Horticulture

ଚାଲିଗଲା ବାତ୍ୟା ‘ଜୱାଦ’: ପାଣିରେ ଭାସୁଛି ପାଚିଲା ଧାନ, ଚିନ୍ତାରେ ଚାଷୀ !

ବାତ୍ୟା ଜୱାଦ ସିନା ଚାଲିଗଲା ହେଲେ ଚାଷୀକୂଳକୁ ଦେଇଗଲା ଦୁଃଖ । ଯାଇଛି ବାତ୍ୟା ଜଓ୍ବାଦ । ରାଜ୍ୟ ଉପରୁ ଟଳିଛି ବିପଦ । ହେଲେ ଏହାର ପ୍ରଭାବରେ ହୋଇଥିବା ଲଗାଣ ବର୍ଷା କିନ୍ତୁ ଚାଷୀଙ୍କୁ ଦେଇଯାଇଛି ଦୁଃଖ ।

07 December, 2021 3:51 PM IST By: Sudesna Nayak

ବାତ୍ୟା ଜୱାଦ ସିନା ଚାଲିଗଲା ହେଲେ ଚାଷୀକୂଳକୁ ଦେଇଗଲା ଦୁଃଖ । ଯାଇଛି ବାତ୍ୟା ଜଓ୍ବାଦ । ରାଜ୍ୟ ଉପରୁ ଟଳିଛି ବିପଦ । ହେଲେ ଏହାର ପ୍ରଭାବରେ ହୋଇଥିବା ଲଗାଣ ବର୍ଷା କିନ୍ତୁ ଚାଷୀଙ୍କୁ ଦେଇଯାଇଛି ଦୁଃଖ । ଅମଳ ସମୟରେ ବର୍ଷା ଯୋଗୁଁ ପାଣିରେ ଲୋଟୁଛି ସୁନାର ଫସଲ । ଧାନ ପରିବା ଚାଷ ସବୁ ନଷ୍ଟ ହୋଇଛି । ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଭାବେ ପରିଚିତ ଚାନ୍ଦବାଲି ବ୍ଲକର ଆରଡି, ଓଳଗ, ନାନ୍ଦପୁର, ସୁନ୍ଦରପୁର ଆଦି ପଞ୍ଚାୟତର ଶହଶହ ଏକର ଚାଷଜମିରେ ଏବେ ଆଣ୍ଠୁଏ ଉଚ୍ଚରେ ଲହଡି ଭାଙ୍ଗୁଛି ବର୍ଷା ଓ ଜୁଆରପାଣି । ବର୍ଷା ଛାଡିବା ପରେ ସୋମବାର ଚାଷୀମାନେ ପାଚିଲାଧାନକୁ ଅମଳ ପାଇଁ କ୍ଷେତରୁ ପାଣି ଛାଣି ଉଠାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ଆରଡି, ଶୀତଳପୁର, ପହଣା, ଭୂଇଁପୁର, ନାନ୍ଦପୁର, ସୁନ୍ଦରପୁର, ଖଟୁଆପାଟଣା, ପାରଡିଆ, କୁଳେଇପଦା, ଓଳଗ, ବୋଡକ, ଦୋହରାପାଟଣା ଆଦି ଗାଁରେ । ଏହି ଅଞ୍ଚଳର ବସବାସ କରୁଥିବା ଲୋକଙ୍କ ମଧ୍ୟରୁ ଶତପ୍ରତିଶତ ଖରିଫ ଓ ରବି ଧାନ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି । ହେଲେ ଚାଷ ଅମଳ ବେଳକୁ ଯେ ଏପରି ଦୁର୍ବିପାକ ଦେଖାଦେବ କେହି କେବେ ଭାବିନଥିଲେ ।

ଗତ ୨ବର୍ଷ ହେଲା ମହାମାରୀ କରୋନା ଯୋଗୁ ବାହାରେ ଚାକିରୀ ଛାଡି ଗାଁରେ ଅଧିକାଂଶ ଲୋକ ରହିବା ସହ ଚାଷ କରିବା ପାଇଁ ମନ ବଳାଇବା ସହ ବିଭିନ୍ନ କିସମର ବିହନ ଆଣିଥିଲେ। ଏହାସହ ବ୍ୟାଙ୍କ ଓ ବିଭିନ୍ନ ଫାଇନାନ୍ସ କମ୍ପାନୀରୁ ଋଣ ଆଣି ଚାଷ କରିଥିଲେ । ହେଲେ ଚାଷ ଆରମ୍ଭରୁ ପ୍ରଥମେ ବର୍ଷା ଅଭାବରୁ ଗଜାମରୁଡି ଦେଖାଦେଇଥିବାବେଳେ ପରବର୍ତ୍ତି ସମୟରେ ବାତ୍ୟା ପ୍ରଭାବରେ ଲୁଣାଢେଉ ମାଡି ଆସିବାରୁ ଧାନତଳି ନଷ୍ଟ ହୋଇଗଲା । ଏବେ ବାତ୍ୟାର ଅମଳଧାନ କ୍ଷେତରେ ଭାସିବା , ଯାହାକି ଚାଷୀମାନଙ୍କର ମେରୁଦଣ୍ଡକୁ ଦୋହଲାଇ ଦେଇଛି ।

ବାତ୍ୟା ଜୱାଦର ସିନା ପ୍ରଭାବ ରହିଲା ନାହିଁ ହେଲେ ବାଦଲଫଟା ବର୍ଷା ଯୋଗୁ କ୍ଷେତରେ ଅଣ୍ଟାଏ ଉଚ୍ଚର ବର୍ଷାପାଣି ଲହଡି ମାରୁଥିବାରୁ ଅମଳ ହେବାକୁ ପାଚିଲାଧାନ କେଉଁଠି ବୁଡି ରହି ପଚିଲାଣି ତ ଆଉ କେଉଁଠି ଗଜା ହେଲାଣି । ଏପରି ଚିନ୍ତାରେ ଚାଷୀ ନିଜର ଜୀବନ ଜୀବିକା କିପରି ପୋଷଣ କରିବ ଋଣ କିପରି ସୁଜି ମୁଣ୍ଡରେ ହାତ ଦେଇ ବସିଛି ।

ସ୍ଥଳଭାଗ ନ ଛୁଇଁ ଚାଲିଗଲା ବାତ୍ୟା । ଫସଲ ଉଜାଡ଼ିଦେଲା ଲଗାଣ ବର୍ଷା ।

ଫେରିଗଲା ଜୱାଦ, ଆଜିଠୁ ବଦଳିବ ପାଗ

ବାତ୍ୟା ଜୱାଦକୁ ନେଇ ଛାନିଆ ଚାଷୀ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)