Horticulture

ପୁଣି ଶସ୍ତା ହେଲା ଖାଇବା ତେଲ, ୨୨ ଟଙ୍କା ପର୍ଯ୍ୟନ୍ତ ତଳକୁ ଖସିଲା ଦର, ନୂଆ ରେଟ୍ ଜାଣନ୍ତୁ...

ଆସିଲା ଖୁସି ଖବର (Good news) । ପେଟ୍ରୋଲ ଓ ଡିଜେଲ (Petrol Diesel Price) ସହିତ ଖାଇବା ତେଲର ମୂଲ୍ୟ (Edible Oil Price) କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହି ସମୟରେ ଯଦି ଆପଣ ସୋରିଷ ତେଲର ଜଣେ ଉପଭୋକ୍ତା, ତେବେ ଏହି ଖବର ଆପଣମାନଙ୍କ ପାଇଁ ବହୁତ ଲାଭଦାୟକ ହେବ । ସୋରିଷ ତେଲ (Mustard Oil) ର ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଛି ।

18 January, 2022 2:21 PM IST By: Sudesna Nayak

ଆସିଲା ଖୁସି ଖବର (Good news) । ପେଟ୍ରୋଲ ଓ ଡିଜେଲ (Petrol Diesel Price) ସହିତ ଖାଇବା ତେଲର ମୂଲ୍ୟ (Edible Oil Price) କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହି ସମୟରେ ଯଦି ଆପଣ ସୋରିଷ ତେଲର ଜଣେ ଉପଭୋକ୍ତା, ତେବେ ଏହି ଖବର ଆପଣମାନଙ୍କ ପାଇଁ ବହୁତ ଲାଭଦାୟକ ହେବ । ସୋରିଷ ତେଲ (Mustard Oil) ର ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଛି ।

ସୂଚନା ଅନୁଯାୟୀ, ଦୁଇରୁ ତିନିମାସ ପୂର୍ବେ ସୋରିଷ ଓ ସୋୟାବିନ୍ ତେଲ (Soyabean Oil) ର ଦରରେ ବଡ଼ ଧରଣର ବୃଦ୍ଧି ରେକର୍ଡ କରାଯାଇଥିଲା । ବର୍ତ୍ତମାନ ସେଥିରେ ୧୭ ରୁ ୨୨ ଟଙ୍କା ପର୍ଯ୍ୟନ୍ତ ତଳକୁ ଖସି ଆସିଛି । ଏହାର କାରଣ ହେଉଛି ଆମଦାନୀ ହେଉଥିବା ଖାଇବା ତେଲ ଉପରେ ଶୂନ୍ୟ ଟିକସ ଓ ଫ୍ୟୁଚର କାରବାର ଉପରେ ସରକାର ଏକ ନିର୍ଦ୍ଦେଶ ମଧ୍ୟ ଜାରି କରିଛି ।

ବ୍ୟବସାୟୀଙ୍କ ଅନୁଯାୟୀ, ତୈଳ ମୂଲ୍ୟ (Oil Price) ରେ ଆହୁରି ହ୍ରାସ ଦେଖିବାକୁ ମିଳିବ । ଏହାଦ୍ୱାରା ଲୋକମାନଙ୍କ ପକେଟ ଉପରେ ଚାପ କମିଯିବ । ଯଦି ଆମେ ଗତ ଏକ ମାସରେ ତେଲର ମୂଲ୍ୟକୁ ଦେଖିବା, ତେବେ ଅକ୍ଟୋବର-ନଭେମ୍ବରରେ ସୋରିଷ ତେଲ (Mustard Oil) ଯାହା ଲିଟର ପିଛା ୧୮୫ ଟଙ୍କାରେ ବିକ୍ରି ହେଉଥିଲା । ତାହା ବର୍ତ୍ତମାନ ଲିଟର ପିଛା ୧୬୩ ରୁ ୧୬୮ ଟଙ୍କାକୁ ଖସି ଆସିଛି ।

କହିବାକୁ ଗଲେ, ସେହିଭଳି ସୋୟାବିନ୍ ତେଲ (Soyabean Oil) ଯାହା ନଭେମ୍ବରରେ ଲିଟର ପିଛା ୧୪୦ ଟଙ୍କା ଥିଲା, ତାହା ବର୍ତ୍ତମାନ ଲିଟର ପିଛା ୧୩୦ରୁ ୧୩୨ ଟଙ୍କାକୁ ଖସି ଆସିଛି ।

ବଜାର ବିଶେଷଜ୍ଞଙ୍କ ଅନୁଯାୟୀ, ମୁଖ୍ୟ ଖରିଫ ଫସଲ ସୋୟାବିନର କମ୍ ଉତ୍ପାଦନ ହେତୁ ସେପ୍ଟେମ୍ବରରୁ ଏହାର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଥିଲା । ଏହି କାରଣରୁ ସୋୟାବିନ୍ ତେଲ (Soyabean Oil)ର ମୂଲ୍ୟ ସେପ୍ଟେମ୍ବରରେ ୯୦ ଟଙ୍କାରୁ ବୃଦ୍ଧି ଘଟି ଜାନୁଆରୀ (january) ପର୍ଯ୍ୟନ୍ତ ଲିଟର ପିଛା ୧୪୦ ଟଙ୍କାକୁ ପହଞ୍ଚି ଯାଇଥିଲା ।

ପ୍ରକାଶ ଥାଉ ଯେ, ତେଲ ଦରରେ ଚାରି ମାସରେ ୪୫ ଟଙ୍କା ପ୍ରତି ଲିଟର ରେକର୍ଡ ବୃଦ୍ଧିରୁ ହିଁ ସାଧାରଣ ଲୋକମାନଙ୍କ ଘରର ବଜେଟ୍ ବିଗିଡ଼ିବାରେ ଲାଗିଥିଲା, କିନ୍ତୁ ବର୍ତ୍ତମାନ ଏହା ହ୍ରାସ ପାଇବାରେ ଲାଗିଛି । ଏହି କାରଣରୁ ଲୋକମାନଙ୍କ ୮ ରୁ ୧୦ ଟଙ୍କା ସଞ୍ଚୟ ହେଉଛି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ସୋରିଷ ଉତ୍ପାଦନରେ ଉନ୍ନତି ଆସିଛି । ନିଶ୍ଚିତ ଭାବରେ ଆଗାମୀ ଦିନରେ ତେଲର ମୂଲ୍ୟ ଆହୁରି ହ୍ରାସ ପାଇବ । ରାସନରେ ଭୋଜନ ତେଲର ବଣ୍ଟନ ମଧ୍ୟ ସୋରିଷ ତେଲ (Mustard Oil)ର ଚାହିଦା ହ୍ରାସ କରେ । ମୂଲ୍ୟ ହ୍ରାସ ହେବାର ଏହା ମଧ୍ୟ ଅନ୍ୟତମ କାରଣ । ଗତ ଏକ ମାସ ମଧ୍ୟରେ ତେଲ ଦର ଯଥେଷ୍ଟ ହ୍ରାସ ପାଇଛି ।

ଖୁସି ଖବର, ପୁଣି ଶସ୍ତା ହେଲା ଖାଇବା ତେଲ

ହାର୍ଟ ଏବଂ ବ୍ରେନ୍ ପାଇଁ ଲାଭଦାୟକ ନଡିଆ ତେଲ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)