Krishi Jagran odia
Menu Close Menu

ମଟର ରୁ ଲାଭ (ଦ୍ଵିତୀୟ ଭାଗ )

Saturday, 02 February 2019 12:50 PM

କାଲି ପ୍ରକାଶ ପାଇଥିବା ମଟର ରୁ ଲାଭ ର ଅବଶିଷ୍ଟାଂଶ ଏଠାରେ ପଢନ୍ତୁ

ଖାତା ସାର:

ଶେଷ ଓଡ ଚାଷ ସମୟରେ ଏକର ପ୍ରତି ରୁ ୧୦ ଟନ ଗୋବର ଖତ ମାଟିରେ ମିଶାଇ ଦେବା ଆବଶ୍ୟକ |

ଏକର ପ୍ରତି ୨୦ ରୁ ୨୪ କି.ଗ୍ରା ଯବକ୍ଷାରଜାନ ୩୧ କି.ଗ୍ରା ଫସଫରସ ଏବଂ ୩୧ କି.ଗ୍ରା ପୋତାସ ସାର ଆବଶ୍ୟକ |ମଞ୍ଜି ଲଗାଇବା ସମୟରେ ସମସ୍ତ ପୋତାସ ଏବଂ ଫାସଫାର୍ସ ସହ ଅଧା ଯବକ୍ଷାରଜାନ ମାଟିରେ ମିଶାଇ ଦିଅନ୍ତୁ  ଏବଂ ୨୫ ରୁ ୩୦ ଦିନ ପରେ ବାକି ତାଙ୍କ ଯବକ୍ଷାରଜାନ ପ୍ରୟୋଗ କରିବା ଉଚିତ |

 

ମଞ୍ଜି ଲଗାଇବା ଦୂରତା :

ଧାଡିକୁ ଧାଡି ୨୦ ରୁ ୨୫ ସେ.ମି ଏବଂ ଗଛ କୁ ଗଛ ୧୦ ସେ.ମି ଦୂରତାରେ ମଞ୍ଜି ଲଗାଇବା ଆବଶ୍ୟକ |

ଆନ୍ତଚାଷ :

ମଞ୍ଜି ଲଗାଇବା ପୂର୍ବରୁ ପ୍ରତି ଏକର ୮୦୦ ମି .ଲି ପେଣ୍ଡିମେଥାଲୀନ  କୁ ୪୦୦ ରୁ ୫୦୦ ଲିଟର ପାଣିରେ ମିଶାଇ ମାଟିରେ ସିଞ୍ଚନ କଲେ ଅନାବନା ଘାସ ଉଠେ ନାହିଁ |ଯଦି ପରେ ଘାସ ପଦରୁଭାବ ଦେଖାଯାଏ ତେବେ ତାକୁ ହାତରେ ଉପାଡି ଗଛ ମୂଳକୁ ସାମାନ୍ୟ ଅତି ଟେକି ଦିଅନ୍ତୁ |

ଅମଳ :

ବ୍ୟଜ୍ଞାନିକ ପଦ୍ଧତି ଅବଲମ୍ବନ କଲେ ହେକ୍ଟର ପ୍ରତି ୮୦ ରୁ ୧୦୦ କୁଇଣ୍ଟାଲ  ପର୍ଯ୍ୟନ୍ତ ଅମଳ ମିଳିପାରିବ |

 

Share your comments


CopyRight - 2019 Krishi Jagran Media Group. All Rights Reserved.