1. ଉଦ୍ୟାନ କୃଷି

ବିନା ମାଟିରେ ଚାଷ, ଜାଣିଛନ୍ତି କି ??

ଆଜିକାଲି ଯେଉଁଭଳି ଭାବରେ ଲୋକସଂଖ୍ୟା ବଢ଼ିବାରେ ଲାଗିଛି, ସେହି ଅନୁପାତରେ ବଢ଼ିବାରେ ଲାଗିଛି ଘରଦ୍ୱାର । କମି କମି ଯାଉଛି ଚାଷଜମି । ପୁଣି ସହର ବଜାର କଥା ଦେଖିଲେ, ଘର କରିବା ପାଇଁ ତ ଜାଗାର ଅଭାବ ପୁଣି ଜାଗାର ଦାମ୍‌ ଯାହା, ସେଥିରେ ଘରକରି ବଗିଚା କରିବା ପାଇଁ ସମ୍ବଳର ଅଭାବ ଦେଖାଦିଏ ।

Sudesna Nayak
Sudesna Nayak
cultivation without soil

cultivation without soil

ଆଜିକାଲି ଯେଉଁଭଳି ଭାବରେ ଲୋକସଂଖ୍ୟା ବଢ଼ିବାରେ ଲାଗିଛି, ସେହି ଅନୁପାତରେ ବଢ଼ିବାରେ ଲାଗିଛି ଘରଦ୍ୱାର । କମି କମି ଯାଉଛି ଚାଷଜମି । ପୁଣି ସହର ବଜାର କଥା ଦେଖିଲେ, ଘର କରିବା ପାଇଁ ତ ଜାଗାର ଅଭାବ ପୁଣି ଜାଗାର ଦାମ୍‌ ଯାହା, ସେଥିରେ ଘରକରି ବଗିଚା କରିବା ପାଇଁ ସମ୍ବଳର ଅଭାବ ଦେଖାଦିଏ ।

ଏପଟେ ପନିପରିବାର ଦାମ୍‌ ଯାହା ସେଥିରେ ମନରେ କେଉଁଠି ନା କେଉଁଠି ଇଚ୍ଛାଥାଏ ଯେ କିଚେନ ଗାର୍ଡ଼େନଟିଏ ଥାନ୍ତା କି? ହେଲେ ମାଟି ବି କାହିଁ, ତେବେ ଏସବୁ ସମସ୍ୟାର ସମାଧାନ ଏବେ କରିବାକୁ ଯାଉଛି-ବିନା ମାଟିରେ ଚାଷ ।

ବିନା ମାଟିରେ ଚାଷ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କେବଳ ପାଣିରେ ବଢୁଥିବା ଗଛକୁ ନେଇ ହାଇଡ୍ରୋପୋନିକ ପ୍ରଣାଳୀରେ ଚାଷ କରି ସ୍ବତନ୍ତ୍ରତା ହାସଲ କରିଛନ୍ତି ଆଶିଷ ମହାନ୍ତି । ଜଗତସିଂହପୁରର ଏହି ୨୯ ବର୍ଷୀୟ ଯୁବକ ରାଜ୍ୟରେ ପ୍ରଥମଥର ପାଇଁ ଏଭଳି ଚାଷ କରି ‘ଲିଫ୍ ଭେଜିଟେବୁଲ୍’ ଉତ୍ପାଦନ ଆରମ୍ଭ କରିଛନ୍ତି । ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ଆତ୍ମନିର୍ଭଶୀଳ ହେବାକୁ ପ୍ରେରଣା ଦେଉଛନ୍ତି  । ଚାଷ ପରେ ନିଜର ସାମଗ୍ରୀକୁ ବିକ୍ରି କରିବା ପାଇଁ ସେ ଅନ୍‌ଲାଇନ୍ ଅର୍ଡର ବି ନେଉଛନ୍ତି । ଜଗତସିଂହପୁର ସମେତ କଟକ, ଭୁବନେଶ୍ବର, ପୁରୀ, କେନ୍ଦୁଝରର ବିଭିନ୍ନ ରେଷ୍ଟୁରାଣ୍ଟ୍, ତାରକା ହୋଟେଲ୍ ଓ ଘରୋଇ ଲୋକଙ୍କୁ ସେ ଏହାକୁ ଯୋଗାଉଛନ୍ତି ।

୨୦୧୯ ମସିହା ଶୀତ ଦିନେ ପ୍ରଥମଥର ପାଇଁ ନିଜର ଛାତ ଉପରେ ପରୀକ୍ଷାମୂଳକ ଭାବେ ୮୦୦ ବର୍ଗ ଫୁଟ୍‌ରେ ୨୪୦୦ ଲିଫ୍‌ ଭେଜିଟେବୁଲ୍ ଏବଂ ଏକଜୋଟିକ୍ ଭେଜିଟେବୁଲ୍ ଗଛ ଲଗାଇଥିଲେ । ଏଥିରେ ଲିଫ୍ ଭେଜିଟେବୁଲ୍– ଲାଟୁସ୍‌, ସିଲେରୀ, କେଲ୍, ବେସିଲ୍ ଏବଂ ବେଲ୍ ପେପର, ବ୍ରୋକଲି ଓ ଚେରି ଟମାଟୋ ଚାଷ କରିଥିଲେ । ଏଥିରେ ସଫଳ ହେବା ଓ ବଜାରରେ ଏହାର ଚାହିଦା ଆଶିଷଙ୍କୁ ଆଗକୁ ବଢିବା ପାଇଁ ଉତ୍ସାହ ଦେଇଥିଲା । ଫଳରେ ଚାକିରି ଛାଡ଼ି ନିଜର ସ୍ବତନ୍ତ୍ର ଫାର୍ମ ହାଇଡ୍ରୋ ଭ୍ୟାଲି ପ୍ରସ୍ତୁତ କରିଥିଲେ । ୨୩୦ ବର୍ଗ ମିଟର ସ୍ଥାନରେ ୫ ହଜାର ଗଛ ଲଗାଇବା ପାଇଁ ବ୍ୟବସ୍ଥା କରିଛନ୍ତି । ଫାର୍ମରେ ଭର୍ଟିକାଲି ଭେରାଇଟ୍‌ର ପ୍ରାୟ ୩ ହଜାରରୁ ଅଧିକ ଗଛ ରହିଛି ।

ଆଶିଷଙ୍କ ଘର ଜଗତସିଂହପୁର ପୌରାଞ୍ଚଳ ଅନ୍ତର୍ଗତ ସୁଜଙ୍ଗରେ । ବାପା ନରୋତ୍ତମ ମହାନ୍ତି ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ମା କିରଣବାଳା ମହାନ୍ତି ଗୃହିଣୀ । ତିନି ଭଉଣୀଙ୍କ ମଧ୍ୟରେ ସବୁଠାରୁ ସାନ ଆଶିଷ ।

ବିଶେଷକରି ନିଜ ଜନ୍ମମାଟିରେ କିଛି ନା କିଛି କରିବା ପାଇଁ ପ୍ରୟାସ କରୁଥିବା ଆଶିଷ ହାଇଡ୍ରୋପୋନିକ୍ ଚାଷ ସଂପର୍କରେ ଜାଣିବା ପରେ ଜ୍ଞାନ ଆହରଣ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ।

ଏହାର ସ୍ବତନ୍ତ୍ରତା ହେଉଛି ଯେ କମ୍ ସ୍ଥାନରେ ଓ (୯୦ ପ୍ରତିଶତ) କମ୍ ପାଣି, ବିନା କେମିକାଲ ଓ ବିନା ପେଷ୍ଟିସାଇଡ୍‌ରେ ଏହି ଚାଷ କରାଯାଉଛି । କେବଳ ପାଣିରେ ଚାଷ ହେଉଥିବାରୁ ଏଥିରେ ଭୂତଳ ଜଳର ବ୍ୟବହାର କରାଯାଉଛି । ଏସବୁ ସାମଗ୍ରୀରେ ପ୍ରଚୁର ପରିମାଣର ଭିଟାମିନ୍ ସି ରହିଥାଏ ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments