1. କୃଷି ଖବର

ବାତ୍ୟା ଜୱାଦକୁ ନେଇ ଛାନିଆ ଚାଷୀ

ବାତ୍ୟା ଜୱାଦକୁ (Cyclone Jawad) ନେଇ ଚାଷୀଙ୍କ ଛାତିରେ ଛନକା ପଶିଛି । ନିଦ ଉଡେଇଲାଣି ଆସୁଥିବା ବାତ୍ୟା । ଖରା ବର୍ଷା ଶୀତରେ ସହି ଅମଳ କରିଥିବା ଫସଲ ସୁରକ୍ଷା ନେଇ ଚିନ୍ତାରେ ପଡିଛି ଚାଷୀ । ବା

Sudesna Nayak
Sudesna Nayak
Farmer in tension over possible cyclone jawad

Farmer in tension over possible cyclone jawad

ବାତ୍ୟା ଜୱାଦକୁ (Cyclone Jawad) ନେଇ ଚାଷୀଙ୍କ ଛାତିରେ ଛନକା ପଶିଛି । ନିଦ ଉଡେଇଲାଣି ଆସୁଥିବା ବାତ୍ୟା । ଖରା ବର୍ଷା ଶୀତରେ ସହି ଅମଳ କରିଥିବା ଫସଲ ସୁରକ୍ଷା ନେଇ ଚିନ୍ତାରେ ପଡିଛି ଚାଷୀ । ବାତ୍ୟା ଆଶଙ୍କା ନେଇ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢିଛି । କିଛି ଦିନ ପୂର୍ବରୁ ଅଦିନିଆ ବର୍ଷା ପ୍ରଭାବରେ ଚାଷୀଙ୍କ ଧାନ ସବୁ ନଷ୍ଟ ହୋଇଯାଇଥିଲା । ହେଲେ ଏବେ ବାତ୍ୟା ଦାଉ ସାଜିବା ପରି ଆସୁଛି । ବାତ୍ୟାରେ ପ୍ରଭାବରେ ଧାନ ସମ୍ପୁର୍ଣ୍ଣ ନଷ୍ଠ ହେବା ଚିନ୍ତା ଚାଷୀମାନଙ୍କ ନିଦ ହଜାଇ ଦେଇଛି ।

ବାତ୍ୟା ଜଓ୍ବାଦ (Cyclone Jawad)ମାଡି ଆସୁଛି । ସାମୁଦ୍ରିକ ବାତ୍ୟା ‘ଜୱାଦ’ ପ୍ରଭାବରେ ଆଜି (ଶନିବାର) ସକାଳୁ ପୁରୀ ସମେତ ଓଡ଼ିଶାର କେତେକ ଉପକୂଳବର୍ତ୍ତୀ ଜିଲ୍ଲାରେ ନିରବଚ୍ଛିନ୍ନ ବର୍ଷା ଆରମ୍ଭ ହୋଇଯାଇଛି ।

ଡିସେମ୍ବର ଶେଷ ସୁଦ୍ଧା ଧାନ ଅମଳ ହୋଇଥାନ୍ତା କିନ୍ତୁ ସମ୍ଭାବ୍ୟ ବାତ୍ୟା ସାଙ୍ଗକୁ ବର୍ଷା ହେବାର ସମ୍ଭାବନା ଥିବାରୁ ଧାନ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି । ତୁଣ୍ଡ ଝାଳ ମୁଣ୍ଡରେ ମାରି ସୁନାର ଫସଲ ଉଜୁଡି ଯିବାକୁ ବସିଛି । ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ନିଦ ଉଡାଇଲାଣି ବାତ୍ୟା ଜୱାଦ । ବାତ୍ୟାକୁ ନେଇ ସତର୍କ ସୂଚନା ପ୍ରଦାନ କରାଯାଇଛି ।

ଅପର ପକ୍ଷରେ ସମସ୍ତ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି ଯେ ବର୍ଷା ପୂର୍ବରୁ ଧାନ କାଟି ସୁରକ୍ଷିତ ସ୍ଥାନକୁ ନେଇ ଆସିବା ପାଇଁ । ଧାନ ସମ୍ପୂର୍ଣ୍ଣ ପାଚି ନଥିବାରୁ ଧାନକୁ କାଟିଲେ ତାହା ନଷ୍ଟ ହେବା ଥୟ । ଯାହାକୁ ମଣ୍ଡିରେ ମିଲର ମାନେ ନେବେନାହିଁ । ଫଳରେ ଚାଷୀ ହିଁ କ୍ଷତିଗ୍ରସ୍ଥ ହେବ । କିଛି କିଛି ସ୍ଥାନରେ ତରବରିଆ ହୋଇ ଚାଷୀ ଧାନ କାଟି ନେଉଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ଖାଲୁଆ ଜମିରେ ମଧ୍ୟ ପାଣି ଜମି ରହିଛି। ଯାହାକି ଧାନ କାଟିବା ସମ୍ଭବ ନୁହେଁ । ଏହି ସବୁ ସମସ୍ୟାକୁ ନେଇ ଚାଷୀ ଭଗବାନଙ୍କ ଭରଷାରେ ରହିଛି ।

ବାତ୍ୟାର ଗତି ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଥିବା ବେଳେ ଏଥିପାଇଁ ମୋଟ 14 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି କରାଯାଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ସାମୁଦ୍ରିକ ବାତ୍ୟା ‘ଜୱାଦ’: ପୁରୀରେ ଲଗାଣ ବର୍ଷା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments