1. ଉଦ୍ୟାନ କୃଷି

କିପରି କରିବେ ଏହି ଅଦ୍ଭୁତ୍ତ ଫଳ ର ଚାଷ

କିପରି କରିବେ ଏହି ଅଦ୍ଭୁତ୍ତ ଫଳ ର ଚାଷ

KJ Staff
KJ Staff

ଡ୍ରାଗନ ଫ୍ରୁଟ ଚାଷ

ଡ୍ରାଗନ ଫ୍ରୁଟ ପ୍ରକୃତ ରେ ଆମେରିକୀୟ ଦେଶ ମାନଙ୍କରେ ଦେଖା ଯାଉଥିବା କ୍ୟାକ୍ଟସ ପରି ଏକ କଂଟାଲିୟା ଗଛ |ବେଶ ବଡ ଆକୃତି ଥିବା ଏହି ଫଳ ଦେଖିବାକୁ ମଧ୍ୟ ଖୁବ ସୁନ୍ଦର ଏବଂ ବଜାରରେ ଏହା ଅଧିକ ଦର ରେ ମଧ୍ୟ ବିକ୍ରି ହୋଇଥାଏ |ଏହା କୁ ଜାମ ଜେଲି  ଇତ୍ୟାଦି ପ୍ରକ୍ରିୟାକରଣ କରି ମଧ୍ୟ ବଜାରରେ ଉପଲବ୍ଧ କରାଯାଇଥାଏ | ତେବେ ଆସନ୍ତୁ ଜାଣିବା କିପରି ଏହାର ଚାଷ କରାଯାଇଥାଏ -

ମୃତିକା :

ଅଳ୍ପ ଅମ୍ଳତା ଥିବା ମାଟି ଏହା ଲାଗି ଅତି ଉତ୍ତମ ହୋଇଥାଏ |ସେହିପରି ବାଲିଆ ମାଟି ରେ ଚାଷ କଲେ ଏହା ଅଧିକ ଫଳ ଦିଏ ଏବଂ ଜମି ରେ ଜଳ ନିଷ୍କାସନ ର ବ୍ୟବସ୍ଥା ମଧ୍ୟ ନିଶ୍ଚିନ୍ତ ଭାବେ ରହିବା ଆବଶ୍ୟକ |

ଜଳସେଚନ :

ମନେ ରଖନ୍ତୁ ଡ୍ରାଗନ ଫ୍ରୁଟ ଏକ କ୍ୟାକ୍ଟସ ଜାତୀୟ ଫସଲ ତେଣୁ ଏହାର ଜଳସେଚନ କୁ ସନ୍ତୁଳିତ କରିବା ଆବଶ୍ୟକ |ମାଟି ର ଉପର ଭାଗ ଶୁଖିଲା ହେଲେ ହିଁ ଜଳସେଚନ କରନ୍ତୁ |ଏହା ଅଧିକ ପାଣି ରେ ବୁଡି ରହିଲେ ବା ମାଟି କାଦୁଅ ରହିଲେ ,ଏହା ଅମଳ ଦିଏ ନାହିଁ |


ସୂର୍ଯ୍ୟାଲୋକ :

ଗଛ ର ତଳ ଭାଗରେ ଅଳ୍ପ ଛାଇ ରହିବା ସହ ଅଗ୍ର ଭାଗ ସମ୍ପୂର୍ଣ ଭାବେ ସୂର୍ଯ୍ୟାଲୋକ ସଂସ୍ପର୍ଶ ରେ ରହିବା ଆବଶ୍ୟକ କାରଣ ଏହା ଦ୍ୱାରା ହିଁ ଗଛ ରେ ଫୁଲ ଧରିଥାଏ |


ତାପମାତ୍ରା:

ଡ୍ରାଗନ ଫ୍ରୁଟ ଅଧିକ ଥଣ୍ଡା ଥିଲେ ବଢ଼ିପାରିବ ନାହିଁ ତେଣୁ ତାପମାତ୍ରା ୧୮  ଡିଗ୍ରୀ ସେଲସିଅସ  ରୁ ଅଧିକ ଏବଂ ୨୭ ଡିଗ୍ରୀ ସେଲସିଅସ ରୁ କମ ରହିଲେ ଗଛ ବେଶ ଭଲ ଭାବେ ବଢ଼ିପାରିବ |


ଫୁଲ ଓ ଫଳ ଧରିବା ସମୟ :

ଏହା ଜୁଲାଇ ରୁ ଅକ୍ଟୋବର ମାସ ମଧ୍ୟରେ ଫୁଲ ଧରେ ଏବଂ ସେହି ସମସ୍ୟାରେ ଗଛ ବେଶ ଦ୍ରୁତ ଗତି ରେ ବଢିଥାଏ |ଏହା ବର୍ଷକୁ ମାତ୍ର ଗୋଟେ ଦିନ ଫୁଲ  ଧରି ଥାଏଏବଂ ତା ପରେ ଫଳ ଧରିବା ଆରମ୍ଭ କରିଥାଏ |

ଗୋଟେ ଗଛ ୨୦ ରୁ ୩୦ ବର୍ଷ ଯାଏ ଫଳ ଦେଇଥାଏ |ତେଣୁ ଠାରେ ଏହାକୁ ଚାଷ କଲେ ଆପଣ ନିଶ୍ଚିନ୍ତ ଲାଭବାନ ହେବେ |

ଏହା ଗଛ କୁ ଲଗାଇବା ହେଲେ ଆପଣ ଏହାର ମଞ୍ଜି ବା ଡାଳର ସାହାଯ୍ୟ ନେଇ ପାରିବେ |ମଞ୍ଜି କୁ ଭଲ ଭାବେ ଧୋଇ ସଫା କରି ଏହାକୁ ରାତି ସାରା ସୁଖିବାକୁ ଦିଅନ୍ତୁ |ପରେ ଏକ ଟ୍ରେ ରେ ମଞ୍ଜି ବୁଣି ତାକୁ ଭଲ ଭାବେ ମାଟି ରେ ଘୋଡାଇ ଦିଅନ୍ତୁ ଏବଂ ମାଟି କୁ ଓଦା ରଖନ୍ତୁ |ଏହା ସହ ଏକ ପ୍ଲାଷ୍ଟିକ ପଲିଥିନ ସାହାଯ୍ୟ ରେ ଟ୍ରେ କୁ ଘୋଡାଇ ଦିଅନ୍ତୁ |୧୦ ରୁ ୧୫ ଦିନ ପରେ ଅଙ୍କୁରିତ ହୋଇଥିବା ଚାରା କୁ ମୁଖ୍ୟ ଜମି ରେ ଲଗାଇପାରିବେ |

ଏହାର ସ୍ୱାସ୍ଥ୍ୟ ପ୍ରତି ଥିବା ଉପାଦେୟତା :

-ଏଥିରେ ଅତ୍ୟଧିକ ଭାବେ ଭିଟାମିନ ସି ରହିଛି |
-ଏଥିରେ ଥିବା କାରୋଟିନ ଆପଣଙ୍କ ଆଖି ଏବଂ ଦୃଷ୍ଟିଶକ୍ତି କୁ ଦୀର୍ଘ ଦିନ ଯାଏ ସୁସ୍ଥ ରଖିଥାଏ |
-ଏହା ସହ ଏହି ଫଳ କୁ ଆପଣ ସୋଭପ୍ରଦ ଗଛ ଭାବେ ମଧ୍ୟ ନିଜ ଜମି ରେ ଚାଷ କରିପାରିବେ ଏବଂ ବେଶ ଲାଭବାନ ମଧ୍ୟ ହୋଇପାରିବେ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments