
Dragon Fruit Farming Tips
ବଜାରରେ ଦିନକୁ ଦିନ ନୂତନ ଫଳ ବିକ୍ରି ହେଉଛି । ଦେଖିବାକୁ ଡ୍ରାଗନ ଫ୍ରୁଟ (Dragon Fruit) ବହୁତ ସୁନ୍ଦର । ଏବେ ଏହି ଚାଷ ଓଡ଼ିଶା (odisha)ର ପ୍ରାୟ ଜିଲ୍ଲା ମାନଙ୍କରେ ଦେଖିବାକୁ ମିଳୁଛି ।
ସୂଚନା ଥାଉ କି, ବଡ କଥା ହେଉଛି ଡ୍ରାଗନ ଫ୍ରୁଟ ଚାଷ ପାଇଁ କମ ପାଣି ବ୍ୟବହାର ହୁଏ । ଏଭଳି ସ୍ଥିତିରେ ଡ୍ରାଗନ ଫ୍ରୁଟ ଚାଷ କୃଷକ(farmers) ଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ କାରଣ ଜଳ ଅଧିକ ଆବଶ୍ୟକ ହୋଇନଥାଏ ।
ଡ୍ରାଗନ ଫଳରେ ଭିଟାମିନ୍, ମିନେରାଲ୍, ଫାଇବର ବହୁ ଗୁଣ ଭରପୂର ରହିଥାଏ । ଏହାର ପୌଷ୍ଟିକତା ଗୁଣ ଯୋଗୁଁ ହିଁ ବ୍ୟବସାୟିକ ଭିତ୍ତିରେ ଚାଷ ଆରମ୍ଭ ହୋଇଛି । ସେହିପରି ବାଲିଆ ମାଟିରେ ଚାଷ କଲେ ଏହା ଅଧିକ ଫଳ ଦିଏ |
ଥରେ ଏହି ଡ୍ରାଗନ ଫ୍ରୁଟ ଚାଷ କଲେ ୨୫ ବର୍ଷ ପର୍ଯ୍ୟନ୍ତ ଫଳ ଉତ୍ପାଦନର କ୍ଷମତା ମଧ୍ୟ ରହିଛି ଯାହାଦ୍ୱାରା କମ ଖର୍ଚ୍ଚରେ ଚାଷୀ (farmers)ଅଧିକ ଲାଭବାନ ହେଉଛନ୍ତି ।
ଡ୍ରାଗନ ଫ୍ରୁଟ ଗୋଲାପୀ ରଙ୍ଗର ଏହି ଫଳ ଦେଖିବାକୁ ଭାରି ଆକର୍ଷଣୀୟ ହୋଇଥାଏ । ଡ୍ରାଗନ ଫ୍ରୁଟରେ ଔଷଧୀୟ ଗୁଣ ଭରି ରହିଛି ଯାହା କ୍ୟାନସର, ମଧୁମେହ ପାଇଁ ଏହା ଉପକାରୀ ବୋଲି କୁହାଯାଉଛି ।
ପ୍ରକାଶ ଥାଉ ଯେ, ଡ୍ରାଗନ ଫ୍ରୁଟ ଏକ ଲାଭଜନକ ଫସଲ ହୋଇଥିବାରୁ ଚାଷୀ ବ୍ୟବସାୟିକ ଭିତ୍ତିରେ ଚାଷ କରୁଛନ୍ତି। ଡ୍ରାଗନ ଫ୍ରୁଟ (Dragon Fruit) ଦେଖାଇଛି ରୋଜଗାରର ବାଟ ।
Share your comments