1. ଉଦ୍ୟାନ କୃଷି

କରିବା ଆସ କଲରା ଚାଷ

ବର୍ତ୍ତମାନ ଓଡ଼ିଶାରେ କଲରା ଏକ ମୁଖ୍ୟ ପରିବା । ଆମ କଲରା ପଡୋଶୀ ରାଜ୍ୟକୁ ଚାଲଣ ହେଲାଣି । ପିତା ହେଲେ ମଧ୍ୟ କଲରାର ଅନେକ ଔଷଧୀୟ ଗୁଣ ରହିଛି । ମଧୁମେହ ରୋଗିଙ୍କ ପାଇଁ ଏହାର ପତ୍ର ଅତି ଦରକାରୀ । କିପରି ଜଳବାୟୁରେ ଏହି ଚାଷ କରିବେ: ଆମ ରାଜ୍ୟରେ ଅଧିକ ଶୀତ ସମୟ ବ୍ୟତିତ ବର୍ଷର ଅନ୍ୟ ସମୟରେ ମଧ୍ୟ କଲରା ଚାଷ କରାଯାଇପାରେ । ବାୟୁମଣ୍ଡଳର ଉତ୍ତାପ ଅଧିକ ହେଲେ ଅଣ୍ଡିରା ଫୁଲ ସଂଖ୍ୟା ବଢ଼ିଯାଇ ଅମଳ କମିଯାଏ । ଏବଂ ଫୁଲରୁ ଫଳ ଧରିବାରେ ଅସୁବିଧା ହୁଏ ।

KJ Staff
KJ Staff
Bitter Gourd Farming

Bitter Gourd Farming

ବର୍ତ୍ତମାନ ଓଡ଼ିଶାରେ କଲରା ଏକ ମୁଖ୍ୟ ପରିବା । ଆମ କଲରା ପଡୋଶୀ ରାଜ୍ୟକୁ ଚାଲଣ ହେଲାଣି । ପିତା ହେଲେ ମଧ୍ୟ କଲରାର ଅନେକ ଔଷଧୀୟ ଗୁଣ ରହିଛି । ମଧୁମେହ ରୋଗିଙ୍କ ପାଇଁ ଏହାର ପତ୍ର ଅତି ଦରକାରୀ ।

କିପରି ଜଳବାୟୁରେ ଏହି ଚାଷ କରିବେ:

ଆମ ରାଜ୍ୟରେ ଅଧିକ ଶୀତ ସମୟ ବ୍ୟତିତ ବର୍ଷର ଅନ୍ୟ ସମୟରେ ମଧ୍ୟ କଲରା ଚାଷ କରାଯାଇପାରେ । ବାୟୁମଣ୍ଡଳର ଉତ୍ତାପ ଅଧିକ ହେଲେ ଅଣ୍ଡିରା ଫୁଲ ସଂଖ୍ୟା ବଢ଼ିଯାଇ ଅମଳ କମିଯାଏ । ଏବଂ ଫୁଲରୁ ଫଳ ଧରିବାରେ  ଅସୁବିଧା ହୁଏ ।

ମୃତ୍ତିକା:

ଉର୍ବର ନିଗିଡ଼ା ଦୋରସା, ବାଲି ଦୋରସା ଏବଂ ଅମ୍ଳତା ଥିବା ମାଟିରେ ଏହି ଚାଷ ଭଲ ହୋଇଥାଏ । ଖରାଦିନରେ ଧାନ ଜମିରେ ଓ ନଦୀ ପଠାରେ ମଧ୍ୟ ଏହି ଚାଷ କରାଯାଏ ।

କିସମ:

ଫଳର ଆକାର ଅନୁସାରେ କଲରା ଦୁଇ ପ୍ରକାର ।

ଛୋଟ ଫଳର ଉନ୍ନତ କିସମ :ଆର୍କାହରିତ୍‌, ପ୍ରୀତି, ଗ୍ରୀନ୍ ସ୍କୁଲ୍‌, ନଖରା ଇମ୍‌ପ୍ରୁଭଡ୍‌

ଲମ୍ବା କିସମ- ସିଓ-୧, ଏମ୍‌.ଡି.ୟୁ -୧ ପୁଷା ଦୋ ମୌସୁମୀ

ସଙ୍କର କିସମ- ସମର ଗ୍ରୀନ, ଚମନ, ସୋନମ୍‌, କୀରଣ, ପ୍ରାଚୀ, ପ୍ରୀୟା ।

ବିହନ:

ଏକର ପ୍ରତି ୧.୫ ରୁ ୨ କିଗ୍ରା ମଞ୍ଜି ଦରକାର । ୧ କି.ଗ୍ରା. ମଞ୍ଜିକୁ ୨ ଗ୍ରାମ୍ ଥିରାମ ଓ ୧ ଗ୍ରାମ୍ କାର୍ବେଣ୍ଡାଜିମ୍ ମିଶାଇ ବୁଣିବାର ୬ ଘଣ୍ଟା ପୂର୍ବରୁ ବିଶୋଧନ କରାଯିବା ଉଚିତ୍ । ଶୀଘ୍ର ଗଜା ବାହାରିବା ପାଇଁ ମଞ୍ଜିକୁ ୨୦-୨୪ ଘଣ୍ଟା ବତୁରାଇ ୪୮-୭୨ ଘଣ୍ଟା ଯାଏ ଓଦା କାନରେ ଗୁଡ଼ାଇ ରଖାଯାଏ । ବର୍ଷା ଋତୁରେ ମାଟି ଗଦାଇ ଚାରା ଲଗାଇବା ଉଚିତ୍ ।

ଖତସାର:

ଏକର ପ୍ରତି ସାର ଲଗାଇବା ସମୟରେ ଯବକ୍ଷାରଜାନ ସାର ୧୦ କେ.ଜି., ଫସ୍‌ଫରସ୍ ସାର ୧୦ କେ.ଜି. ଓ ପଟାସିୟମ୍ ସାର ୨୦ କେଜି ଦିଆଯାଏ । ଲଗାଇବାର ୪୦-୫୦ ଦିନରେ ଆଉ ୨୦ କେଜି ଯବକ୍ଷାରଜାନ ଦିଆଯାଏ । ମଞ୍ଜି ଲଗାଇବାର ୩୦-୩୫ ଦିନ ମଧ୍ୟରେ ମିଶ୍ରିତ ଅଣୁସାର ପ୍ରୟୋଗ କଲେ ଅମଳ ବଢି଼ଥାଏ ।

ପରବର୍ତ୍ତୀ ଯତ୍ନ:

ମଞ୍ଜି ଲଗାଇବାର ୨୦-୨୫ ଏବଂ ୪୦-୫୦ ଦିନରେ କୋଡ଼ାଖୋସା କରି ଅନାବନା ଗଛ ବାଛି ଦିଅନ୍ତୁ । ମାଟିର ବତର ଅନୁସାରେ ଖରାଦିନେ ୫-୭ ଦିନ ଏବଂ ବର୍ଷାଋତୁ ପରେ ୧୦-୧୫ ଦିନରେ ଜଳ ସେଚନ କରାଯାଏ । ଖରାଦିନେ ଫସଲ ମାଟିରେ ମାଡ଼ିଥାଏ । ମାତ୍ର ବର୍ଷାଦିନ ଫସଲକୁ ବାଉଁଶ ପୋତି ବା ଭାଡ଼ି କରି ମଡ଼ାଇବା ଉଚିତ୍ ।  ବର୍ଷାଋତୁରେ ମନ୍ଦାରେ ଏବଂ ଜମିରେ ପାଣି ନରହିବା ଉଚିତ୍ । ଚାରା ୨ ପତ୍ର ହୋଇଥିବା ସମୟରେ  ୭ ଦିନ ବ୍ୟବଧାନରେ ୨ ଥର ମାଲିକ ହାଇଡ଼୍ରାଜାଇଡ଼ (୧ଗ୍ରାମ/୫ଲିଟର ପାଣି) କିମ୍ବା ଇଥ୍ରେଲ (୧ଗ୍ରାମ/୫ଲିଟର ପାଣି) ସିଞ୍ଚନ କଲେ ମାଈ ଫୁଲର ପରିମାଣ ଅଧିକ ହୋଇ ଅମଳ ବଢ଼ିଥାଏ । ପ୍ରତି ୨ ଗୋଟି ଚାରା ରଖାଯାଏ ।

ଅମଳ:

ମଞ୍ଜି ବୁଣିବାର ୬୦-୭୦ ଦିନରେ କଲରା ପ୍ରଥମେ ଅମଳ ହୋଇଥାଏ । ହାତରେ ନ ଛିଣ୍ଡାଇ ଦା ବା ଛୁରୀ ଦ୍ୱାରା ପୂର୍ଣ୍ଣଆକାରର ଏବଂ କଅଁଳ ଫଳ ଗୁଡ଼ିକୁ ତୋଳି ପରିଷ୍କାର ପାଣିରେ ଧୋଇ ଦିଆଯାଏ । ଏକ ଏକର ଜମିରୁ ପ୍ରାୟ ୪୦-୫୦ କୁଇଣ୍ଟାଲ୍ ଅମଳ ହୋଇପାରେ ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments