1. ଉଦ୍ୟାନ କୃଷି

ଘରେ ଲଗାନ୍ତୁ ନାଲି ଆଳୁ

ଘରେ ଲଗାନ୍ତୁ ନାଲି ଆଳୁ

KJ Staff
KJ Staff

ସୁସ୍ୱାଦୁ ନାଳିଆ ଆଳୁ ରେ ଭରି ରହିଥାଏ ପୋଷକ ତତ୍ୱ ଏବଂ ଔଷଧୀୟ ଗୁଣ |ତେବେ ଏହି ଆଳୁ ବଜାରରେ ଖୁବ କମ ଦେଖିବାକୁ ମିଳିଥାଏ |ତେଣୁ ଏହାକୁ ଘରେ ଉତ୍ପାଦନ କରିବାର ପ୍ରୟାସ କରନ୍ତୁ |ଏହାକୁ ଲଗାଇବା ର ଉପାୟ ବେଶ ସହଜ |ନାଳିଆ ଆଳୁ ବିଷୟରେ ଅଧିକ ଜାଣିବା ଲାଗି ଏଠାରେ କ୍ଲିକ କରନ୍ତୁ |

କେମିତି ହେବ ନାଲି ଆଳୁ ଉତ୍ପାଦନ ? ୧) ପ୍ରଥମେ ନିଜ ଘର ବାଡ଼ି ରେ ବା କୁଣ୍ଡ ରେ ଏକ ଉପଯୁକ୍ତ ସ୍ଥାନ ଚୟନ କରନ୍ତୁ |ସେହି ସ୍ଥାନ ରେ ମାଟି ର ଅମ୍ଳତା ୬.୦ ରୁ ୬.୫ ରହିବା ଆବଶ୍ୟକ |ଏବେ ସେହି ମାଟି କୁ ଅଳ୍ପ ଖୋଲି ସେଥିରେ ସଢା ଗୋବର ଖତ ଦେଇ ଭଲ ଭାବେ ମାଟି ଘୋଡାଇ ଦିଅନ୍ତୁ|ଏହା ଦ୍ୱାରା ଗଛ କୁ ଉଚିତ ମାତ୍ରା ରେ ପୋଷଣ ମିଳିଥାଏ | ୨)ଲଗାଇବାର ୨ ଦିନ ଆଗରୁ ଆଳୁ କୁ ଫାଳ ଫାଳ କରି କାଟନ୍ତୁ |ପ୍ରତ୍ୟେକ ଫାଳ ରେ ୨- ୩ ଟି ବଡ଼ ବା ଆଖି ରଖିବା ଆବଶ୍ୟକ |୨ ଦିନ ଆଗରୁ କାଟିଲେ ଏଥିରେ ପ୍ରାକୃତିକ ଭାବେ ଏକ ଚମ ସୃଷ୍ଟି ହୁଏ ଯାହା ଆଳୁ ମଞ୍ଜି କୁ ରୋଗ ବା ପୋକ ଦାଉ ରୁ ରକ୍ଷା କରେ |

୩)୨ ଦିନ ପରେ ଏହି କଟା ଆଳୁ କୁ ମାଟି ରେ ୩-୫ ଇଞ୍ଚ ଗଭୀରତା ରେ ପୋତନ୍ତୁ|ପୋତିବା ସମୟରେ ଆଳୁ ର କଟା ମୁହଁ ତଳକୁ ରଖିବା ଆବଶ୍ୟକ |

୪)ମଞ୍ଜି ରୁ ମଞ୍ଜି ୧୨ ଇଞ୍ଚ ର ବ୍ୟବଧାନ ଏବଂ ଧାଡି କୁ ଧାଡି ୨ ଫୁଟ ର ବ୍ୟବଧାନ ରଖିବା ଆବଶ୍ୟକ | ପୋତିବା ପରେ ମାଟି ଦେଇ ତାକୁ ଘୋଡାଇ ଦିଅନ୍ତୁ

୫)ମଞ୍ଜି ଲାଗିଲା ପରେ ଭଲ ଭାବେ ପାଣି ଦିଅନ୍ତୁ |କିଛି ଦିନ ପରେ ଏଥିରୁ ଷ୍ଟୋଲନ ବା ପତଳା ସୁତୁଲି ପରି ଡେମ୍ଫ ବାହାରିବା ଆରମ୍ଭ ହେଲେ ତାକୁ ୬ ଇଞ୍ଚ ଯାଏ ମାଟି ଦେଇ ଘୋଡ଼ନ୍ତୁ |ନୂଆ ତିଆରି ହେଉଥିବ ଆଳୁ ରେ ଅଧିକ ସୂର୍ଯ୍ୟାଲୋକ ପଡିଲେ ତାହା ଧୀରେ ଧୀରେ ସବୁଜ ରଙ୍ଗ ହୋଇଯାଏ ଏବଂ ଅମଳ ପରେ ପିତା ଆଗେ |

୬)ସପ୍ତାହ କୁ ୨-୩ ଥର ଆବଶ୍ୟକ ଅନୁଯାୟୀ ସେଥିରେ ପାଣି ଦିଅନ୍ତୁ |ଏମିତି କଲେ ମାଟି ସର୍ବଦା ନରମ ରହେ ଏବଂ ଆଦ୍ରତା ସଠିକ ରହିଥାଏ |

୭)ଆଳୁ ବଢିବା ଆରମ୍ଭ କଲେ ସେଥିରେ ନଡା ,କୁଟା ,ନଡ଼ିଆ କତା ଇତ୍ୟାଦି ଦେଇ ଘୋଡାଇ ଦିଅନ୍ତୁ |ଏହା ପାଣି ସଂରକ୍ଷଣ କରେ ଏବଂ ଆଳୁ କୁ ବଢିବାକୁ ସାହାଯ୍ୟ କରେ |

୮)ଲଗାଇବାର ୭-୮ ସପ୍ତାହ ପରେ ଆଳୁ ଅମଳ ଯୋଗ୍ୟ ହୁଏ |ତେବେ ଏହାକୁ ୩-୪ ଇଞ୍ଚ ଲମ୍ବା ହେଲା ପରେ ଅମଳ କରିବା ଉଚିତ|ଆଳୁ ଖୋଲି କାଢିଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ |ନୂଆ ଆଳୁ ର ଚମଡା ବହୁ ପତଳା ଥାଏ ତେଣୁ ତାହା ନଷ୍ଟ ହେଲେ ଏଥିରେ ପୋକ ଲାଗିବାର ବା ରୋଗ ହେବାର ସମ୍ଭାବନା ଅଛି |

୯)ଅମଳ ପରେ ଆଳୁ କୁ ଥଣ୍ଡା ଜାଗାରେ ରେ ରଖନ୍ତୁ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments