1. ଉଦ୍ୟାନ କୃଷି

ବ୍ୟବସାୟିକ ଭିତିରେ ନଡ଼ିଆ ଚାଷ କରନ୍ତୁ, ଲାଭବାନ ହୁଅନ୍ତୁ !!

ନଡ଼ିଆ ଏକ ଏପରି ଗଛ ଯାହାକି ବହୁତ ଅଧିକ ସମୟ ପର୍ଯ୍ୟନ୍ତ ଫଳ ଯୋଗାଇଥାଏ l ଏହା ପ୍ରାୟତଃ ୮୦ ବର୍ଷ ହେଵା ପରେ ମଧ୍ୟ ସବୁଜିମାରେ ଭରି ରହିଥାଏ l ନଡ଼ିଆର ଉପଯୋଗ ହିନ୍ଦୁ ଧର୍ମର ଲୋକମାନେ ଧାର୍ମିକ କାର୍ଯ୍ୟରେ ମଧ୍ୟ ବହୁଳ ଭାବରେ କରିଥାନ୍ତି l

Sugyan Kumar Nayak
Sugyan Kumar Nayak
Coconut

Coconut

ନଡ଼ିଆ ଏକ ଏପରି ଗଛ ଯାହାକି ବହୁତ ଅଧିକ ସମୟ ପର୍ଯ୍ୟନ୍ତ ଫଳ ଯୋଗାଇଥାଏ l ଏହା ପ୍ରାୟତଃ ୮୦ ବର୍ଷ ହେଵା ପରେ ମଧ୍ୟ ସବୁଜିମାରେ ଭରି ରହିଥାଏ l ନଡ଼ିଆର ଉପଯୋଗ ହିନ୍ଦୁ ଧର୍ମର ଲୋକମାନେ ଧାର୍ମିକ କାର୍ଯ୍ୟରେ ମଧ୍ୟ ବହୁଳ ଭାବରେ କରିଥାନ୍ତି l ନଡ଼ିଆ ଗଛକୁ ଦିବ୍ୟ ଏବଂ ଶୁଭ ଗଛ ବୋଲି ମଧ୍ୟ କୁହାଯାଇଥାଏ l ଏହି ଗଛର ଲମ୍ଵ ୧୦୦ ମିଟରରୁ ମଧ୍ୟ ଅଧିକ ହୋଇଥାଏ l କଞ୍ଚା ନଡ଼ିଆର ଉପଯୋଗ ନଡ଼ିଆର ପାଣି ପାଇଁ ମଧ୍ୟ କରାଯାଇଥାଏ l ନଡ଼ିଆ ଗଛର ପ୍ରତ୍ୟକ ଅଂଶକୁ କୌଣସି ନା କୌଣସି ରୂପରେ ବ୍ୟବହାର କରାଯାଇଥାଏ l ଏହା ଏକ ଏପରି ଚାଷ ଯେଉଁଥିରୁ ଆପଣ ବହୁତ ଲାଭ ଉପାର୍ଜନ କରିପାରିବେ l ଯଦି ଆପଣ ମଧ୍ୟ ଏହି କୃଷି କରିବାକୁ ଚାହୁଁଛନ୍ତି ତେବେ ଆମର ଏହି ଲେଖାଟିକୁ ନିଶ୍ଚିତ ପଢନ୍ତୁ l

ନଡ଼ିଆ ଚାଷ ପାଇଁ ଉପଯୁକ୍ତ ମାଟି

ନଡ଼ିଆ ଚାଷ ପାଇଁ ବାଲିଆ ମାଟି ହିଁ ଉପଯୁକ୍ତ ହୋଇଥାଏ l ଏହା ସହିତ ନଡ଼ିଆ ଚାଷ ପାଇଁ କ୍ଷେତରେ ଭଲ ଜଳ ମଧ୍ୟ ଉପଲବ୍ଧ ରହିବା ଆବଶ୍ୟକ l ଏହି ଚାଷ ପାଇଁ ଜମିର ପି.ଏଚ ୫.୨ ରୁ ୮.୮ ମଧ୍ୟରେ ରହିବା ଆବଶ୍ୟକ l

ନଡ଼ିଆ ଚାଷ ପାଇଁ ଉପଯୁକ୍ତ ଜଳବାୟୁ ଓ ତାପମାତ୍ରା

ନଡ଼ିଆ ଗଛର ଭଲ ଭାବରେ ବୃଦ୍ଧି ପାଇଁ ଉଷ୍ଣ ଓ ଅଳ୍ପଉଷ୍ଣ ଜଳବାୟୁର ଆବଶ୍ୟକତା ରହିଥାଏ l କିନ୍ତୁ  ଯେଉଁ ଜମିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରୁ କମ ଓ ସର୍ବାଧିକ ତାପମାତ୍ରା ୪୦ ରୁ ଅଧିକ ରହିଥାଏ ସେଠାରେ ନଡ଼ିଆ ଗଛ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚି ପାରିନଥାଏ l

ନଡ଼ିଆ ଚାଷ ପାଇଁ ଖତ ଓ ରାସାୟନିକ ଉର୍ବରକ

ନଡ଼ିଆ ଚାଷରେ ଫସଲକୁ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚାଇ ରଖିବା ପାଇଁ ତଥା ଅଧିକ ପରିମାଣରେ ଉତ୍ପାଦନ ପାଇଁ ସନ୍ତୁଳିତ ମାତ୍ରାରେ ଖତ ଓ ଉର୍ବରକର ପ୍ରୟୋଗ କରାଯିବl ଆବଶ୍ୟକ l ବଡ ନଡ଼ିଆ ଗଛରେ ପ୍ରତି ବର୍ଷ ପ୍ରଥମ ବର୍ଷାର ପରେ ପରେ ୩୦ ରୁ ୪୦ କିଲୋ ସଢ଼ିଯାଇଥିବା ଗୋବର ଖତ ଅଥବା କମ୍ପୋଷ୍ଟ ପ୍ରୟୋଗ କରାଯିବା ଆବଶ୍ୟକ l

ନଡ଼ିଆ ଚାଷ ପାଇଁ ଉପଯୁକ୍ତ ଜଳ ସେଚନ

ନଡ଼ିଆ ଗଛରେ ଜଳସେଚନ ପାଇଁ ବୁନ୍ଦା ଜଳ ସେଚନ ପ୍ରଣାଳୀ ହିଁ ଉପଯୁକ୍ତ ହୋଇଥାଏ l କାରଣ ଏହା ଦ୍ୱାରା ଚାରା ଓ ଗଛକୁ ଉପଯୁକ୍ତ ପରିମାଣରେ ଜଳ ଉପଲବ୍ଧ ହୋଇଥାଏ ଓ ଗଛର ବୃଦ୍ଧି ଠିକ ରୂପରେ ହୋଇପାରିଥାଏ l

ନଡ଼ିଆ ତୋଳିବାର ଉପାୟ

ନଡ଼ିଆର ଫଳର ରଙ୍ଗ ଯେତେବେଳେ ସବୁଜ ରଙ୍ଗର ହୋଇଯାଏ ସେତେବେଳେ ଏହାକୁ ତୋଳା ଯାଇଥାଏ l ଏହାର ଫଳକୁ ପାକଳ ହେବାକୁ ୧୫ ମାସରୁ ଅଧିକ ସମୟ ଲାଗିଥାଏ l ଏହାର ଫଳ ସମ୍ପୂର୍ଣ୍ଣ ରୂପେ ପରିପକ୍ଵ ହେବା ପରେ ହିଁ ଏହାକୁ ତୋଳା ଯାଇଥାଏ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments