1. ଉଦ୍ୟାନ କୃଷି

ଲାଭଜନକ ବଗିଚା କରନ୍ତୁ ଏବଂ କୋକୋପିଟ୍ ବ୍ୟବହାର କରନ୍ତୁ !!

ଗଛ ସୌନ୍ଦର୍ଯ୍ୟ ବଢାଇବା ସହ ପରିବେଶକୁ ସତେଜ ରଖେ। ସେଥପାଇଁ ସାଧାରଣତଃ ଲୋକ ଘର ଭିତରେ ଗଛ ଲଗାଇବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। ଅଧିକାଂଶ ଲୋକ ଜାଣନ୍ତି କେବଳ ମାଟି ସାହାଯ୍ୟରେ ଗଛ ଲଗାଇ ପାରିବେ। କିନ୍ତୁ କୋକୋପିଟ୍ ବ୍ୟବହାର କରି ମଧ୍ୟ ଗଛ ଲଗାଇପାରିବେ। ଆପଣଙ୍କମାନଙ୍କ ମନରେ ପ୍ରଶ୍ନ ଉଠୁଛି ଯେ, କୋକୋପିଟ୍ କିପରି ବ୍ୟବହାର କରିବେ ?

Sugyan Kumar Nayak
Sugyan Kumar Nayak
cocopeat

cocopeat

ଗଛ ସୌନ୍ଦର୍ଯ୍ୟ ବଢାଇବା ସହ ପରିବେଶକୁ ସତେଜ ରଖେ। ସେଥପାଇଁ ସାଧାରଣତଃ ଲୋକ ଘର ଭିତରେ ଗଛ ଲଗାଇବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। ଅଧିକାଂଶ ଲୋକ ଜାଣନ୍ତି କେବଳ ମାଟି ସାହାଯ୍ୟରେ ଗଛ ଲଗାଇ ପାରିବେ। କିନ୍ତୁ କୋକୋପିଟ୍ ବ୍ୟବହାର କରି ମଧ୍ୟ ଗଛ ଲଗାଇପାରିବେ। ଆପଣଙ୍କମାନଙ୍କ ମନରେ ପ୍ରଶ୍ନ ଉଠୁଛି ଯେ, କୋକୋପିଟ୍ କିପରି ବ୍ୟବହାର କରିବେ ?

କୋକୋପିଟ୍ କ'

କୋକୋପିଟ୍ ଏକ ପ୍ରକାର କୃତ୍ରିମ ମାଟି। ଯାହାକି  ନଡିଆ କତାରୁ ପ୍ରସ୍ତୁତ ହୁଏ। ମାଟି ସହ ମିଶ୍ରଣ କରି ଲଗାଯାଇପାରିବ। ଏହାକୁ ଘରେ ମଧ୍ୟ ଆପଣ ପ୍ରସ୍ତୁତ କରିପାରିବେ। ନଡ଼ିଆର ଉପର ଭାଗଟି କତା ଥାଏ। ନଡ଼ିଆ କତାରୁ ୩ ପ୍ରକାର କୋକୋପିଟ୍ ପ୍ରସ୍ତୁତ ହୁଏ।ଏହାକୁ ଅଳ୍ପ ମାତ୍ରାରେ ଗଛରେ ବ୍ୟବହାର ହୋଇଥାଏ। କୋକୋପିଟ୍ ତିଆରି କରିବାପାଇଁ ନଡିଆକୁ ସୂକ୍ଷ୍ମ ଭାବରେ ଛଡ଼ାନ୍ତୁ। ଏହାକୁ ଗ୍ରାଇଣ୍ଡଂ କରି ପାଉଡର କରନ୍ତୁ। ଏହା ପରେ, ପାଣି ମିଶ୍ରଣ କରି ୧ ରୁ ୨ ମାସ ପର୍ଯ୍ୟନ୍ତ ରଖନ୍ତୁ। ତାହା ପରେ ଏହାକୁ ବ୍ୟବହାର କରିପାରିବେ। ନଡ଼ିଆ ଛଡ଼େଇବା ପରେ ସାଧାସଳଖ ଏହାକୁ ବ୍ୟବହାର କରିପାରିବେ। ଏହା ଏକ ଭଲ ପଦ୍ଧତି। କିନ୍ତୁ ନଡ଼ିଆରୁ ପାଉଡର ବାହାର କରିବାକୁ ବହୁତ ସମୟ ଲାଗେ। ବିଦେଶରେ ଚାଷ ପାଇଁ ଏହାକୁ ବହୁଳ ବ୍ୟବହୃତ କରାଯାଏ।

ନଡ଼ିଆ ଚୋପାକୁ ଗଚ୍ଛିତ କରନ୍ତୁ l ନଡ଼ିଆ ଛଡ଼ା କତାକୁ ବାଲ୍ଟି କିମ୍ବା ମାଟି ପାତ୍ରରେ ରଖି ପାଣି ଭରନ୍ତୁ। ୩ ମାସ ପାଇଁ ଏହାକୁ ଗଚ୍ଛିତ କରି ରଖନ୍ତୁ। ଏଥିରେ ଦିନକୁ ଦିନ ଜଳ ହ୍ରାସ ପାଇବ ତେବେ ପ୍ରତିଦିନ ପାଣି ଦିଅନ୍ତୁ।  ୩ ମାସ ପରେ ଏହାକୁ ବାହାର କରିପାରିବେ। ନଡ଼ିଆର ରଙ୍ଗ ବାଦାମୀରୁ କଳା ରଙ୍ଗରେ ପରିଣତ ହେବ। ତାହା ପରେ ଏହାକୁ ଖରାରେ ରଖିବାକୁ ପଡିବ। ଏହା ଶୁଖିଲା ପରେ ବାହର କରି ଗଛରେ ଦେଇପାରିବେ।

କୋକୋପିଟ୍ ବ୍ୟବହାର କରିବାର ସଠିକ୍ ଉପାୟ

କୋକୋପିଟ୍ ଦୀର୍ଘ ସମୟ ଧରି ଆର୍ଦ୍ରତା ରଖିଥାଏ। ଯାହା ଫଳରେ ପାଣି ମିଶେଇବାର ଆବଶ୍ୟକତା ନାହିଁ। ଯଦି କୋକୋପିଟରେ ଗଛ ଲଗାଉଛନ୍ତି, ତେବେ ହାଣ୍ଡି ବ୍ୟବହାର କରନ୍ତୁ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments