ଡ୍ରାଗନ୍ ଫ୍ରୁଟ । ବିଦେଶୀ ଫଳ , ହେଲେ ଦେଶରେ ହେଲାଣି ଲୋକପ୍ରିୟ । ଏହି ଫଳରେ ପ୍ରଚୁର ପୋଟାସିୟମ ଓ ଭିଟାମିନ ସି ରହିଥିଲାବେଳେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ କରିଥାଏ ସାହାଯ୍ୟ । ଅଧିକ ଲାଭଦାୟକ ହୋଇଥିବାରୁ ଏହା ମହଙ୍ଗା ହୋଇଥାଏ । ଯାହା ଦ୍ବାରା ଚାଷୀ ଏହି ଚାଷରୁ ପ୍ରଚୁର ଲାଭ କମେଇଥାଏ । ଏହି ଫଳ ଦେଖିବାକୁ ଯେତିକି ସୁନ୍ଦର, ତାହାଠାରୁ ଅଧିକ ସୁସ୍ୱାଦୁ ଓ ଔଷଧୀୟ ମଧ୍ୟ । ଏଥିରେ ଭିଟାମିନ ସି ଭରପୂର ରହିଛି । ଏହାକୁ ଖାଇବା ଦ୍ବାରା ପେଟରେ ସୃଷ୍ଟି ହୋଇଥିବା କ୍ଷତିକାରକ ଜୀବାଣୁ ନଷ୍ଟ ହୋଇଥାଏ । ଶରୀରର ହାଡ, ଦାନ୍ତ ଏବଂ ଶରୀରର କୋଷକୁ ଲାଭ ଦିଏ । ଗୋଟିଏ ଫଳ ଏବଂ ଅନେକ ଫାଇଦା , ସେଥିପାଇଁ ବର୍ତ୍ତମାନ ସମୟରେ ଏହାର ପ୍ରଚଳନ ବଢି ଚାଲିଛି ।
ଡ୍ରାଗନ ଫ୍ରୁଟ କ୍ୟାକ୍ଟସ ପରି ଏକ କଂଟାଲିୟା ଗଛ । ବେଶ ବଡ ଆକୃତି ଥିବା ଏହି ଫଳ ଦେଖିବାକୁ ମଧ୍ୟ ଖୁବ ସୁନ୍ଦର ଏବଂ ବଜାରରେ ଏହା ଅଧିକ ଦରରେ ମଧ୍ୟ ବିକ୍ରି ହୋଇଥାଏ । ଏହାକୁ ଜାମ ଜେଲି ଇତ୍ୟାଦି ପ୍ରକ୍ରିୟାକରଣ କରି ମଧ୍ୟ ବଜାରରେ ଉପଲବ୍ଧ କରାଯାଇଥାଏ । ଡ୍ରାଗନ ଫ୍ରୁଟ କ୍ୟାକ୍ଟସ ପ୍ରଜାତିର ଗଛ । ଏହାର ଚାଷ ପାଇଁ କମ ପାଣି ବ୍ୟବହାର ହୁଏ । ଏଭଳି ସ୍ଥିତିରେ ଡ୍ରାଗନ ଫ୍ରୁଟ ଚାଷ କୃଷକଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏଣୁ ଚାଷୀଙ୍କୁ ପାରମ୍ପରିକ ଚାଷ ସହ ଏଭଳି ପ୍ରକାରର ଚାଷ କରିବା ଜରୁରୀ । ଏହା ଦ୍ବାରା କୃଷକ ଆତ୍ମନିର୍ଭର ମଧ୍ୟ ହେବେ ଓ ଆତ୍ମନିର୍ଭର ଭାରତର ସ୍ବପ୍ନ ବି ସାକାର ହେବ ।
ଚାଷୀଙ୍କ ପାଇଁ ହୀରା ଠାରୁ କମ୍ ନୁହେଁ ଡ୍ରାଗନ ଫ୍ରୁଟ ଚାଷ । ବାସ୍, ଗୋଟିଏ ଥର ଇନଭେଷ୍ଟ ଆଉ 25 ବର୍ଷ ଯାଏଁ ମିଳିବ ପ୍ରଫିଟ । ଆଜ୍ଞା ! ହଁ ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ , ହେଲେ ଏହା ଶତ ପ୍ରତିଶତ ସତ । ଏହି ଚାଷ ଆତ୍ମନିର୍ଭର କୃଷକ ଓ ଆତ୍ମନିର୍ଭର ଭାରତ ଗଢିବା ଦିଗକୁ ଇଙ୍ଗିତ କରିଥାଏ ।
ଡ୍ରାଗନ ଫ୍ରୁଟ ଏକ ବିଦେଶୀ ଫଳ । ଥାଇଲ୍ୟାଣ୍ଡ , ଭିଏତନାମା , ଇସ୍ରାଇଲ ଶ୍ରୀଲଙ୍କା ଏବଂ ସେଣ୍ଟ୍ରାଲ ଏସିଆରେ ବି ବହୁଳ ମାତ୍ରାରେ ଚାଷ କରାଯାଇଥାଏ । ହେଲେ ଏବେ ଏହା ଭାରତର ବିଭିନ୍ନ ସ୍ଥାନରେ ବି ଚାଷ କରାଯାଉଛି । ଏହି କ୍ରମରେ ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାରେ ବି ଏହାର ଚାଷ ବ୍ୟାପକ ପରିମାଣରେ ହେଉଛି ।
ଗୋଲାପୀ ରଙ୍ଗର ଏହି ଫଳ ଦେଖିବାକୁ ଭାରି ଆକର୍ଷଣୀୟ । ଖାଇବାକୁ ମଧ୍ୟ ସ୍ବାଦିଷ୍ଟ ଲାଗିଥାଏ । ଡ୍ରାଗନ ଫ୍ରୁଟର ଚାହିଦା ବିଦେଶରେ ବହୁତ ଅଧିକ ରହିଥାଏ । ଏହି ଫଳର କିଲୋ ପ୍ରତି 300ରୁ 400 ଟଙ୍କାରେ ବିକ୍ରି ହୋଇଥାଏ । ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହାର ଡିମାଣ୍ଡ ଆକାଶଛୁଆଁ । ମହଙ୍ଗା ବିକ୍ରି ଯୋଗୁଁ ଅଧିକ ଆୟ ମଧ୍ୟ ହୋଇଥାଏ । ଫଳର କୃଷକ ଏହାର ଚାଷ ପ୍ରତି ଆକୃଷ୍ଠ ହେଉଛନ୍ତି ।
ଡ୍ରାଗନ ଫ୍ରୁଟ ହୃଦ୍ ରୋଗ, ମଧୁମେହ, ଆର୍ଥ୍ରାଇଟିସ୍ ପାଇଁ ମଧ୍ୟ ଲାଭଦାୟକ । ଏହା କ୍ୟାନ୍ସର ଭଳି ସାଂଘାତିକ ରୋଗ ପାଇଁ ବି ଜଡିବୁଟି ସଦୃଶ ।
Share your comments