1. ଉଦ୍ୟାନ କୃଷି

କମିଲା ସୁନା ଦର; ଜାଣନ୍ତୁ ଆଜିର ଦର

ଏଣିକି ଭାରତରେ ୨୪ କ୍ୟାରେଟ୍ ଓ ୨୨ କ୍ୟାରେଟ୍ ମୂଲ୍ୟରେ ସୁନା ମୂଲ୍ୟ ୯୦ ଟଙ୍କା ହ୍ରାସ ପାଇଛି ।

Sudesna Nayak
Sudesna Nayak
gold price decreases today for 24 carat and 22 carat in india

gold price decreases today for 24 carat and 22 carat in india

ଏଣିକି ଭାରତରେ ୨୪ କ୍ୟାରେଟ୍ ଓ ୨୨ କ୍ୟାରେଟ୍ ମୂଲ୍ୟରେ ସୁନା ମୂଲ୍ୟ ୯୦ ଟଙ୍କା ହ୍ରାସ ପାଇଛି ।

କହିବାକୁ ଗଲେ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨୪ କ୍ୟାରେଟ୍ ଓ ୨୨ କ୍ୟାରେଟ୍ ମୂଲ୍ୟରେ ସୁନା ମୂଲ୍ୟ ୯୦ ଟଙ୍କା ହ୍ରାସ ପାଇଛି । ଡିସେମ୍ବର ୨୮ ସୁଦ୍ଧା, ୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ)ର ସୁନା ମୂଲ୍ୟ ୪୮,୧୭୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା (୧୦ ଗ୍ରାମ) ମୂଲ୍ୟ ୪୪,୧୨୦ ଟଙ୍କା ବୋଲି ସୂଚନା ମିଳିଛି ।

ଗତକାଲି ୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ) ର ମୂଲ୍ୟ ୪୮,୨୬୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା (୧୦ ଗ୍ରାମ) ର ମୂଲ୍ୟ ୪୪,୨୧୦ ଟଙ୍କା ଥିଲା ।

ଗତ ୨୪ ଘଣ୍ଟା ମଧ୍ୟରେ ଭାରତର ବିଭିନ୍ନ ମେଟ୍ରୋ ସହରରେ ସୁନା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଦେଖାଯାଇଥିଲା । ଚେନ୍ନାଇରେ ୨୪ କ୍ୟାରେଟ୍ (୧୦ ଗ୍ରାମ) ପାଇଁ ସୁନା ମୂଲ୍ୟ ୪୯,୭୦୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ (୧୦ ଗ୍ରାମ) ୪୫,୫୫୫ ଟଙ୍କା ।

ଏନେଇ ଜାତୀୟ ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ୍ (୧୦ ଗ୍ରାମ) ର ସୁନା ହାର ୫୧,୯୦୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ (୧୦ ଗ୍ରାମ) ୪୭,୬୦୦ ଟଙ୍କା ଅଛି । କୋଲକାତାରେ ୨୪ କ୍ୟାରେଟ୍ (୧୦ ଗ୍ରାମ) ପାଇଁ ସୁନା ହାର ୫୦,୧୦୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ (୧୦ ଗ୍ରାମ) ୪୭,୪୦୦ ଟଙ୍କା ଅଛି ।

ଅନ୍ୟପକ୍ଷରେ, ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ) ମୂଲ୍ୟ ୪୮,୨୪୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା (୧0 ଗ୍ରାମ) ୪୭,୨୪୦ଟଙ୍କା ଅଛି ।

ସୂଚନା ଥାଉ କି, ଆଜି ଓଡିଶାର ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ଏବଂ ୨୨ କ୍ୟାରେଟରେ ସୁନା ମୂଲ୍ୟ ୧୫୦ ଟଙ୍କା (୧୦ ଗ୍ରାମ) ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ) ର ମୂଲ୍ୟ ୪୯,୫୬୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା (୧୦ ଗ୍ରାମ) ୪୫,୪୫୦ ଟଙ୍କା ଅଛି ।

ପ୍ରକାଶ ଥାଉ କି, ଗତକାଲି ୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ) ର ମୂଲ୍ୟ ୪୯,୭୦୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା (୧୦ ଗ୍ରାମ) ୪୫,୩୪୦ ଟଙ୍କା ଥିଲା ।

ବାତ୍ୟା ‘ଜଓ୍ୱାଦ’କ୍ଷତିଗ୍ରସ୍ତଙ୍କ ପାଇଁ ଆର୍ଥିକ ସହାୟତା : ୫୦୭ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

7th Pay Commission: ସରକାରୀ କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ, ନୂଆ ବର୍ଷରେ ପୁଣି ବଢ଼ିବ ଦରମା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments