1. ଉଦ୍ୟାନ କୃଷି

ଲାଭଦାୟକ ଚାଷ ଜାମୁରୋଳ...

ଆପଣ ଯଦି ଗ୍ରାମାଞ୍ଚଳରେ ଜନ୍ମ ହୋଇଛନ୍ତି ଓ ଅଧିକାଂଶ ସମୟ ଅତିବାହିତ କରିଛନ୍ତି, ତେବେ ଆପଣ ନିଶ୍ଚିନ୍ତ ଜାମୁରୋଳ କୋଳି ଖାଇଥିବେ । ଜାମୁରୋଳ ବିଶେଷକରି ପିଲାମାନଙ୍କର ଆଦରର ଫଳ । କେହି କେହି ଏହାକୁ ଜାମୁଡୋଳ ବୋଲି କୁହନ୍ତି, ଏହାର ଇଂରାଜି ନାଁ ୱାଟର ଆପଲ୍ (Water Apple) । ଏହାର ବାସ୍ନା ଗୋଲାପ ଫୁଲ ଭଳି, ତେଣୁ କେହି କେହି ଏହାକୁ ଗୋଲାପ ଜାମୁ ବୋଲି ମଧ୍ୟ କହିଥାନ୍ତି । ଏହି କୋଳି ପାଟିକୁ ଯେତିକି ସୁଆଦିଆ ଲାଗେ, ପେଟ ପାଇଁ ମଧ୍ୟ ସେତିକି ହୀତକର ହୋଇଥାଏ।

Priyambada Rana
Priyambada Rana
Benefits of Water Apple Farming

Benefits of Water Apple Farming

ଆପଣ ଯଦି ଗ୍ରାମାଞ୍ଚଳରେ ଜନ୍ମ ହୋଇଛନ୍ତି ଓ ଅଧିକାଂଶ ସମୟ ଅତିବାହିତ କରିଛନ୍ତି, ତେବେ ଆପଣ ନିଶ୍ଚିନ୍ତ ଜାମୁରୋଳ କୋଳି ଖାଇଥିବେ । ଜାମୁରୋଳ ବିଶେଷକରି ପିଲାମାନଙ୍କର ଆଦରର ଫଳ । କେହି କେହି ଏହାକୁ ଜାମୁଡୋଳ ବୋଲି କୁହନ୍ତି, ଏହାର ଇଂରାଜି ନାଁ ୱାଟର ଆପଲ୍ (Water Apple) । ଏହାର ବାସ୍ନା ଗୋଲାପ ଫୁଲ ଭଳି, ତେଣୁ କେହି କେହି ଏହାକୁ ଗୋଲାପ ଜାମୁ ବୋଲି ମଧ୍ୟ କହିଥାନ୍ତି । ଏହି କୋଳି ପାଟିକୁ ଯେତିକି ସୁଆଦିଆ ଲାଗେ, ପେଟ ପାଇଁ ମଧ୍ୟ ସେତିକି ହୀତକର ହୋଇଥାଏ। ଏହି କୋଳି ପ୍ରାୟତଃ ଭାରତ ଓ ଇଣ୍ଡୋନେସିଆରେ ଦେଖିବାକୁ ମିଳିଥାଏ ।

ଜଳବାୟୁ:

ଜାମୁରୋଳ ଏକ ଗ୍ରୀଷ୍ମମଣ୍ଡଳୀୟ ଫଳ। ଭଲ ବର୍ଷା ହେଉଥିବା ଜାଗାରେ ଏହା ଭଲ ହୁଏ । ସମୁଦ୍ର ପତ୍ତନଠାରୁ ୬୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଏହାର ଚାଷ କରାଯାଇପାରିବ ।

ମୃତ୍ତିକା :

ଅଧିକାଂଶ ମାଟିରେ ଜାମୁରୋଳ ଚାଷ ଅସମ୍ଭବ ହୋଇଥାଏ । ସାଧାରଣତଃ ସନ୍ତସନ୍ତିଆ ମାଟିରେ ଏ ଗଛ ଉଧାଏ ନାହିଁ । ନିଗିଡା ଓ ଦୋରସା ମାଟିରେ ବିନା ଖତ ସାରରେ ମଧ୍ୟ ଏହି ଚାଷ ଭଲ ଅମଳ ଦେଇଥାଏ।

କିସମ:

ଜାମୁରୋଳ କୋଳିର ସେପରି କୌଣସି ଉନ୍ନତ କିସମ ନାହିଁ। ଭଲ ଫଳୁଥିବା ଗଛରୁ କଲମୀ କରି ଗଛ ଲଗାଇବା କଥା।

ବଂଶ ବିସ୍ତାର

ମଞ୍ଜିରୁ ଓ ଗୁଟି କଲମୀ ଦ୍ଵାରା ଏହାର ବଂଶ ବିସ୍ତାର କରାଯାଏ ।

ରୋପଣ:

ଜୁନ-ଜୁଲାଇ ଓ ସେପ୍ଟେମ୍ବର ଅକ୍ଟୋବର ମାସରେ ଗଛ ଲଗାଯାଇ ପାରିବ । ଗୋଲାପ ଜାମୁ ୫/୬ ମିଟର ଦୂରତାରେ ଓ ଜାମୁରୋଳ ୭/୮ ମିଟର ଦୂରତାରେ ଲଗାଯାଏ । ଗଛ ଲଗାଇବା ପାଇଁ ୬୦ ସେମି ଗୋଲେଇ ଓ ୬୦ ସେମି ଗଭୀରରେ ଗାତ କରାଯାଏ । ଗଛ ଲଗାଇବା ପୂର୍ବରୁ ଗାତରେ ଏକ ଝୁଡି ଖତ ସହ ଏକ କେଜି ଜୈବିକସାର ଓ ୫୦ଗ୍ରାମ କ୍ଲୋରପାଇରିଫସ ଗୁଣ୍ଡ ଦେଇ ଗଛ ଲଗାଯାଏ ।

ଖତ ସାର:

ଗୋଲାପଜାମୁ ଓ ଜାମୁ ରୋଳ ଗଛରେ ସାଧାରଣତଃ କେହି ଖତ ସାର ଦିଅନ୍ତିନି । କିନ୍ତୁ ଗଛ ପିଛା ବର୍ଷକୁ ଝୁଡିଏ ଖତ ଓ ଏକ କେଜି ଜୈବିକସାର ଦେଲେ ଭଲ ଅମଳ ମିଳେ ।

ଜଳସେଚନ:

ଗଛଲଗାଇବାରେ ପ୍ରଥମ ବର୍ଷ ଜଳସେଚନ ଦର୍କାର କରେ । ଗଛ ଥରେ ଭଲ ଭାବରେ ବଞ୍ଚିଗଲାପରେ , ବର୍ଷା ଜଳ ଉପରେ ନିର୍ଭର କରି ଭଲ ଫଳ ଦିଏ । ତେବେ ଯେଉଁ ବର୍ଷ ଭଲ ବର୍ଷା ନହୁଏ ଖରାଦିନେ ଜଳସେଚନ ଜଳସେଚନ ଆବଶ୍ୟକ ହୋଇଥାଏ ।

ରୋଗ ପୋକ:

ଗୋଲାପ ଜାମୁ ଓ ଜାମୁରୋଳ ଗଛରେ ଗଲଫ୍ଲାଇ, କାତିପୋକ ଓ ପତ୍ରଖିଆ ଶଁବାଳୁଆ ଲାଗନ୍ତି । ମାଲାଥିଆନ ରୋଗର ଇତ୍ୟାଦି ପକାଇ ପୋକକୁ ଆୟତ କରାଯାଏ । କାଉ, ବାଦୁଡି, ଗୁଣ୍ଡିଚି ମୂଷା ଇତ୍ୟାଦି ଫଳକୁ ଖାଇ ନଷ୍ଟ କରିଦିଅନ୍ତି ।

ଗୋଲାପ ଜାମୁରେ ଫୁଲ ବସନ୍ତ ଋତୁରେ ଫୁଟେ ଓ ଗ୍ରୀଷ୍ମ ଋତୁରେ ଅମଳ ହୁଏ। ଫଳ ଦେଖିବାକୁ ଗଲଫବଲ ପରି ଏବଂ ଏହାର ରଙ୍ଗ ଈଷତ ସବୁଜ। ଫଳ ସ୍ପଞ୍ଜ ପରି ନରମ ଓ ବିଶେଷ ସୁଗନ୍ଧ ଯୁକ୍ତ । ଜାମୁରୋଳ ଫଳ ସାମାନ୍ୟ ପାଣିଚିଆ ଓ ଏହା ଗୋଲାପଜାମୁ ପରି ଏତେ ସ୍ଵାଦୁକର ଓ ସୁଗନ୍ଧଯୁକ୍ତ ନୁହେଁ । ଗୋଲାପ ଜାମୁ ଗଛରୁ ବର୍ଷକୁ ପ୍ରାୟ ୧୫କେଜି ଫଳ ଓ ଜାମୁରୋଳ ଗଛରୁ ୩୦କେଜି ଫଳ ମିଳେ। ହାରାହାରି ଆୟ ହେକ୍ଟର ପିଛା ୧୫,୦୦୦ ଟଙ୍କା ଆୟ ହୋଇଥାଏ ।

ଜାଣନ୍ତ, କିପରି ଉଠାଇବେ ବିଜୁ କୃଷକ ବିକାଶ ଯୋଜନାର ଲାଭ....

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments