1. ଉଦ୍ୟାନ କୃଷି

ଚମତ୍କାରୀ ହଳଦୀ

ଓଡ଼ିଶାରେ ଘରେ ଘରେ ପରିଚିତ ହଳଦୀ |ହଳଦୀ ମୁଖ୍ୟତ ଔଷଧୀୟ ଗୁଣ ଲାଗି ସୁପରିଚିତ |ମୁହଁରେ ଫେସ ପ୍ୟାକ ପରି ବ୍ୟବହୃତ ହେବ ସାଙ୍ଗରେ ଏହା ବହୁ ପୁରାତନ କାଳରୁ କବକ ରୋଧକ ଏବଂ କୃମି ରୋଧକ ଭାବେ ବ୍ୟବହାର ହେଇ ଆସୁଛି

KJ Staff
KJ Staff

ଓଡ଼ିଶାରେ ଘରେ ଘରେ ପରିଚିତ ହଳଦୀ |ହଳଦୀ ମୁଖ୍ୟତ ଔଷଧୀୟ ଗୁଣ ଲାଗି ସୁପରିଚିତ |ମୁହଁରେ ଫେସ ପ୍ୟାକ ପରି ବ୍ୟବହୃତ ହେବ ସାଙ୍ଗରେ ଏହା ବହୁ ପୁରାତନ କାଳରୁ କବକ ରୋଧକ ଏବଂ କୃମି ରୋଧକ ଭାବେ ବ୍ୟବହାର ହେଇ ଆସୁଛି |ଖାଦ୍ୟ ପ୍ରସ୍ତୁତି ରେ ହଳଦୀ ଗୁଣ୍ଡ ର ବ୍ୟବହାର ନ ହେଲେ ସେ ଖାଦ୍ୟ ପ୍ରସ୍ତୁତି ସର୍ବଦା ଅସମ୍ପୂର୍ଣ୍ଣ ଲାଗିଥାଏ |କନ୍ଧମାଳ ହଳଦୀ ମଧ୍ୟ ଦେଶ ବିଦେଶ ରେ ଖୁବ ପ୍ରସିଦ୍ଧ |ସେହିପରି ହଳଦୀ ପତ୍ର ରେ ତିଆରି ଏଣ୍ଡୁରି ପିଠା ବେଶ ସୁନାମ ଅର୍ଜନ କରିଛି |ତେବେ ଓଡିଶା ର ପାଣିପାଗ ହଳଦୀ ଚାଷ ଲାଗି ଅନୁକୂଳ |

ଚାଷ ପ୍ରଣାଳୀ :
ପହିଲି ବର୍ଷ ପରେ ଜମିକୁ ୪ ରୁ ୫ ଥର ଓଡ଼ ଚାଷ କରି ମାଟି ଗୁଣ୍ଡ କରାଯାଏ |ଏହାପରେ ୩ ଫୁଟ ଓସାର,୬ ଇଞ୍ଚ ଉଚ୍ଚତା ,ଓ ସୁବିଧା ଅନୁସାରେ ଲମ୍ବା ରଖି ୧ ଫୁଟ ବ୍ୟବଧାନ ରେ ପଟାଳିମାନ କରାଯାଏ |


ବିହନ ପରିମାଣ ଓ ବିଶୋଧନ :
୧ ଏକର ଜମି ପାଇଁ ୮ ରୁ ୧୦ କୁଇଣ୍ଟାଲ ଖଣ୍ଡହଳଦୀ ଦରକାର ହୁଏ |ଏହି ଖଣ୍ଡ ଗୁଡିକ ଶତକଡା,୦.୨୫ ଶେରେସନ ସେଚିତ ଦ୍ରବଣରେ ବିଶୋଧାନ କରାଯାଏ ଛାଇରେ ଶୁଖାଯାଏ ଓ ପରେ ଲଗାଯାଏ |


କିସମ :ରୋମ ,ସୁରମା ,ରଙ୍ଗ ,ରଶ୍ମି କିସମର ହଳଦୀ ଓଡିଶା ପାଣିପାଗ ରେ ଭଲ ଅମଳ ଦେଇଥାନ୍ତି |

ଖାଦ୍ୟ ପରିଚାଳନା :ଶେଷ ଓଡ଼ ଚାଷ ବେଳେ ଏକର ପିଛା ପ୍ରାୟେ ୧୦ ଗାଡି ଖତ ଦିଆଯାଏ |ହଳଦୀ ଖଣ୍ଡ ଲାଇଲାବେଳେ ଏକର ପିଛା ୧୨ କି.ଗ୍ରା ଫସଫରସ ,୧୮ କି.ଗ୍ରା ପଟାସ ଜାତୀୟ ସାର ଦିଆଯାଏ|ଲଗାଇବାର ୪୫ ଦିନ ପରେ ଏକର ପିଛା ୧୨ କି.ଗ୍ରା ଯବକ୍ଷାରଜାନ ଦେବାକୁ ପଡେ |ଲଗାଇବାର ୯୦ ଦିବା ଏକର ପ୍ରତି ୧୨କି.ଗ୍ରା ପଟାସ ସାର ଦେଇ ହୁଡ଼ା ଟେକାଯାଏ| ଲଗାଇବା ପରଠାରୁ ମାଟିକୁ ତାଳପତ୍ର ବା ଘାସ ଦେଇ ଘୋଡାଯାଏ |


ଅମଳ:
ଲଗାଇବାର ୭ ରୁ ୧୦ ମାସ ମଧ୍ୟ ରେ ହଳଦୀ ଖୋଳିବା ପାଇଁ ଉପଯୁକ୍ତ ହୋଇଯାଏ|ଏକର ପିଛା ୮୦ ରୁ୧୦୦ କୁଇଣ୍ଟାଲ ହଳଦୀ ଅମଳ ହୁଏ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments