1. ଉଦ୍ୟାନ କୃଷି

ଏହି ପତ୍ର ଦେବ ଚିନ୍ତା ରୁ ମୁକ୍ତି

ଏହି ପତ୍ର ଦେବ ଚିନ୍ତା ରୁ ମୁକ୍ତି

KJ Staff
KJ Staff

ଏହି ବିଶିଷ୍ଟ ମସଲା କରେ ଅଦ୍ଭୁତ୍ତ ସ୍ୱାସ୍ଥ୍ୟ ଉପଚାର !
ରୋଷେଇ କରିଲା ବେଳେ ଏହାକୁ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ ...
ଜାଣନ୍ତୁ ଭୃଷୁଙ୍ଗା ପତ୍ର ର ସ୍ୱାସ୍ଥ୍ୟ ଉପାଦେୟତା ..

"କଡୀ ପତ୍ତା" ନାମରେ ସୁପରିଚିତ ଏହି ବିଶିଷ୍ଟ ପତ୍ର ଦକ୍ଷିଣ ଭାରତ ରେ ହାରାହାରି ସମସ୍ତ ବ୍ୟଞ୍ଜନ ର ଏକ ଵିଶିତ ଅଂଶ |ଖାଦ୍ୟ କୁ ଅପୂର୍ବ ସ୍ୱାଦ ଓ ମହକ ଦେବା ସହ ଏହା ଆପଣଙ୍କ ଶରୀର ପାଇଁ ମଧ୍ୟ ବେଶ ପ୍ରଭାବଶାଳୀ |ହେଲେ ଜାଣିଛନ୍ତି କି ଏହା ଆପଣଙ୍କ ସ୍ୱାସ୍ଥ୍ୟ ର କିପରି ଉପଚାର କରେ ?
ତେବେ ଆସନ୍ତୁ ଜାଣିବା ଏହାର ବିଶେଷ ଉପଯୋଗ :

୧)ମଧୁମେହ କୁ କରେ ନିୟନ୍ତ୍ରଣ :

ବୈଜ୍ଞାନିକ ମତରେ ଏହାର ନିୟମିତ ବ୍ୟବହାର ଦ୍ୱାରା ଇନ୍ସୁଲିନ ଉତ୍ପାଦନ କରୁଥିବା କୋଶିକା ଗୁଡିକ ଅଧିକ ସକ୍ରିୟ ହୋଇଥାନ୍ତି ଫଳରେ ରକ୍ତ ରେ ଶର୍କରା ମାତ୍ର ଉଚିତ ଭାବେ ନିୟନ୍ତ୍ରିତ ହୋଇଥାଏ |

୨)ହଜମ କରିବାରେ ସାହାଯ୍ୟ :

ବହୁ ପ୍ରାଚୀନ କାଳରୁ ପ୍ରଚଳିତ ଥିବା ଏହି ପତ୍ର ର ବ୍ୟବହାର ଦ୍ୱାରା ଆପଣଙ୍କ ଖାଦ୍ୟ ଉଚିତ ଭାବେ ହଜମ ହେବା ସାଙ୍ଗରେ ଆପଣଙ୍କୁ କୋଷ୍ଟ କାଠିନ୍ୟ ପରି ସମସ୍ୟା ରୁ ମୁକ୍ତି ଦେଇଥାଏ |ତେବେ ଯଦି ଆପଣ ବାରମ୍ବାର ଗ୍ୟାସ ପରି ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ତେବେ ଏହାକୁ ନିଶ୍ଚିନ୍ତ ନିଜ ବ୍ୟଞ୍ଜନ ରେ ସାମିଲ କରନ୍ତୁ |


୩)ଗର୍ଭଧାରଣ କରିଥିବା ମହିଳାଙ୍କ ଲାଗି :

ଗର୍ଭଧାରଣ ହେତୁ ହେଉଥିବା ବାରମ୍ବାର ବାନ୍ତି ଇତ୍ୟାଦି ସମସ୍ୟା ରୁ ଲାଘବ ପାଇବା ଲାଗି ନିୟମିତ ଭୃଷୁଙ୍ଗା ପତ୍ର ର ବ୍ୟବହାର କରନ୍ତୁ |ଏହା ଖାଦ୍ୟ ଭଲ ଭାବେ ହଜମ କରାଇବା ସହ ଏହି ସମସ୍ୟା ରୁ ମୁକ୍ତି ଦେଇଥାଏ |

୪)ଚିନ୍ତା ରୁ ମୁକ୍ତି :

ବର୍ତମାନ ଜୀବନଶୈଳୀ ରେ ବିଭିନ୍ନ କାରଣରୁ ଚିନ୍ତିତ ରହିବ ସମସ୍ତ ବର୍ଗ ର ବ୍ୟକ୍ତି ଙ୍କ ଲାଗି ସ୍ୱାଭାବିକ ହୋଇଗଲାଣି |ତେବେ ଭୃଷୁଙ୍ଗା ପତ୍ର କୁ ବ୍ୟବହାର କରିଲା ବେଳେ ହେଉଥିବା ବାସ୍ନା ଶରୀର କୁ ଚିନ୍ତାମୁକ୍ତ ଓ ଆରାମ ଦେଉଥିବାର ପ୍ରମାଣିତ କରାଯାଇଛି |

୫)କଟା ଘା ବା ଖଣ୍ଡିଆ ହୋଇଥିଲେ ମଧ୍ୟ ଏହି ପତ୍ର କୁ ବାଟି ସେହି କ୍ଷତ ଉପରେ ଲଗାନ୍ତୁ |ଏହା କଷ୍ଟ ରୁ ଲାଘବ ଦେବା ସାଙ୍ଗରେ ଇନଫେକ୍ସନ କୁ ବଢିବାକୁ ଦିଏ ନାହିଁ |

 

୬) କେଶ ଓ ତ୍ୱଚା ଲାଗି :

ଅଧିକ କେଶ ଝଡୁଥିଲେ ,ଏହାକୁ ଗରମ ପାଣି ରେ ସିଝାଇ ସେହି ପାଣି ରେ ମୁଣ୍ଡ ଧୁଅନ୍ତୁ |ବ୍ରଣ ହୋଇଥିଲେ ମଧ୍ୟ ଏହାକୁ ବାଟି ଲଗାଇପାରିବେ |

କେଉଁ ସମୟରେ ଏହାକୁ ବ୍ୟବହାର କରିବା ଉଚିତ ?


ଏହାକୁ ଆପଣ ଦିନର ଯେକୌଣସି ସମୟରେ ବ୍ୟବହାର କରିପାରିବେ |ବିଶେଷ କରି ଏହାକୁ ଖାଲି ପେଟ ରେ ଖାଇଲେ ଏହା ଶରୀର ଉପରେ ଅଧିକ ପ୍ରଭାବଶୀଳ ହୋଇଥାଏ ଓଜନ ହ୍ରାସ କରିବାକୁ ଚାହୁଁଥିଲେ ମଧ୍ୟ ଏହାକୁ ଖାଲି ପେଟ ରେ ଖାଆନ୍ତୁ |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments