୧) ପ୍ରତି ୧୬ ଧାଡ଼ି ରେ ଗୋଟିଏ ଧାଡ଼ି ଗେଂଡୁ ଫୁଲ ଗଛ କୁ ଯଦି ଟମାଟୋ,ବାଇଗଣ ଏବଂ ଲଙ୍କା ଚାଷ କରୁଥିବା ବିଲରେ ଲଗାଯାଏ ,ତେବେ ମୁଖ୍ୟ ଫସଲଗୁଡିକ ଫଳ ଓ କାଣ୍ଡ ବିନ୍ଧା ତଥା ପତ୍ରସୁଡ଼ଙ୍ଗି ପୋକ ଏବଂ ଜୀବାଣୁ ଜନିତ ଝାଉଁଳା ରୋଗ ରୁ ରକ୍ଷା ମିଳିପାରିବ। ଏହାଦ୍ବାରା ମାଟି ରେ ଥିବା ଅନିଷ୍ଟକାରୀ ସୁତ୍ରକୃମି ମଧ୍ୟ ନଷ୍ଟ ହୋଇଯାନ୍ତି ।
୨) କୋବି ଚାଷ କରୁଥିବା ଚାଷୀ ଭାଇ ମାନେ ,ପ୍ରତି ୨୫ ଟି ଧାଡି କୋବି ମଝିରେ ୨ ଧାଡି ଷୋରିଷ ଗଛ ଲଗାଇବା ଉଚିତ୍।ପ୍ରଥମ ଧାଡି ଷୋରିଷକୁ କୋବି ଲଗାଇବାର ୧୫ ଦିନ ପୂର୍ବରୁ ଏବଂ ଅନ୍ୟଟି କୋବି ଲଗାଇବାର ୧୫ ଦିନ ପରେ ଲଗାନ୍ତୁ।ଏହା ଫଳରେ ,କୋବି ଫସଲକୁ ହୀରା ପିଠିଆ ପ୍ରଜାପତି ପୋକ ଦାଉରୁ ରକ୍ଷା କରିହେବ।
୩) ଅମୃତଭଣ୍ଡା ଫସଲକୁ ଧଳାମାଛି ଓ ଅନ୍ୟାନ୍ୟ ଶୋଷକ କିଟ ତଥା ଭୂତଙ୍କୁଜନିତ ରୋଗଗୁଡିକରୁ ରକ୍ଷା କରିବା ପାଇଁ ବଗିଚାର ଚତୁର୍ପାଶ୍ୱରେ ଜଡା ବା ଅଗସ୍ତି ଗଛ ଲଗାଇବା ଉଚିତ୍ ।
୪) ବାଇଗଣ,ଟମାଟୋ ଭେଣ୍ଡି ତଥା ଲଙ୍କା ଫସଲଗୁଡିକ ଅଷ୍ଟପଦୀ, ଅନ୍ୟାନ୍ୟ ଶୋଷକ ଏବଂ ଛେଦକ କିଟ ସମୂହରୁ ରକ୍ଷା କରିବାପାଇଁ ,ରୋପଣ ବା ମଞ୍ଜି ଲଗାଇବା ଆଗରୁ ଏକର ପ୍ରତି ୧୦୦ କେଜି ନିମପିଡିଆ ମାଟିରେ ମିଶାଜିବା ଉଚିତ୍ ତଥା ୪ % ନିମା ମଞ୍ଜିରସକୁ ୧୫ ଦିନ ବ୍ୟବଧାନରେ ଗଛ ଲଗାଇବାର ୩୦ ଦିନ ମଧ୍ୟରେ ଏବଂ ୬୦ ଦିନ ପରେ ପ୍ରୟୋଗ କରାଯିବ ବିଧେୟ।
୫) ଗୋବର ଘଷିକୁ ଜାଳି ସାରିବାପରେ,ଏହାର ପାଉଁଶ କୁ କାଖରୁଜାତିୟ ଲତା ଫସଲ ,ଲଙ୍କା ଇତ୍ୟାଦି ଫସଲ ରେ ଦେଲେ ଶୋଷକ,ଛେଦକ୍,ଏବଂ ଅଷ୍ଟପଦି ପୋକ ଲାଗନ୍ତି ନାହିଁ।
୬) ସଦ୍ୟ ଗୋମୁତ୍ରକୁ ୧:୪ ଅନୁପାତରେ ପାଣି ରେ ମିଶାଇ ପନିପରିବା ଫସଲରେ ଲଗାଇବାର ୧୫ ଦିନ ପରେ ଏବଂ ୧୫ ଦିନ ବ୍ୟବଧାନରେ ଅଧିକଥର ସିଂଚନ କଲେ କବକ/ ଫିମ୍ପି ଜନିତ ପତ୍ରପୋଡା,ପତ୍ରମୋଚା,ଏବଂ ଫଳ ପଚା ରୋଗଗୁଡିକରୁ ମୁକ୍ତି ମିଳିଥାଏ।
୭) ୧ ଲିଟର ପାଣିରେ ୧ ଗ୍ରାମ ହେଂଗୁ ଏବଂ ୧ ଗ୍ରାମ ହଳଦୀ ମିଶାଇ ଗଛପତ୍ର ୫୦ ମି.ଲି ହିସାବରେ ଚେରମୂଳରେ ଫୁଲ ଆସିବାର ୭ ରୁ ୧୨ ଦିନ ମଧ୍ୟ ପ୍ରୟୋଗ କଲେ ଜୀବାଣୁଗୁଡ଼ିକ ଝଉଁଳା ରୋଗରୁ ବାଇଗଣ, ଟମାଟୋ ଏବଂ ଲଙ୍କା ଫସଲକୁ ରକ୍ଷା କରାଯାଇପାରିବ।
୮) ପତ୍ର ଝଡିଯାଇଥିବା ଶୁଖିଲା ତାଳଗୁଡିକ କୁ ଏକରକୁ ୧୦ ଟି କରି ପନିପରିବା ଫସଲ ଜମିରେ ପୋତିଲେ ପକ୍ଷୀମାନେ ଏଥିରେ ବସି ପୋକ ଖାଇଥାନ୍ତି ଏବଂ ଫସଲର ଅମଳ ବୃଦ୍ଧି ଘଟିଥାଏ।
୯) ପନିପରିବା ଫସଲ ଗଛଗୁଡ଼ିକ ମୂଳ ରେ ଥିବା ବୁଢା ଏବଂ ରୋଗ ପତ୍ରକୁ କାଟି ବହାର କରିଦେଲେ ବିଭିନ୍ନ ପ୍ରକାର କବକ ଜନିତ ରୋଗ ଦାଉରୁ ଫସଲକୁ ରକ୍ଷା କରି ହୁଏ ।
୧୦) ୧୦୦ ଗ୍ରାମ ଧୂଆଁ ପତ୍ର କିମ୍ବା ୧୦୦ ଗ୍ରାମ ସେବତୀ ଫୁଲ ଗଛ ପତ୍ରକୁ ୧ ଲିଟର ପାଣିରେ ସିଝାଇବା ପରେ ଏହାର ତରଳକୁ ୨୦୦ ଲିଟର ପାଣିରେ ଗୋଳାଇ ଏକ ଏକରରେ ଲଗାଯାଇଥିବା କଖାରୁ ଜାତୀୟ କିମ୍ବା ଶାଗ ଜାତୀୟ ଫସଲ ରେ ସିଂଚନ କରିବା ଦ୍ୱାରା ଛେଦକ କିଟ ଗୁଡ଼ିକ ଦାଉରୁ ଫସଲକୁ ରକ୍ଷା କରାଯାଇପାରିବ ।
୧୧) ଖରାଟିଆ ଗଭୀର ଚାଷ କରି ମାଟିକୁ ଓଳଟ ପାଲଟ କରାଗଲେ ଏବଂ ଏକର ପ୍ରତି ୧୦୦ କି. ଗ୍ରା ନିମପିଡିଆ ଫସଲ ଲଗାଇବାର ପୂର୍ବରୁ ମାଟିରେ ମିଶାଗଲେ,ମାଟିରେ ଥିବା ଅନିଷ୍ଟକାରୀ ସୁତ୍ରକୃମି ଗୁଡ଼ିକ ନଷ୍ଟ ହୋଇଯାନ୍ତି ଏବଂ ଫସଲ ଅମଳ ବୃଦ୍ଧି ପାଇଥାଏ ।
ଉପସଂହାର:
ପରିବେଶ ପ୍ରିୟ ତଥା ସ୍ୱଳ୍ପ ଖର୍ଚ୍ଚ ଯୁକ୍ତ ଏହି ଉପାୟଗୁଡିକ କୃଷକ ଭାଇ ଏବଂ ଭଉଣୀ ମାନଙ୍କୁ ଚାଷ କ୍ଷେତ୍ର ରେ ପ୍ରୟୋଗ କରି ଏହାର ଉପାଦେୟତା ସମ୍ବନ୍ଧରେ ନିଶ୍ଚିତ ହେବା ଉଚିତ୍।ଏହି ଉପାୟଗୁଡିକ ବହୁଳ ବ୍ୟବହାର ତଥା ସଂପ୍ରସାରଣ ହେବ ଦ୍ୱାରା ନା କେବଳ ପରିବେଶ ସୁସ୍ଥତା ବଢିବା ଏହା ସଙ୍ଗେ ସଙ୍ଗେ ଅନିଷ୍ଟକାରୀ ଅନୂଜୀବ ଏବଂ କିଟ ଗୁଡ଼ିକର ପ୍ରାକୃତିକ ପରିଚାଳନା କରି ଫସଲ ଗୁଡ଼ିକୁ ସୁରକ୍ଷା ଦେଇ ପାରିବେ।ଏହି ପଦ୍ଧତି ଗୁଡ଼ିକୁ ସମନ୍ୱିତ ରୋଗ ଓ ପୋକ ପରିଚାଳନା ଏକ ବିକଳ୍ପ ଉପାୟ ଭାବରେ ସବୁ ସମୟରେ ଏବଂ ସବୁ ସ୍ଥାନରେ ଗ୍ରହଣ କରାଯାଇପାରିବ।
Share your comments