍ଷା ପାଇବାକୁ ଚାହୁଁଥିଲେ ସକାଳ ଓ ସନ୍ଧ୍ୟାରେ ଅଁଳା ଫଳ ଖାଆନ୍ତୁ।ନଚେତ୍ ଅଁଳା ଗୁଣ୍ଡ ମଧ୍ୟ ନଖ ଉଷୁମ ପାଣିରେ ଖାଇଲେ ତାହାର ଉତ୍ତମ ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡ଼େ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments