1. ଉଦ୍ୟାନ କୃଷି

ଘି କୁଆଁରୀ ଚାଷ !

ଘି କୁଆଁରୀ ଚାଷ !

KJ Staff
KJ Staff

ଅଣୂର୍ବର ଜମି ରେ ମଧ୍ୟ ଦକ୍ଷତା ଦେଖାଇପାରୁଥିବା ,ଘି କୁଆଁରୀ କୁ ମୀରାକଲେ ବି ଚମତ୍କାରୀ ବୃକ୍ଷ ମଧ୍ୟ କୁହାଯାଇଥାଏ |ପ୍ରଥମ ଥର ଲାଗି ଆଫ୍ରିକା ମହାଦେଶ ରେ ଦେଖିବାକୁ ମିଳିଥିବା ଏହି ଚମତ୍କାରୀ ବୃକ୍ଷ କୁ ପ୍ରାକୃତିକ ଭିଟାମିନ କହିଲେ ମଧ୍ୟ ଭୁଲ ହେବ ନାହିଁ |
ଏହାର ଉପାଦେୟତା ଉପରେ ଚାହିଁଲେ ଏକ ପୋଥି ଲେଖିଦେଇପାରିବେ |କବକ,କୀଟାଣୁ ,ଭୁତାଣୁ ନାଶକ ହେବା ସାଙ୍ଗରେ ଏହା ବିଶେଷ ଭାବେ ତ୍ୱଚା ଏବଂ ସୌନ୍ଦର୍ଯ୍ୟଉପଚାର ରେ ଅଧିକ ଉପକାରୀ |ପ୍ରଚୁର ଭିଟାମିନ ଏବଂ ମିନେରାଲ ଥିବା ସାଙ୍ଗରେ ଏଥିରେ ଅଲ୍ସର ଉପଚାର ,ହଜମ ଶକ୍ତି ବୃଦ୍ଧି ,କାଷ୍ଠକାଠିନ୍ୟ ସମସ୍ୟା ରୁମୁକ୍ତି ,କଟା ଜଳ ଇତ୍ୟାଦି ରେ ଲାଘବ ଦେବା ପରି ବହୁ ଉପକାରୀ ଏବଂ ଔଷଧୀୟ ଗୁଣ ମଧ୍ୟ ଭରି ରହିଥାଏ |

ଭାରତ ରେ ଅଧିକ ଚାଷ :

ରାଜେଶଥାନ ,ଆନ୍ଧ୍ର ପ୍ରଦେଶ ,ମହାରାଷ୍ଟ୍ର ,କେରଳ ଇତ୍ୟାଦି ରାଜ୍ୟ ରେ ଏହା ପ୍ରମୁଖ ଭାବେ ଚାଷ କରାଯାଏ |

ଆବଶ୍ୟକ ଜଳବାୟୁ :

ଘି କୁଆଁରୀ ବିଶେଷ କରି ଅଧିକ ଉସ୍ମ ବା ଗରମ ହେଉଥିବା ସ୍ଥାନରେ ବଢିପାରେ |ତେଣୁ ଭାରତ ରେ ଏହାକୁ ବହୁଳ ମାତ୍ର ରେ ଚାଷ କରାଯାଏ |ଏହାକୁ ବାଲିଆ ମାଟି ଆବଶ୍ୟକ ତେଣୁ ଅଧିକ ଚିକିଟା ମାଟି ରେ ଚାଷ କରନ୍ତୁ ନାହିଁ ,ଏହା ଦ୍ୱାରା ମୂଳ ସଢ଼ି ବାର ସମ୍ଭାବନା ଥାଏ |ଅତ୍ୟଧିକ ଥଣ୍ଡା ବା ଲଗାତାର ବର୍ଷ ହେଲେ ଘି କୁଆଁରୀ ବଢ଼ିପାରିବ ନାହିଁ |ଏହା ଲାଗି ମାଟି ର ଅମ୍ଳତା ୮.୫ ପାଖାପାଖି ରହିଲେ ଭଲ ଏବଂ ଚାଷ କଲା ବେଳେ ଜଳନିସ୍କାସନ ର ସୁବିଧା ନିଶ୍ଚିନ୍ତ ରଖନ୍ତୁ |
ମନେ ରଖନ୍ତୁ ଅଣୂର୍ବର ,ପଥୁରିଆ ଜମି ରେ ମଧ୍ୟ ଘି କୁଆଁରୀ ବେଶ ଭଲ ଅମଳ ଦେଇଥାଏ |ତେବେ ଏହାର ଉଚିତ ପରିଚାଳନା କରିବା ଆବଶ୍ୟକ |

ଜମି ପରିଚାଳନା :

ଅଧିକ ଉର୍ବରତା ଲାଗି ୧୫ ରୁ ୨୦ ଟନ ର ସଢା ଗୋବର ଖତ ମିଶାଇ ,ଜମି ରେ ରିଜ ବା ହିଡ଼ ପ୍ରସ୍ତୁତି କରନ୍ତୁ |ଘି କୁଂଆରୀ ର ଚେରବା ରାଇଜମ ଆଣି ଜମିରେ ଲଗାନ୍ତୁ |ଚେର ଖୋଲି ଆଣିଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ ,ଚେର ନଷ୍ଟ ହେଲେ ଗଛ ବଢ଼ିପାରିବ ନାହିଁ |ଗଛ କୁ ଗଛ ୪୦ ସେ .ମି ର ବ୍ୟବଧାନରେ ଏକର ପ୍ରତି ୧୫୦୦୦ ଘି କୁଆଁରୀ ଚେର ର ଆବଶ୍ୟକ ରହିଥାଏ |

ଜଳସେଚନ :

ଲଗାଇବା ପରେ ତୁରନ୍ତ ଜଳସେଚନ କରନ୍ତୁ | ତେବେ ଅତ୍ୟଧିକ ମାଟି ସୁଖିବାର ଦେଖିଲେ ବା ଗ୍ରୀଷ୍ମ ଋତୁ ରେ ସପ୍ତାହ କୁ ୨ ରୁ ୩ ଥର ମାଟି ର ଜଳୀୟ ଅଂଶ ଯାଞ୍ଚ କଲା ପରେ ,ଜଳସେଚନ କରିପାରିବେ |ଘି କୁଆଁରୀ କୁ ଅଧିକ ଜଳ ର ଆବଶ୍ୟକତା ନଥାଏ ତେବେ ଜମି ରେ ଜଳ ନିଷ୍କାସନ ର ବ୍ୟବସ୍ତା ନିଶ୍ଚିନ୍ତ କରନ୍ତୁ|ଅଧିକ ଘାସ ହେଲେ ହାଥରେ ବଛିଦେଇପାରିବେ ଏବଂ ଗଛ ର ମୂଳ ପାଖରେ ମାଟି ଦେଇ (earthing up ) ତାହାକୁ ମଜବୁତ ରଖନ୍ତୁ |

ଅମଳ କେବେ କରିବେ ?


ଲଗାଇବାର ଦ୍ଵିତୀୟ ବର୍ଷ ରୁ ଏହା ଅମଳ ଦେବା ଆରମ୍ଭ କରେ |ଏହାର ପତ୍ର ତୋଳି ବଜାରରେ ବିକ୍ରି କରନ୍ତୁ |ପତ୍ର ତୋଳିଲା ପରେ ,ପୁନଃ ଗଛ ରେ ପତ୍ର ଧରିଥାଏ ଏବଂ ଲଗାଇବାର ୫ ବର୍ଷ ଯାଏ ମଧ୍ୟ ଏହାର ଅମଳ ଆସିଥାଏ ଏହା ବ୍ୟତୀତ ଚେର ବା ସକର କୁ ମଧ୍ୟ ଚାରା ଭାବେ ବିକ୍ରି କରିପାରିବେ |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ