1. ଉଦ୍ୟାନ କୃଷି

ବିଲାତି ବାଇଗଣ ର କେତେକ ସମସ୍ୟା ଓ ତାର ନିରାକରଣ

ବିଲାତି ବାଇଗଣ ଆମ ରାଜ୍ୟ ଏକ ଲୋକପ୍ରିୟ ଫସଲ |ଶୀତ ଦିନରେ ଏହାର ଉତ୍ପାଦନ ବେଶ ଭଲ ହୁଏ ଏବଂ ବଜାର ଚାହିଦା ବେଶ ଅଧିକ ଥାଏ |ଏହି ଫସଲକୁ ଆକ୍ରମଣ କରୁଥିବା କେତେକ ରୋଗ ଓ ତାର ନିୟନ୍ତ୍ରଣ ନିମ୍ନ ଲିଖିକ ପ୍ରକାର କାରାଯାଏ |

KJ Staff
KJ Staff
ବିଲାତି ବାଇଗଣ ଆମ ରାଜ୍ୟ ଏକ ଲୋକପ୍ରିୟ ଫସଲ |ଶୀତ ଦିନରେ ଏହାର ଉତ୍ପାଦନ ବେଶ ଭଲ ହୁଏ ଏବଂ ବଜାର ଚାହିଦା ବେଶ ଅଧିକ ଥାଏ |ଏହି ଫସଲକୁ ଆକ୍ରମଣ କରୁଥିବା କେତେକ ରୋଗ ଓ ତାର ନିୟନ୍ତ୍ରଣ ନିମ୍ନ ଲିଖିକ ପ୍ରକାର କାରାଯାଏ |

୧) ଫଳଫାଟିବା: ଜଳସେଚନ ଅନିୟମିତତା ଅର୍ଥାତ୍ ଫସଲ ଜମି ମାଟି ସମ୍ପୂର୍ଣ୍ଣ ଶୁଷ୍କ ହୋଇଯିବ ପରେ ହଠାତ୍ ବର୍ଷହେବ ବା ଅତ୍ୟଧିକ ଜଳସେଚନ କରିବା ;ଦିନ ରାତି ତାପମାତ୍ରାରେ ତାରତମ୍ୟ ଅର୍ଥାତ୍ ଦିନରେ ଉଚ୍ଚ ତାପମାତ୍ରା ଏବଂ ରାତିରେ କମ୍ ତାପମାତ୍ରା ଏବଂ ରାତିରେ କମ୍ ତାପମାତ୍ରା ହେବା ସହ ବାୟୁମଣ୍ଡଳ ଆପେକ୍ଷିକ ଆଦ୍ରତା ଅଧିକ ରହିବା ; ଭାରାପ୍ରଦାନ ଯୋଗୁଁ ଫଳଗୁଡ଼ିକ ସୂର୍ଯ୍ୟକିରଣ ସଂସ୍ପର୍ଶରେ ରେ ଆସିବା ବା ଫସଲରେ ବୋରୋନ ଅଣୁ ସାର ପରିମନେ କମ ହେଲେ ଏହି ସମସ୍ୟା ଦେଖାଯାଏ।

ନିୟମିତ ବ୍ୟବଧାନରେ ଜଳସେଚନ,ଅଧିକ ଘଞ୍ଚ ପତ୍ର ତଥା ମୋଟ ଚୋପଯୁକ୍ତ କିସମ କିମ୍ବା ଫଟାସହନି କିସମ ଯଥା ପୂଷା ରୁବୀ ଅର୍କ ସୌରବ୍ ଇତ୍ୟାଦି ବ୍ୟବହାର ଏବଂ ଫସଲରେ ଅନୁମୋଦିତ ପରିମାଣରେ ବୋରୋନ ଅଣୁ ସାର ପ୍ରୟୋଗ କଲେ ଏହି ସମସ୍ୟା ଦୂରୀଭୂତ ହୋଇଥାଏ।

୨) ଫଳ ଡେମ୍ଫ ପଟରୁ ପଚିବା:ମାଟିରେ ଆବଶ୍ୟକତା ଠାରୁ କମ୍ ଜଳୀୟ ଅଂଶ ଥିବା ସମୟରେ ଗଛର ସ୍ଵେଦନିର୍ଗତ ପ୍ରକ୍ରିୟାରେ ହଠାତ୍ ପରିବର୍ତ୍ତନ ଘଟିବା,ବିଲାତି ବାଇଗଣ ଫଳରେ କ୍ୟାଲସିୟମ ର ପରିମାଣ କମିଯାଇ ଯବକ୍ଷାରଜାନ ବୃଦ୍ଧି ହେବା ଇତ୍ୟାଦି କାରଣରୁ କଞ୍ଚାଫଳ ଡେମ୍ଫ ଲାଗିଥିବା ସ୍ଥାନ ରେ ପାଣି ଛାବରା ଦାଗ ଦେଖାଯାଇଥାଏ।
ପରେ ଏହି ଆକ୍ରାନ୍ତ ସ୍ଥାନ ଟି ସଙ୍କୁଚିତ ତଥା କଠିନ ହେବା ସହ ଗାଢ଼ ବାଦାମୀ ରଙ୍ଗ ଦେଖାଯାଏ ।ଜଳସେଚନର ମାତ୍ରା ବୃଦ୍ଧି,ଜମି ପ୍ରସ୍ତୁତି ସମୟରେ ଚୂନ ପ୍ରୟୋଗ,ଫସଲରେ ଅନୁମଣ୍ଡିତ ମାତ୍ରାରେ ସାର ପ୍ରୟୋଗ, ଫଳବୃଦ୍ଧି ସ୍ମାୟରେ ପ୍ରତି ଲିଟର ପାଣିରେ ୫ ଗ୍ରାମ କ୍ୟାଲସିୟମ କ୍ଲୋରାଇଡ୍ ପତ୍ରସିଞ୍ଚନ କରିବା ଦ୍ୱାରା ଏହି ସ୍ମାସ୍ୟର ନିରାକରଣ ହୋଇଥାଏ ।

୩) ସୂର୍ଯ୍ୟାଲୋକ ଦ୍ୱାରା ଫଳ ସିଝିଯିବା: ସୂର୍ଯ୍ୟର ଉତ୍ତପ୍ତ କିରଣ ସଂସ୍ପର୍ଶରେ ସିଧାସଳଖ ଆସିବା ଦ୍ୱାରା ଫଳ ଗୁଡ଼ିକ ଉପରେ ଧଳା କିମ୍ବା ଧୂସର ରଙ୍ଗର ଚିଂହ ସୃଷ୍ଟି ହୋଇ ସିଝିଯିବା ପରି ଦିଶିଥାଏ।ଅଧିକ ଘଞ୍ଚ ପତ୍ର ତଥା ମୋଟ ଚୋପଯୁକ୍ତ କିସମ ବ୍ୟବହାର ଏବଂ ଖରାଦିନିଆ ଫସଲରେ ଭାରା ପ୍ରଦାନ ଓ କାଣ୍ଟ ଛାଣ୍ଟ କରିବା କାର୍ଯ୍ୟ ରୁ ବିରତ ରହିଲେ ଏହି ସମସ୍ୟା କମିଯାଇଥାଏ।


୪) କମ୍ ରସଯୁକ୍ତ ଫଳ : ଉଚ୍ଚ ତାପମାତ୍ରା ଏବଂ ମାଟିରେ ଜଳୀୟ ଅଂଶ ଅଧିକ ରହିବା ଏହି ସମସ୍ୟାରେ ପ୍ରାଥମିକ କାରଣ ଅଟେ ।ଏପରି ଫଳରେ ରସ ଓ ମଞ୍ଜି କମ୍ ଥାଏ । ଏହାଦ୍ବାରା ଫଳର ଓଜନ କମ ହେବା ସହ ଅମଳ ହ୍ରାସ ପାଇଥାଏ। ଆବଶ୍ୟକତା ଠାରୁ ଅଧିକ ଜଳସେଚନ କରିବାରୁ ନିବୃତ୍ତ ରହିବା ଏବଂ ପର୍ବପ୍ରଦତ୍ତ ଅନୁଯାୟୀ ବୋରୋନ୍ ଅଣୁ ସାର ପତ୍ରସିଞ୍ଚନ କଲେ ଏହି ସମସ୍ୟା ଆୟତ୍ତ ହୋଇଥାଏ।

୫) ଫଳ ସବୁଜ ହଳଦିଆ ମିଶା ଲାଲ୍ ରଙ୍ଗ ହେବା :ବିଲାତି ବାଇଗଣ ଗଛରେ ଯବକ୍ଷାରାନ , କ୍ୟାଲସିୟମ ସୋଡିୟମ୍ ସ୍ତର ଅଧିକ ରହିବା ସହ ପୋଟାସିୟମ କମିଗଲେ ବିଲାତି ବାଇଗଣ ପାଚିବା ସମୟକୁ ଫଳ ସବୁଜ ହଳଦିଆ ଓ ଲାଲ୍ ରଙ୍ଗ ମିଶ୍ରିତ ହୋଇଥାଏ। ବାୟୁମଣ୍ଡଳ ଉତ୍ତାପ ଅଧିକ ରହିଲେ ମଧ୍ୟ ଏହି ସମସ୍ୟା ଦେଖାଯାଏ।
ଅନୁମୋଦିତ ପରିମାଣରେ ପୋଟାସିୟମ ସାର ପ୍ରୟୋଗ ଏବଂ ଫସଲକୁ ଛାଇ ପ୍ରଦାନ କରିବା ବ୍ୟବସ୍ଥା କଲେ ଏହି ସମସ୍ୟା ଦୂରୀଭୂତ ହୋଇଥାଏ ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ