ନଡ଼ିଆ ଏକ ଏପରି ଗଛ ଯାହାକି ବହୁତ ଅଧିକ ସମୟ ପର୍ଯ୍ୟନ୍ତ ଫଳ ଯୋଗାଇଥାଏ l ଏହା ପ୍ରାୟତଃ ୮୦ ବର୍ଷ ହେଵା ପରେ ମଧ୍ୟ ସବୁଜିମାରେ ଭରି ରହିଥାଏ l ନଡ଼ିଆର ଉପଯୋଗ ହିନ୍ଦୁ ଧର୍ମର ଲୋକମାନେ ଧାର୍ମିକ କାର୍ଯ୍ୟରେ ମଧ୍ୟ ବହୁଳ ଭାବରେ କରିଥାନ୍ତି l ନଡ଼ିଆ ଗଛକୁ ଦିବ୍ୟ ଏବଂ ଶୁଭ ଗଛ ବୋଲି ମଧ୍ୟ କୁହାଯାଇଥାଏ l ଏହି ଗଛର ଲମ୍ଵ ୧୦୦ ମିଟରରୁ ମଧ୍ୟ ଅଧିକ ହୋଇଥାଏ l କଞ୍ଚା ନଡ଼ିଆର ଉପଯୋଗ ନଡ଼ିଆର ପାଣି ପାଇଁ ମଧ୍ୟ କରାଯାଇଥାଏ l ନଡ଼ିଆ ଗଛର ପ୍ରତ୍ୟକ ଅଂଶକୁ କୌଣସି ନା କୌଣସି ରୂପରେ ବ୍ୟବହାର କରାଯାଇଥାଏ l ଏହା ଏକ ଏପରି ଚାଷ ଯେଉଁଥିରୁ ଆପଣ ବହୁତ ଲାଭ ଉପାର୍ଜନ କରିପାରିବେ l ଯଦି ଆପଣ ମଧ୍ୟ ଏହି କୃଷି କରିବାକୁ ଚାହୁଁଛନ୍ତି ତେବେ ଆମର ଏହି ଲେଖାଟିକୁ ନିଶ୍ଚିତ ପଢନ୍ତୁ l
ନଡ଼ିଆ ଚାଷ ପାଇଁ ଉପଯୁକ୍ତ ମାଟି
ନଡ଼ିଆ ଚାଷ ପାଇଁ ବାଲିଆ ମାଟି ହିଁ ଉପଯୁକ୍ତ ହୋଇଥାଏ l ଏହା ସହିତ ନଡ଼ିଆ ଚାଷ ପାଇଁ କ୍ଷେତରେ ଭଲ ଜଳ ମଧ୍ୟ ଉପଲବ୍ଧ ରହିବା ଆବଶ୍ୟକ l ଏହି ଚାଷ ପାଇଁ ଜମିର ପି.ଏଚ ୫.୨ ରୁ ୮.୮ ମଧ୍ୟରେ ରହିବା ଆବଶ୍ୟକ l
ନଡ଼ିଆ ଚାଷ ପାଇଁ ଉପଯୁକ୍ତ ଜଳବାୟୁ ଓ ତାପମାତ୍ରା
ନଡ଼ିଆ ଗଛର ଭଲ ଭାବରେ ବୃଦ୍ଧି ପାଇଁ ଉଷ୍ଣ ଓ ଅଳ୍ପଉଷ୍ଣ ଜଳବାୟୁର ଆବଶ୍ୟକତା ରହିଥାଏ l କିନ୍ତୁ ଯେଉଁ ଜମିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରୁ କମ ଓ ସର୍ବାଧିକ ତାପମାତ୍ରା ୪୦ ରୁ ଅଧିକ ରହିଥାଏ ସେଠାରେ ନଡ଼ିଆ ଗଛ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚି ପାରିନଥାଏ l
ନଡ଼ିଆ ଚାଷ ପାଇଁ ଖତ ଓ ରାସାୟନିକ ଉର୍ବରକ
ନଡ଼ିଆ ଚାଷରେ ଫସଲକୁ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚାଇ ରଖିବା ପାଇଁ ତଥା ଅଧିକ ପରିମାଣରେ ଉତ୍ପାଦନ ପାଇଁ ସନ୍ତୁଳିତ ମାତ୍ରାରେ ଖତ ଓ ଉର୍ବରକର ପ୍ରୟୋଗ କରାଯିବl ଆବଶ୍ୟକ l ବଡ ନଡ଼ିଆ ଗଛରେ ପ୍ରତି ବର୍ଷ ପ୍ରଥମ ବର୍ଷାର ପରେ ପରେ ୩୦ ରୁ ୪୦ କିଲୋ ସଢ଼ିଯାଇଥିବା ଗୋବର ଖତ ଅଥବା କମ୍ପୋଷ୍ଟ ପ୍ରୟୋଗ କରାଯିବା ଆବଶ୍ୟକ l
ନଡ଼ିଆ ଚାଷ ପାଇଁ ଉପଯୁକ୍ତ ଜଳ ସେଚନ
ନଡ଼ିଆ ଗଛରେ ଜଳସେଚନ ପାଇଁ ବୁନ୍ଦା ଜଳ ସେଚନ ପ୍ରଣାଳୀ ହିଁ ଉପଯୁକ୍ତ ହୋଇଥାଏ l କାରଣ ଏହା ଦ୍ୱାରା ଚାରା ଓ ଗଛକୁ ଉପଯୁକ୍ତ ପରିମାଣରେ ଜଳ ଉପଲବ୍ଧ ହୋଇଥାଏ ଓ ଗଛର ବୃଦ୍ଧି ଠିକ ରୂପରେ ହୋଇପାରିଥାଏ l
ନଡ଼ିଆ ତୋଳିବାର ଉପାୟ
ନଡ଼ିଆର ଫଳର ରଙ୍ଗ ଯେତେବେଳେ ସବୁଜ ରଙ୍ଗର ହୋଇଯାଏ ସେତେବେଳେ ଏହାକୁ ତୋଳା ଯାଇଥାଏ l ଏହାର ଫଳକୁ ପାକଳ ହେବାକୁ ୧୫ ମାସରୁ ଅଧିକ ସମୟ ଲାଗିଥାଏ l ଏହାର ଫଳ ସମ୍ପୂର୍ଣ୍ଣ ରୂପେ ପରିପକ୍ଵ ହେବା ପରେ ହିଁ ଏହାକୁ ତୋଳା ଯାଇଥାଏ l
Share your comments