ଧନ୍ଵନ୍ତରୀ(Lemongrass) ଭାରତର ବିଭିନ୍ନ ଭାଗରେ ଦେଖାଯାଉଥିବା ଏକ ତୃଣଜାତୀୟ ବନସ୍ପତି । ସୁଗନ୍ଧି ଉଦ୍ୟୋଗ ତଥା ଔଷଧୀୟ କାର୍ଯ୍ୟ ପାଇଁ ଏହାର ବ୍ୟବହାର ହୋଇଥାଏ । ଏଥି ସଙ୍ଗେ ସଙ୍ଗେ ଏହାକୁ ବିଭିନ୍ନ ଖାଦ୍ୟ ପଦାର୍ଥର ପ୍ରସ୍ତୁତି ପାଇଁ ମଧ୍ୟ ବ୍ୟବହାର କରାଯାଏ । ସୁତରାଂ ଏହାର ବ୍ୟବହାର ଓ ଚାହିଦା ରାଷ୍ଟ୍ରୀୟ ତଥା ଆନ୍ତଃରାଷ୍ଟ୍ରୀୟ ବଜାରରେ ବୃଦ୍ଧି ପାଉଥିବାରୁ ଏହାକୁ ଭଉଳ ଭାବରେ ଚାଷ କରାଯିବାର ଆବଶ୍ୟକତା ରହିଛି ।
ଔଷଧି ବିଶେଷ ଓ ରାସାୟନିକ ସଂଗଠନ:
ଏଥିରୁ ସାଇମ୍ବୋଗୋଗୋନ ଫ୍ଲେକସିଓସସ ସର୍ବାଧିକ ଗୁଣାତ୍ମକମାନର ତେଲ ଯୋଗାଇଥାଏ । ତେଣୁ ଏହାକୁ ବ୍ୟବସାୟିକ ଦୃଷ୍ଟିରୁ ଚାଷ କରାଯାଉଅଛି । ଏଥିରେ ୮୦-୯୦ ଭାଗ ପର୍ଯ୍ୟନ୍ତ ସୁଗନ୍ଧିଯୁକ୍ତ ଦ୍ରବ୍ୟ ଥାଏ । ଧ୍ଵନ୍ଵନ୍ତରୀ ତେଲ ମୁଖ୍ୟତଃ ସିଟ୍ରଲ-ଏ , ସିଟ୍ରଲ-ବି ,ଫେରେନସାଲ, ଫର୍ନିମାଲ ,ବିଟା ଟର୍ପିନିୟାଲ ଏବଂ ଜୋରିନିୟାଲ ତଥା ନିରାଲ ରହିଥାଏ ।
ଔଷଧ ପ୍ରୟୋଗ : ବ୍ୟବସାୟିକ ଦୃଷ୍ଟିରୁ ଧ୍ଵନ୍ଵନ୍ତରୀ ଘାସର ମୁଖ୍ୟତଃ ପତ୍ର ଓ ତେଲ ଉପଯୋଗୀ ଅଟେ । ଏହାର ତେଲ ସୁଗନ୍ଧଯୁକ୍ତ ସାବୁନ , ଧୂପକାଠି ଓ ଅତର ଆଦି ଦ୍ରବ୍ୟ ତିଆରିରେ ବ୍ୟବହାର ହୋଇଥାଏ । ଏହି ତେଲର ବ୍ୟାକ୍ଟେରିଆର ବୃଦ୍ଧି ରୋକିବାର କ୍ଷମତା ଥିବାରୁ ଏହାକୁ ଜ୍ଵର ଉପଚାର ପାଇଁ ମଧ୍ୟ ବ୍ୟବହାର କରାଯାଏ । ଏହାକୁ ପାନୀଯରେ ସୁଗନ୍ଧି ବୃଦ୍ଧି ପାଇଁ ମଧ୍ୟ ବ୍ୟବହାର କରାଯାଏ । ଏହାବ୍ୟତୀତ , ଏହାକୁ ଚାଇନିଜ ଏବଂ ଥାଇଲାଣ୍ଡରେ ଖାଦ୍ୟଦ୍ରବ୍ୟ ପ୍ରସ୍ତୁତିରେ ବହୁଳ ଭାବରେ ବ୍ୟବହାର କରାଯାଏ ।
ଏହାର ପତ୍ର ଖୁବ ଉପଯୋଗୀ । ଏହାକୁ ଚା ପ୍ରସ୍ତୁତି ରେ ବ୍ୟବହାର କରାଯାଏ ।‘ ହରବାଲ-ଟି ପ୍ରସ୍ତୁତ କରାଯାଏ ଫାନ୍ସ , ଇଂଲଣ୍ଡ ଆଦି ବିକଶିତ ଦେଶକୁ ପଠାଯାଇପାରୁନି । ଏହାର ପତ୍ର ଜ୍ଵର ସମୟରେ ତାପମାତ୍ରା କମାଇବାରେ ବ୍ୟବହୃତ ହୋଇଥାଏ । ଏହା ଆଣ୍ଠୁଗଣ୍ଠି ଦରଦ , ମୁତ୍ରଜନିତ ରୋଗ ଓ ଅମ୍ଳ ସମସ୍ୟାର ଉପଚାର ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ ।
ଚାଷ ପ୍ରଣାଳୀ
ଜଳବାୟୁ : ଉଷ୍ଣ ଆଦ୍ର ଜଳବାୟୁରେ ଏହି ତୃଣ ଭଲ ଭାବରେ ବଢିଥାଏ । ବର୍ଷସାରା ଉପଯୁକ୍ତ ପରିମାଣରେ ବର୍ଷା ହେଲେ ଏହି ଫସଲର ଉତ୍ତମ ଅଭିବୃଦ୍ଧିରେ ସହାୟକ ହୋଇଥାଏ । ଜଳସେଚନ ଠିକ ଭାବରେ ନ ହେଲେ ଶୁଷ୍କ ସ୍ଥାନରେ ଏହାର କ୍ରିୟାଶୀଳ ତତ୍ତ୍ଵ ହ୍ରାସ ପାଇଥାଏ ।
ଜମି ପ୍ରସ୍ତୁତି ଓ ରୋପଣ ପଦ୍ଧତି : ବର୍ଷା ଆରମ୍ଭ ପୂର୍ବରୁ ଭଲ ଭାବରେ- ଦୁଇ- ତିନି ଥର ଚାଷ କରିବା ଉଚିତ । ମାଟିକୁ ଭଲ ଭାବେ ଗୁଣ୍ଡ କରି ସେଥିରେ ହେକ୍ଟର ପ୍ରତି ୧୦ ଗାଡି ଗୋବର ଖତ ୨୦ କିଗ୍ରା , ଆଲଡ୍ରିନ ଡଷ୍ଟ ୫୦ କିଗ୍ରା, ସୁପର ଓ ୩୦ କିଗ୍ରା ପଟାସ ମିଶାଇଦିଆଯାଏ । ବର୍ଷାପାଗ ଦେଖି ପୁଆ ଚାରାକୁ ମାଟି ଖୋଳି ଧାଡି ଧାଡି କରି ପୋତିଦିଆଯାଏ । ଧାଡିରୁ ଓ ଧାଡି ଗଚରୁ ଗଛ ମଧ୍ୟରେ ୫୦ ସେମି ବ୍ୟବଧାନ ରହିବା ଦରକାର । ୮ ରୁ ୧୦ ସେମି ଗଭୀର ଗାତ ଖୋଳି ପ୍ରତି ଗାତରେ ଦୁଇଟି କରି ପୁଆଚାରା ଲଗାଇବାରେ ମୂଳକୁ ମାଟି ସହିତ ଚାପି ଦିଆଯାଏ । ବର୍ଷାଦିନେ ଚାରା ଲଗାଇବାର ଜମିରେ ଆଉ ଜଳସେଚନର ଆବଶ୍ୟକତା ହୁଏ ନାହିଁ । ଚାରା ଲଗାଇବାର ୧୦ ଦିନ ପର୍ଯ୍ୟନ୍ତ ଯଦି ବର୍ଷା ନ ହୁଏ ତେବେ ଜମିରେ ପାଣି ମଡାଇବା ଆବଶ୍ୟକ ।
ଘାସ ବିଛା, କୋଡ଼ାଖୁସା ଓ ସାର ପ୍ରୟୋଗ :
ଗଛ ଲଗାଇବାର ୨୫ରୁ ୩୦ ଦିନ ପରେ ଜମିକୁ ଖୁସାଇ ଅନାବନା ଘାସସବୁକୁ ପରିଷ୍କାର କରାଯାଏ ଏବଂ ହେକ୍ଟର ପ୍ରତି ୬୦ କିଗ୍ରା , ନାଇଟ୍ରୋଜେନ ସାର ପ୍ରୟୋଗ କରାଯାଏ । ଧ୍ଵନ୍ଵନ୍ତରୀ ଘାସ ତିନିମାସ ବଢିଲା ପରେ ବୁଦାର ୧୫ ସେମି ଉପରୁ ଗଛ କଟାଯାଏ । ଘାସ କାଟିବା ପରେ ଜମିକୁ ପୁନର୍ବାର ଖୁସାଖୁସି କରି ହେକ୍ଟର ପ୍ରତି ୫୦ କିଗ୍ରା, ସୁପର ୩୦ କିଗ୍ରା , ପଟାସ ଓ ୨୦ କିଗ୍ରା ଯବକ୍ଷାରଜାଣ ସାର ୫୦ କିଗ୍ରା , ପ୍ରୟୋଗ କଲେ କଲେ ହେକ୍ଟର ପ୍ରତି ୧୦ରୁ ୧୫ ଟନ ପର୍ଯ୍ୟନ୍ତ କଞ୍ଚା ଧ୍ଵନ୍ଵନ୍ତରୀ ଘାସ ମିଳିଥାଏ ଏବଂ ଅମଳ ପରିମାଣ ଧିରେ ଧିରେ ବୃଦ୍ଧି ପାଇଥାଏ । କାଟିବାରେ ବିଳମ୍ବ ହେଲେ ଘାସର କାଣ୍ଡ ବଢିଥାଏ , ଯାହାଦ୍ଵାରା ପତ୍ରରେ ଥିବା ତୈଳ ଅଂଶ କମିଯାଏ ।
ଅମଳ : ଘାସକୁ ପ୍ରତି ୬୦ରୁ ୭୦ ଦିନ ମଧ୍ୟରେ କାଟିଲେ ଅଧିକ ତେଲ ଆମଦାନୀ ହୋଇଥାଏ । ନିପାଣିଆ ଜମିରେ ଉକ୍ତ ଚାଷରୁ ତିନିଥର ଅମଳ ମିଳିଥାଏ କିନ୍ତୁ ଜଳସେଚନ ଜମିରେ ଚାଷ କଲେ ୫-୬ ଥର ଅମଳ କରାଯାଇପାରିବ । ଗଛରେ ଫୁଲ ଆସିଗଲେ ତୈଳ ଆମଦାନୀ ମଧ୍ୟ କମିଯାଏ । ତେଣୁ ଆକ୍ଟୋବର ଠାରୁ ଜୁନ ମାସ ପର୍ଯ୍ୟନ୍ତ ପ୍ରତି ୬୦-୭୦ ଦିନ ବ୍ୟବଧାନରେ ଅମଳ କଲେ ଅଧିକ ପରିମାଣର ସୁଗନ୍ଧ ତୈଳର ଆମଦାନୀ ହୋଇଥାଏ ।
ରୋଗପୋକ ନିୟନ୍ତ୍ରଣ ବ୍ୟବସ୍ଥା : ଧ୍ଵନ୍ଵନ୍ତରୀ ଘାସକୁ ସାଧାରଣତଃ କୌଣସି ରୋଗପୋକ ପ୍ରଭାବିତ କରିନଥାନ୍ତି । ଫଳରେ ପ୍ରତିଷେଧକର ଆବଶ୍ୟକତା ପଡେ ନାହିଁ । ଶୀତ ଋତୁରେ ଅଧିକ କାକର ପଡିଲେ ଧ୍ଵନ୍ଵନ୍ତରୀ ଗଛ ବଢିବାରେ ବାଧାପ୍ରାପ୍ତ ହୁଏ । ବୁଦାଗୁଡିକ ପୁରୁଣା ହୋଇଗଲେ ୭-୧୦ ବର୍ଷର ବୁଦାକୁ ବୁଦା ଲଗାଯାଏ ଏବଂ ଏହାର ମୂଳ ଶୁଖିଯାଇ ଉଈ ଧରେ । ତେଣୁ ଏହି ବୁଦାଗୁଡିକ ବର୍ଷାଦିନ ପୂର୍ବରୁ ପୋତିଦେଲେ ଗଛର ବହୁଲତା କମିଯାଏ ଏବଂ ନୂଆ କୁଆଁ ବାହାରି ପୁନର୍ବାର ଅଧିକ ଅମଳକ୍ଷମ ହୁଏ ।